ଲଗାଣ ଝଡ଼ି ବର୍ଷା ଜାରି, ଆଉ ଦୁଇ ଦିନ ଛେଚିବ

0
  • ୧୯ ଜିଲ୍ଲାକୁ ହୋଇଥିଲା ୟେଲୋ ୱାର୍ଣ୍ଣିଂ 
  • ଭୁବନେଶ୍ୱର, କଟକ, ବାରିପଦା,ବାଲେଶ୍ୱର ଆଦି ସହର ଜଳମୟ

ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା //TATKAL ODHISHA//
 ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି I ତାହା ଆଉ ଦୁଇ ଦିନ ଛେଚିବ ବୋଲି ଆକଳନ କରାଯାଇଛି I ତେବେ ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର, କଟକ, ବାଲେଶ୍ୱର ଆଦି ସହର ଜଳମୟ ହୋଇଛି I ତଳି ଅଂଚଳରେ ପାଣି ଜମିଛି I ରାସ୍ତାରେ କୃତ୍ରିମ ବନ୍ୟା I ଲୋକେ ଘରୁ ବାହାରିବା ସମ୍ଭବ ହେଉ ନାହିଁ I


   ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଠାରୁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା I ସେଇ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର ଳ


 ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା  ଲାଗିରହିବ ଏବଂ ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଥିଲା ।


ଆକଳନ ସତ ହୋଇଛି I ଆଗାମୀ 48 ଘଣ୍ଟା ଭିତରେ ବର୍ଷାର ପରିମାଣ ବଢ଼ିବ I ଅଧିକାଂଶ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି I 

Leave A Reply

Your email address will not be published.