ବିହନ ନିଗମ ନିର୍ଦେଶକ ଭାବେ ଅଶୋକ ବରାଳ ନିର୍ବାଚିତ

0

  • ୩ ଲକ୍ଷ ୯୮ହଜାରରୁ ଅଧିକ ଭୋଟରେ ବିଜୟୀ 
  • ଭୁବନେଶ୍ୱର//TATKALODISHA//

ଓଡ଼ିଶାର ଆଗ ଧାଡ଼ିର ଯୁବ ଚାଷୀ, ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ବରାଳ ପୁଣି ଥରେ ଓଡିଶା ରାଜ୍ୟ ବିହନ ନିଗମରେ ବିହନ ଚାଷୀଙ୍କ ପ୍ରତିନିଧି ଭାବେ  ନିର୍ବାଚିତ ହୋଇଛନ୍ତି । ତାଙ୍କ ସହ ବୌଦ ଜିଲ୍ଲାର ଭୋଳାଗିରି ସାହୁଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ସେ  ୩ ଲକ୍ଷ ୯୮ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି I

ଓଡିଶା ରାଜ୍ୟ ବିହନ ନିଗମ ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀ ବରାଳଙ୍କ ନାମ ବିଜୟୀ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ବିହନ ନିଗମରେ ନିର୍ଦ୍ଦେଶକ ଭାବେ ଶ୍ରୀ ବରାଳ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ସମୟରେ ବିହନ ଚାଷୀମାନେ ଠିକଣା ସମୟରେ ସେମାନଙ୍କ ପ୍ରାପ୍ୟ ପାଇବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଭିତ୍ତିକ ଯୋଜନାରେ ଉପକୃତ ହୋଇଥିଲେ ।

Leave A Reply

Your email address will not be published.