ମନ୍ତ୍ରୀ କେ ଉପର ଗୁସ୍ସା କ୍ୟୁଁ?

0

  •  EXCLUSIVE //TATKALODHISHA//
  • ହୀନ ରାଜନୀତି ବନ୍ଦ କର :ବିଜେଡି
  • ସିବିଆଇ ତଦନ୍ତ ଦାବି କଲେ ବିରୋଧୀ
  • ଟେନସନରେ ମନ୍ତ୍ରୀ ଦିବ୍ୟଶଙ୍କର??
  • ଗୁରୁବାର ବଲାଙ୍ଗୀର ବନ୍ଦ ଡାକରା

++++++++++++++++++++++++++++++++

//ରିପୋର୍ଟ//

  • KALAHANDI-ଦୁଷ୍ମନ୍ତ କୁମାର ପଣ୍ଡା 
  • SAMBALPUR- ପି ସି ଗୌଡ଼
  • BALASORE- ସନାତନ ମହାନ୍ତି 
  • BHUBANESWAR- ମାନସ ରଞ୍ଜନ ପାତ୍ର 

+++++++++++++++++++++++++++++++++++

ପ୍ରଥମେ ମନ୍ତ୍ରୀ ଅରୁଣ ସାହୁ, ଦ୍ଵିତୀୟରେ ମନ୍ତ୍ରୀ ପ୍ରତାପ ଜେନା ଓ ଏବେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର I

– ୟେ ମନ୍ତ୍ରୀ କେ ଉପର ଗୁସ୍ସା କ୍ୟୁଁ?

– ଜଣେ ପରେ ଜଣେ ମନ୍ତ୍ରୀ କାହିଁକି ବିଭିନ୍ନ ଘଟଣାରେ ଛନ୍ଦି ହୋଇ ବିବାଦୀୟ ହେଉଛନ୍ତି?

ମର୍ଡର ଓ ନିଖୋଜ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି I ଅରୁଣ ଓ ପ୍ରତାପଙ୍କ କେସ ପ୍ରମାଣ ବିନା ସ୍ଥିତି ଶାନ୍ତ ପଡ଼ି ଯାଇଥିଲାବେଳେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ‘ଚାପ ଗ୍ରସ୍ତ’ ହୋଇଛନ୍ତି I ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ବିରୋଧୀ I ଏହାକୁ ନେଇ ରାଜନୀତି ବି ଜୋରଧରିଛି ।

ପୋଲିସ ଦ୍ୱାରା ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ (ବାମ)
ସମିତା ମେହେର, ଯାହାଙ୍କର କଙ୍କାଳ ମାଟି ତଳୁ ମିଳିଛି (ଡାହାଣ )

   କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସପୃକ୍ତି ଅଭଯୋଗରେ  ବିଜେପି, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ସଂଗଠନ ରାସ୍ତାକୁ ଓହ୍ଲାଇ ନାରାବାଜି ଦେଇଛନ୍ତି । ଫଳରେ କଳାହାଣ୍ଡରୁ ସମ୍ବଲପୁର, କଟକରୁ ବାଲେଶ୍ୱର ଏବଂ ରାଜଧାନୀର ରାଜରାସ୍ତା ସବୁଠି ସ୍ଥିତି ସରଗରମ I  କାରଣ କଳାହାଣ୍ଡି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀଙ୍କ ଖାସ ଲୋକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି I ସେଥିପାଇଁ ଲୋକଙ୍କ ଗୁସ୍ସା ବଢିଛି I

   ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇ ସଫଳ ହୋଇଛି । ଦଳର କର୍ମୀମାନେ ରାସ୍ତାରେ ପିକେଟିଂ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।  ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ମାଡ କରାଯିବା ସହ ଧସେଇ ପସିବାକୁ ଉଦ୍ୟମ କରିଛନ୍ତି I 

   କଳାହାଣ୍ଡି ଘଟଣାର ସିବିଆଇ ତଦନ୍ତ କରି ଦୋଷୀକୁ ଧରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଏହି ମର୍ମରେ ଲେଖିଛନ୍ତି ।  ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଚାଲୁଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍‌ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷରେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ ବି ସିବିଆଇ ତଦନ୍ତ ଦାବି କରିଛନ୍ତି ।   ଭୁବନେଶ୍ୱରରେ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଯୁବ କଂଗ୍ରେସ ସଭାପତି ସମେତ ଏକାଧିକ ଯୁବନେତାଙ୍କୁ ଗିରଫ କରିଥିଲା । 

କଟକରେ ବିଜେପି ନେତା ସମୀର ଦେଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଛି । ମନ୍ତ୍ରୀଙ୍କୁ ତୁରନ୍ତ ବହିସ୍କାର କରିବା ଦାବିରେ ବିଜେପି ହୋହଲ୍ଲା କରିଥିଲା । ଏପରିକି ମନ୍ତ୍ରୀଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଛି । 

ସେହିପରି ବାଲେଶ୍ୱର, ସମ୍ବଲପୁର, ବାରିପଦା ଓ ପୁରୀରେ ବି ବିରୋଧୀ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I

ଆସନ୍ତାକାଲି ଗୁରୁବାର ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି; ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା; ମହାଲିଙ୍ଗ ମିଷ୍ଟ୍ରି ଘଟଣାକୁ ନେଇ ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆ ଯାଇଛି I

 ପରିସ୍ଥିତି ଉପରେ ଶାସକ ବିଜେଡି ନଜର ରଖିଛି ।

ବିରୋଧୀ କଳାହାଣ୍ଡି ଘଟଣାରେ ହୀନ ରାଜନୀତି କରୁଛି ବୋଲି ଦଳୀୟ ମୁଖପାତ୍ର ଲେନୀନ ମହାନ୍ତି ଓ ସଞ୍ଜୟ ବାବୁ ପ୍ରକାଶ କରିଛନ୍ତି I ସେମାନେ କହିଛନ୍ତି ଯେ, ଆଇନ ତା ବାଟରେ ଯିବ I ଏହାକୁ ଅତି ସମ୍ବେଦନଶୀଳ କରା ନ ଯାଉ I ବିଜେପି ତାହା ଚେଷ୍ଟା କରିବି ସଫଳ ହୋଇ ପାରିବେ ନାହିଁ I”   ଆ 

   ଟେନସରେ ଥିବା ମନ୍ତ୍ରୀଙ୍କ ଇସ୍ତଫା ଦେଇ ପାରନ୍ତି ବୋଲି ବାହାରେ ଚର୍ଚ୍ଚା ହେଉଛି I ହେଲେ ତାହା ‘ଗୁଜବ’ ବୋଲି ଜଣାପଡିଛି I  

Leave A Reply

Your email address will not be published.