ଦାନା ବାନ୍ଧୁଛି ଆଉ ଏକ ‘ବାତ୍ୟା’

0

  • ଅକ୍ଟୋବର ଦ୍ଵିତୀୟ ସପ୍ତାହ ସୁଦ୍ଧା ଘନୀଭୂତ ହୋଇପାରେ  : ଆଇଏମଡି 

ଭୁବନେଶ୍ୱର//TATKAL ODISHA//

ଅକ୍ଟୋବର ୨୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛାଡୁଥିବାବେଳେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି I ତାହା ଅକ୍ଟୋବର ମଧ୍ୟ ଭାଗରେ ଅର୍ଥାତ 6ରୁ 12 ତାରିଖ ଭିତରେ ଅଧିକ ଘନୀଭୂତ ହେବ ବୋଲି  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି I 

    ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସ କହିଛନ୍ତି, ସେପ୍ଟେମ୍ବର ୧ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ବିଳମ୍ବ ହୋଇଛି। ଅଧ୍ୟୟନ ଅନୁଯାୟୀ ମୌସୁମୀ ଭାରତରୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାୟ ୩୬ ଦିନ ବିଳମ୍ବ ହେବ I  ଏହି ପ୍ରକ୍ରିୟା ଅକ୍ଟୋବର ୬ ରୁ ଆରମ୍ଭ ହେବ। ୨୦ ସୁଦ୍ଧା ମୌସୁମୀ ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ଛାଡିପାରେ I

ଅନ୍ୟପକ୍ଷରେ ଆଇଏମଡି କହିଛି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆରବ ସାଗରରେ ଦୁଇଟି ଘୁର୍ଣ୍ଣିବଳୟ ଅନୁକୂଳ ସ୍ଥିତିରେ ରହିଛି I ତାହା ପରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ରୂପାନ୍ତରିତ ହେବ I ଫଳରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ପବନ ସହ ପ୍ରବଳ ବର୍ଷା ହେବ I ଏଥିଯୋଗୁ ଦୁର୍ଗାପୂଜା ବାଧାପ୍ରାପ୍ତ ହେବ I 

Leave A Reply

Your email address will not be published.