ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ‘ସଂରକ୍ଷଣ’ ବ୍ୟବସ୍ଥା କରିବେ ଜିଲ୍ଲାପାଳ

0
  • ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅକ୍ଟୋବରରୁ ସ୍ଥାନ ସଂରକ୍ଷଣ
  • ସମୁଦାୟ ଆସନର ୫୦% ପର୍ଯ୍ୟନ୍ତ ସଂରକ୍ଷିତ ବ୍ୟବସ୍ଥା ରହିବ    

ଭୁବନେଶ୍ୱର// TATKAL ODISHA//


ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିବ I  ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିବେ ।

      ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ନଥିଲେ ହେଁ ଅକ୍ଟୋବର ପ୍ରଥମ ସପ୍ତାହରୁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଇନ ବିଭାଗ ପକ୍ଷରୁ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ


 ପ୍ରକାଶିତ ବିଜ୍ଞପ୍ତିରେ ଓଡ଼ିଶା ଗ୍ରାମ ପଞ୍ଚାୟତ ସମିତି ଅଧିନିୟମ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ଅନୁସାରେ ପଛୁଆ ବର୍ଗଙ୍କ ପାଇଁ ଅତିବେଶିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ । ସମୁଦାୟ ଆସନର ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷିତ ବ୍ୟବସ୍ଥା ରହିବ ।   

 ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆ ବର୍ଗଙ୍କୁ ମିଶାଇ ମୋଟ୍ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଅର୍ଥାତ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ସୀମା ଟପିବ ନାହିଁ । ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିବାକୁ ନିଷ୍ପତ୍ତି ହୋଇଥିଲାବେଳେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିବେ ।


 ରାଜ୍ୟ ସରକାର ଏନେଇ ପୂର୍ବରୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ । ପରେ ବିଧାନସଭାରେ ଉକ୍ତ ସଂଶୋଧିତ ବିଧେୟକ ପାରିତ ହୋଇ ଅନୁମୋଦନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ନିକଟକୁ ଯାଇଥିଲା । ସେହି ସଂଶୋଧିତ ବିଲ୍‌କୁ ରାଜ୍ୟପାଳ ଅନୁମୋଦନ କରିବା ପରେ ରାଜ୍ୟ ସରକାର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.