ଆରପାରିରେ ରାମାୟଣର ‘ରାବଣ’ ଅରବିନ୍ଦ ତ୍ରିବେଦୀ

0

ମୁମ୍ବାଇ//TATKAL ODISHA//

ଆରପାରିରେ ଅରବିନ୍ଦ ତ୍ରିବେଦୀ I ମୁମ୍ୱାଇରେ ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ମୁମ୍ବାଇ ସମେତ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି I 

 ସୁପର ଡୁପର ହିଟ ସିରିଏଲ ରାମାୟଣରେ ସେ  ‘ରାବଣ’ ଭୂମିକାରେ ଅଭିନୟ କରିଥିଲେ I ଫିଲ୍ମ ‘ପରାୟା ଧନ’ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ରାମାୟଣ’ ସିରିଏଲ୍ ସହ ‘ବିକ୍ରମ ଔର ବେତାଲ’ରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ  ଅଭିନୟ କରିଥିଲେ । 300ରୁ ଅଧିକ ହିନ୍ଦୀ ଓ ଗୁଜରାଟୀ ଫିଲ୍ମରେ ଅଭିନୟ କରି ସ୍ବର୍ଗତ ତ୍ରିବେଦୀ  ବହୁ ସମ୍ମାନର ଅଧିକାରୀ ହୋଇଥିଲେ  I 

କେବଳ ଅଭିନୟ ନୁହେଁ, ରାଜନୀତିରେ ଯୋଗ ଦେଇଥିଲେ ସ୍ବର୍ଗତ ତ୍ରିବେଦୀ I ୧୯୯୧ରେ ଗୁଜରାଟର ସାବରକାନ୍ଥା ଲୋକସଭା ଆସନରୁ ସେ ବିଜେପି ଟିକେଟରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ ।

ତାଙ୍କୁ ଭାରତୀୟ ଲୋକେ ଝୁରୁଛନ୍ତି I 

Leave A Reply

Your email address will not be published.