ପଶ୍ଚାତାପ ପରେ ବି ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ:ଗଲେ ହାଇକୋର୍ଟ

0

//TATKAL ODHISHA//EXCLUSIVE//

  • ଆରବାଜ, ମୁନମୁନ ଧାମେଚା ବି ବେଲ ପାଇନାହାନ୍ତି

//ରିପୋର୍ଟ //

  • ମୁମ୍ବାଇ : କଳାକୃଷ୍ଣ ମହାରଣା
  • ଭୁବନେଶ୍ୱର : ମାନସ ରଞ୍ଜନ ପାତ୍ର
  • “ମୁଁ ଆଉ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ହେବି ନାହିଁ I ଭଲ ପିଲା ହୋଇ ରହିବି I ଭବିଷ୍ୟତରେ ଏମିତି କାମ କରିବି, ଆପଣ ମୋ ପାଇଁ ଦିନେ ଗର୍ବ କରିବେ I “
ପିତାଙ୍କ ସହ ଆର୍ଯ୍ୟନ ଖାନ

ଜେରା ବେଳେ ଏନସିବି ଟିମ ଆଗରେ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନ ଏମିତି ଆଶ୍ଚାତାପ କରିଥିଲେ I ପ୍ରତିଶୃତି ଦେଇଥିଲେ ଆଉ ଖରାପ କାର୍ଯ୍ୟରେ ସାମିଲ ହେବେ ନାହିଁ I ଏହାପରେ ସମସ୍ତେ ଭାବୁଥିଲେ ତାଙ୍କୁ ଜାମିନ ମିଳିପାରେ I ହେଲେ ତାହା ହେଲାନି I ମୁମ୍ବାଇ ଏନଡିପିଏସ କୋର୍ଟ ଜାମିନ ଦେଇ ନାହାନ୍ତି I

  • ଆର୍ଯ୍ୟନଙ୍କୁ ଜାମିନ ମିଳିନାହଁ I
  • ଆରବାଜ ଓ ମୁନମୁନ ଧାମେଚା ବି ବେଲ ପାଇନାହାନ୍ତି I

  • ଫଳରେ ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇ ଜେଲରେ ଥିବା ଆର୍ଯ୍ୟନ୍ ଖାନଙ୍କ ଅଡୁଆ ବଢ଼ିଛି I ସେ ଏନସିବି ଦ୍ୱାରା ରେଭ୍ ପାର୍ଟି ସହ ଆର୍ଯ୍ୟନ୍‌ ଜେରା ହୋଇ ଗିରଫ ହୋଇ ଥିଲେ I  ତାଙ୍କ ଫୋନ ବି ଜବତ ହୋଇଥିଲା । ସେ ସବୁ କଥା ସ୍ୱୀକାର କରିଥିଲେ I

କୋର୍ଟରେ ପେଶ ହେବା ପରେ ସେ ଏନସିବି ଓକିଲଙ୍କ ଆଗରେ ଭଲ ପିଲା ହେବେ ବୋଲି କହି ଥିଲେ I ଏହା ସତ୍ୱେ କୋର୍ଟ ତାଙ୍କୁ ଜାମିନ ଦେଇ ନାହାନ୍ତି I ସେଥିପାଇଁ ସେ ହାଇକୋର୍ଟ ଯାଇଛନ୍ତି I

  • ଦେଖନ୍ତୁ TATKALODHISHA ର ପୂର୍ଵ ରିପୋର୍ଟ..

ମୁମ୍ବାଇ କ୍ରୁଜ ଡ୍ରଗ୍ସ କେଳେଙ୍କାରୀ : ଓଡ଼ିଶା ଲିଙ୍କ ଗୁମର ଫିଟୁଛି, ଆହୁରି ଫିଟିବ !

ମୁମ୍ବାଇ କ୍ରୁଜ ଡ୍ରଗ୍ସ କେଳେଙ୍କାରୀ : ଓଡ଼ିଶା ଲିଙ୍କ ଗୁମର ଫିଟୁଛି, ଆହୁରି ଫିଟିବ !

Leave A Reply

Your email address will not be published.