ମହାରାଷ୍ଟ୍ରରେ କୋଭିଡ କଟକଣା କୋହଳ : ନବରାତ୍ର ଦର୍ଶନ ଅନୁମତି

0
  • ମୁମ୍ବାଇ //TATKAL ODISHA//
  • ରିପୋର୍ଟ // KALAKRUSNA MAHARANA

ଶାରଦୀୟ ଦୁର୍ଗାପୂଜା ପାଇଁ କୋଭିଡ କଟକଣାକୁ ମହାରାଷ୍ଟ୍ର ସରକାର କୋହଳ କରିଛନ୍ତି I ନବରାତ୍ର ଅବସରରେ ଭକ୍ତଙ୍କୁ ଦିଅଁ ଦର୍ଶନ ଅନୁମତି ମିଳିଛି I ହେଲେ କୋଭିଡ ମାର୍ଗଦର୍ଶିକା ଆଧାରରେ ମାଙ୍କୁ ଭକ୍ତ ଦର୍ଶନ କରିବା ସହ ପୂଜା କରି ପାରିବେ I ତାହା ଅକ୍ଟୋବର 7 ପାଇଁ ଲାଗୁ ହୋଇଛି I ପର ଆଠ ଦିନ କଥା ଜଣାଇ ଦିଆଯିବ I

ଉଦ୍ଧବ ଠାକରେଙ୍କ ଟ୍ୱିଟ

ଏନେଇ ଶନିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି I ଗଣମାଧ୍ୟମ ସେ କହିଛନ୍ତି ଯେ, ଏବେ କରୋନା ମହାମାରୀ ନିୟନ୍ତ୍ରଣରେ ରହିଛି I ସରକାର ଜରୁରୀ ପଦକ୍ଷେପ ନେବା ଯୋଗୁଁ ଏଭଳି ସ୍ଥିତି ଆସିଛି I ହେଲେ ସତର୍କତା ଜରୁରୀ I ସବୁଠି କୋଭିଡ କଟକଣା ମାନିକି ଚାଲିଲେ କିଛି ଅସୁବିଧା ହେବ ନାହିଁ I ନବରାତ୍ର ଅବସରରେ ଭକ୍ତଙ୍କୁ ଦିଅଁ ଦର୍ଶନ ଅନୁମତି ମିଳିଛି ସତ କୋଭିଡ ମାର୍ଗଦର୍ଶିକା ଆଧାରରେ ମାଙ୍କୁ ଦର୍ଶନ କରିବେ ଭକ୍ତ I ଏଥିରେ ଯେମିତି ଉଲ୍ଲଘଂନ ନ ହୁଏ ସେଥିପ୍ରତି ନଜର ରଖିବାକୁ ପ୍ରଶାସନକୁ ନିର୍ଦେଶ ଦିଆ ଯାଇଛି I

ଅପରପକ୍ଷରେ ଓଡ଼ିଶାରେ ଦୁର୍ଗା ମା’ଙ୍କ ମୂର୍ତ୍ତିର ଉଚ୍ଚତା 4 ଫୁଟ ହେବା ସହ ମେଢ଼ ଓ ଦର୍ଶନକୁ ସମ୍ପୂର୍ଣ ନିଷିଦ୍ଧ କରାଯଇଛି I

  • ଦେଖନ୍ତୁ ଓଡ଼ିଶା ସରକାର ନେଇଥିବା TATKALODISHAର ପୂର୍ବ ରିପୋର୍ଟ….

ମା’ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି

ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି

Leave A Reply

Your email address will not be published.