ମହାଭାରତ ଯୁଗର ‘ଶମି ବୃକ୍ଷ’ : ଆସନ୍ତୁ ବୁଲିଯିବା…

0

+++++++++++++++++++++++++++++++++++++++

TATKAL ODHISHAଦ୍ୱାରା ଆରମ୍ଭ ହୋଇଛି ନୂଆ ସ୍ତମ୍ବ ” ଭ୍ରମଣ’ l ଓଡ଼ିଶାରେ କିଛି ସମୃଦ୍ଧ ଓ ଅନାଲୋଚିତ ପର୍ଯ୍ୟଟନ କ୍ଷେତ୍ରକୁ ଏଥିରେ ସ୍ଥାନିତ କରାଯିବ I କେମିତି ଯିବେ, କଣ ଦେଖିବେ ତାହା ବିସ୍ତୃତ ଭାବେ ଏଠି ବର୍ଣ୍ଣନା କରାଯିବ I ଆଜି ମୟୁରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡସ୍ଥ ପ୍ରାଚୀନ “ସମି ବୃକ୍ଷ”କୁ ଆପଣମାନଙ୍କୁ ବୁଲାଇ ନିଆଯାଉଛି I ଆସନ୍ତୁ ଦେଖିବା…

+++++++++++++++++++++++++++++++++++++++
ପ୍ରାଚୀନ ଓ ପୌରାଣିକ କିମ୍ବଦନ୍ତୀର କଥାବସ୍ତୁକୁ ନେଇ ସମୃଦ୍ଧ ‘ଶମିବୃକ୍ଷ’ କାହିଁ କେଉଁ ଦୂର ଦୁରାନ୍ତ ପର୍ଯ୍ୟଟକଙ୍କୁ ଯୁଗ ଯୁଗ ଧରି ଆକୃଷ୍ଟ କରି ଆସିଛି I ଶିମିଳିପାଳ ପାଦଦେଶରେ ଥିବା ଏଇ ପବିତ୍ର କ୍ଷେତ୍ରକୁ ଆଜିବି ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସମାଗମ ହେଉଛନ୍ତି I

  • କେମିତି ଯିବେ?
  • ଉଦଳା -20 କିମି, ବାରିପଦା -65 କିମି, ବାଲେଶ୍ୱର -75କିମି
  • ନିଜ ଗାଡି କିମ୍ବା ଟ୍ରାଭେଲ ଏଜେଣ୍ଟ ଗାଡି ରେ ଯିବେ
  • ପୋଢାଢିଆ ଯାଏ ବସରେ ଯାଇ ପାରିବେ
ଏଇ ସେହି ଶମି ବୃକ୍ଷ


   ଆପଣମାନେ ପହଞ୍ଚିଲା ପରେ ପଞ୍ଚୁପାଣ୍ଡଵଙ୍କ ଆଜ୍ଞାତଵାସ କଥାକୁ ସ୍ମରଣ କରି ନିଶ୍ଚିତ ଭାବେ ଶୀହରିତ ହେବେ


ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଏଇ ଶମିବୃକ୍ଷ I ଏହା ପଛରେ ରହିଛି ସୁନ୍ଦର କିମ୍ବଦନ୍ତି। ମହାଭାରତ ଯୁଗରେ ପଂଚୁୁପାଣ୍ଡବ ଅଜ୍ଞାତବାସ ସମୟରେ ନିଜର ଅସ୍ତ୍ର ଶସ୍ତ୍ରକୁ ଏହି ଶମିବୃକ୍ଷରେ ଲୁଚାଇ ରଖିଥିଲେ । ସେହି ବୃକ୍ଷ ଏକ ପାହାଡରେ ପରିଣତ ହୋଇଛି, ଯାହା ଏବେ ଶମି ବୃକ୍ଷ ପାହାଡ ନାମରେ ଦଣ୍ଡାୟମାନ । ଆପଣମାନେ ଆସିଲେ ଏଠି ଅନୁଭବ କରିପାରିବେ..

କାଳ ଡ୍ୟାମ ଉପରେ TATKALODHISHA ର ସମ୍ପାଦିକା ସଂଗୀତା ମହାନ୍ତି ଓ ଅନ୍ୟମାନେ..


ଏହା ଯେମିତି ସମୃଦ୍ଧ ଓ  ପ୍ରାଚୀନ, ସେମିତି ରାମଣୀୟ… ଅତି ସୁନ୍ଦର ସ୍ଥାନ I ଛୋଟ ଛୋଟ ପିଲାଙ୍କ ପାଇଁ ଏହି ଶମି ବୃକ୍ଷ ଅଂଚଳରେ ରହିଛି ସ୍ୱତନ୍ତ୍ର ପାର୍କର ବ୍ୟବସ୍ଥା । କିଛି ସମୟ ଅତି ବାହିତ କରିବା ପାଇଁ ଏକ ପ୍ରକୃଷ୍ଠ ସ୍ଥାନ…ଯଦି ଆପଣ କେବେ ମୟୁରଭଂଜ ଜିଲ୍ଲାକୁ ବୁଲିବାକୁ ଆସୁଛନ୍ତି, ତେବେ ଶମିବୃକ୍ଷ ପାହାଡ ବୁଲିବାକୁ ଯେମିତି ନ ଭୁଲନ୍ତି ।

କାଳ ଡ୍ୟାମରେ ନୌବିହାର


କାଳ ଡ୍ୟାମ 
ଶମି ବୃକ୍ଷ ନିକଟରେ ରହିଛି କାଳ ଡ୍ୟାମ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କାଳଡ୍ୟାମରେ ବୋଟିଂ ବ୍ୟବସ୍ଥା କରାଯାଇଛି ।  କାଳ ଡ୍ୟାମରେ ବୋଟିଂର ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଭିଡ ଜମାନ୍ତି ଶୀତ ରୁତୁରେ ।

Leave A Reply

Your email address will not be published.