ଭୋଟ ଶାନ୍ତିପୂର୍ଣ୍ଣ, କିଛି ବୁଥରେ ଇଭିଏମ ଅଚଳ

0
  • ସକାଳ 9 ସୁଦ୍ଧା 7.8%,11ସୁଦ୍ଧା 24.76% ମତଦାନ😄
  • ୨ଲକ୍ଷ ୨୯ ହଜାର ୯୯୮  ଭୋଟର ମାତଦେବେ
  • ମୋଟ  ୩୪୮ ବୁଥ୍ ରୁ  ୨୦୧ଟି ସମ୍ବେଦଶୀଳ
  • ଭୁବନେଶ୍ୱର//TATKAL ODISHA//

ପିପିଲି ବ୍ୟାଟଲ ଫିଲଡରେ ସକାଳ 7ରୁ ଭୋଟ ଦାନ ପ୍ରକ୍ରିୟା  ଆରମ୍ଭ ହୋଇଛି I ମୋଟ ୨ଲକ୍ଷ ୨୯ ହଜାର ୯୯୮  ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ମୋଟ  ୩୪୮ ବୁଥ୍ ରୁ  ୨୦୧ଟି ସମ୍ବେଦଶୀଳ I   ତେଣୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

  • ସକାଳ 9 ସୁଦ୍ଧା 7.8%,11ସୁଦ୍ଧା 24.76% ମତଦାନ ହୋଇଛି I
  • କୋଭିଡ କିଟ ପିନ୍ଧିଛନ୍ତି କର୍ମଚାରୀ

ପୂର୍ବାହ୍ନ ସାଢ଼େ 10 ସୁଦ୍ଧା ସେମିତି କିଛି ହିଂସା କି ଗଣ୍ଡଗୋଳ ହୋଇ ନାହିଁ I ହେଲେ ୩ଟି ବୁଥରେ ଇଭିଏମ୍ ଅଚଳ ଯୋଗୁଁ ଭୋଟ୍ ଗ୍ରହଣରେ ବିଭ୍ରାଟ ସୃଷ୍ଟି ହୋଇଛି I  ସେହିପରି ପିପିଲି ବ୍ଲକ ସରସ୍ବତୀପୁର ପଞ୍ଚାୟତ କୋଠସାହି ଗ୍ରାମର 271 ନମ୍ବର ବୁଥ୍ ରେ EVM ଅଚଳ । ଏପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇନଥିବା ସୂଚନା । ମତଦାନ ବାଧାପ୍ରାପ୍ତ । 139 A ବୁଥ ରେ ମେସିନ୍ ଖରାପ ଥିବା ସୂଚନା

 ମିଳିଥିବା ସୂଚନାନୁସାରେ ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆଶାସନ ପଞ୍ଚାୟତ ଦକ୍ଷିଣସାହିରେ ଇଭିଏମ୍ ଅଚଳ ହୋଇଛି । ସେହି ବୁଥଗୁଡିକ ହେଉଛି ୨୦୩, ୧୩୯-A ଓ ୧୭୭ l ତେଣୁ ପ୍ରଭାବିତ ହୋଇଛି ମତଦାନ । ପରେ ଇଭିଏମ ବଦଳା ଯାଇଥିଲେ ହେଁ କିଛି ଭୋଟର ବହୁ ସମୟ ଲାଇନରେ ଠିଆ ହେବା ପରେ ଘରକୁ ଫେରି ଯାଇଥିଲେ I  ଏହାକୁ ସଜଡ଼ା ଯାଇଛି ଓ ପୁଣି ମତଦାନ ଆରମ୍ଭ ହୋଇଛି ।

Leave A Reply

Your email address will not be published.