ପାନ୍ନାର ଚଉମୁଖନାଥ ଶିଵ ମନ୍ଦିର

0

ଭୋପାଳ //TATKAL ODISHA //

ମଧ୍ୟପ୍ରଦେଶ

ବିନ୍ଧ୍ୟ ପର୍ବତ ମାଳା ମଧ୍ୟରେ ଚଉମୁଖନାଥ ଶିଵ ମନ୍ଦିର ଖ୍ରୀଷ୍ଟିୟ 5ମ / ଷଷ୍ଠ ଶତାବ୍ଦୀ ରେ ଗୁପ୍ତ ରାଜା ମାନଙ୍କ ଦ୍ୱାରା ନିର୍ମିତ l

ଗୋଟିଏ ପଥରରେ ତିଆରି ଶିଵ ଲିଙ୍ଗ 5 ଫୁଟ ଉଚ୍ଚ, ଚତୁର୍ଦ୍ଦିଗ କୁ ଶିଵ ଙ୍କର ଚାରିଟି ମୁହଁ ଖୋଦିତ, ସବୁଗୁଡିକ ଅଲଗା ଅଲଗା ମୁଦ୍ରାରେ l ଏହି ମନ୍ଦିର ପରିସରରେ ଶିଵ, ପାର୍ବତୀ, ମହିଷା ମର୍ଦ୍ଦିନୀ ଦୁର୍ଗା, ବିଷ୍ଣୁ, ଗଣେଶ, ସୂର୍ଯ୍ୟ ପ୍ରଭୃତି ଦେବଦେବୀ ଙ୍କର ମନ୍ଦିର ରହିଛି l ଏଗୁଡିକ ଖ୍ରୀଷ୍ଟିୟ 9 ମ ଶତାବ୍ଦୀ ପର୍ଯ୍ୟନ୍ତ ତିଆରି ହୋଇଛି, ଯାହା ବ୍ୟାଘ୍ରଦେବ ଙ୍କ ଶିଳାଲେଖରୁ ଜଣାଯାଏ l

ଶିଵ ପଞ୍ଚାନନ ହେଲେ ମଧ୍ୟ ଏଠାରେ ଚଉମୁଖ l ଏହାର ତାତ୍ପର୍ଯ୍ୟ ହେଲା
* ବାମଦେବ ମୁଖ ସୃଷ୍ଟି
* ତତପୁରୁଷ ମୁଖ ସ୍ଥିତି
* ଅଘୋର ମୁଖ ସଂହାର
* ଈଶାନ ମୁଖ ବ୍ୟାପ୍ତି
ର ପ୍ରତୀକ l

ଶୈବ ତନ୍ତ୍ର ଓ ଶୈବ ସାଧକ ମାନେ ଏଠାରେ ବର୍ଷ ସାରା ବିଭିନ୍ନ ଉପାସନା କରିବା ପରିଲକ୍ଷିତ ହୁଏ l

ଜୟ ଭଗବାନ ଶ୍ରୀ ଚଉମୁଖନାଥ l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l

Leave A Reply

Your email address will not be published.