ହାତୀ ଛୁଆ ଉଦ୍ଧାର କରୁ କରୁ ବନ୍ୟା ସୁଅରେ 5 ଭାସିଗଲେ

0


*  ସାମ୍ବାଦିକ ଗୁରୁତ୍ତର, 3 ନିଖୋଜ   

* କଟକ//TATKAL ODISHA//


ବର୍ଷା ସୁଅରେ ଭୁବନେଶ୍ୱରରେ ଜଣେ ବାଳକ ଭାସି ଯାଇ ପ୍ରାଣ ହରାଇବା ଦୁଃଖ ମନରୁ ଅପସରି ଯାଇ ନ ଥିଲାବେଳେ କଟକରେ ଆଉ ଏକ ବଡ଼ ଅଘଟଣ ଘଟିଛି I  ମହାନଦୀ ବନ୍ୟା ସୁଅରେ ସାମ୍ବାଦିକଙ୍କ ସହ ୫ଜଣ ଭାସି ଯାଇଛନ୍ତି I 
   
ମିଳିଥିବା ସୂଚନାନୁସାରେ ମହାନଦୀର ମୁଣ୍ଡୁଳି ବ୍ରିଜ ନିକଟରେ ଫସି ରହିଥିଲା ଏକ ହାତୀଛୁଆ I ହାତୀକୁ ଉଦ୍ଧାର କରିବାକୁ ଏନଡିଆରଏଫ ଟିମ ସହ ୭ଜଣ ଏକ ବୋଟରେ ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ବୋଟ ଆଗକୁ ଚାଲି ଆସିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ସେଥିରେ ଥିବା ସମସ୍ତ ଯାତ୍ରୀ ବନ୍ୟା ପାଣି ସୁଅରେ ଭାସି ଯାଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏଥିରେ ଥିଲେ ଜଣେ  ସାମ୍ବାଦିକଙ୍କ ସହ 7ଜଣ ବ୍ୟକ୍ତି I ହେଲେ ସେମାନଙ୍କ ମଧ୍ୟରୁ 5 ଭାସି ଯାଇଛନ୍ତି।
  ଓଡ୍ରାଫ ଟିମ ସେମାନଙ୍କ ମଧ୍ୟରୁ ପରେ 4 ଜଣଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକଙ୍କ ଅବସ୍ଥା ଗୁରୁତର ରହିଛି। ବାକି ଅନ୍ୟ 3 ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
   

Leave A Reply

Your email address will not be published.