ଉନ୍ନୟନମୂଳକ କାର୍ଯ୍ୟ ପାଇଁ କୋଟିଆବାସୀ ବେଶ ଖୁସି

0


କୋରାପୁଟ, ଭୁବନେଶ୍ୱର//TATKAL ODISHA//


ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ଯେଉଁ ପ୍ୟାକଜ ଘୋଷଣା କରିଥିଲେ, ସେଇ ଆଧାରରେ ପ୍ରାୟ 150 କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି I ବିଶେଷକରି କୋଟିଆରେ ଜଳଛାୟା ପ୍ରକଳ୍ପ, ରାସ୍ତାଘାଟ, ସ୍ବାସ୍ଥ୍ୟ, ବିଦ୍ୟୁତକରଣ, ମୋବାଇଲ ଟାୱାର, ପୁଲିସ ଷ୍ଟେସନ ପ୍ରତିଷ୍ଠା, ହେଲିପ୍ୟାଡ୍ ନିର୍ମାଣ ଆଦି ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି I ସେଥିରେ କୋଟିଆ ବାସୀ ବେଶ ଖୁସି ଥିବା ସ୍ପଷ୍ଟ କରିଛନ୍ତି। 

ତତ୍କାଳ ଓଡ଼ିଶା’ ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ  ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ମତ ଦେଇଛନ୍ତି I ଆକାଂକ୍ଷା ଜିଲ୍ଲା ସମୀକ୍ଷା କରିବା ସହ କୋଟିଆ ଗ୍ରାମପୁଞ୍ଜ ବୁଲି ସେ ଉନ୍ନୟନ କାର୍ଯ୍ୟ ଓ ଭତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହାସହ କୋଟିଆ ପଞ୍ଚାୟତ ଗୃହରେ ସ୍ଥାନୀୟ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।କୋଟିଆରେ ଲୋକଙ୍କୁ ଆବାସ ଯୋଜନା ଭଳି ମୌଳିକ ସୁବିଧା, ପାନୀୟଜଳ, ଗମନାଗମନ ସହ ଅନ୍ୟ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ଶ୍ରୀ ସେଠୀ କୋଟିଆ ଗ୍ରାମ ପୁଞ୍ଜର ଫଗୁଣ ସିନେରି, ଫାଟୁ ସିନେରି ଯିବା ବାଟରେ ଜାନିଗୁଡ଼ା, ମାଡ଼କାର ଗ୍ରାମବାସୀ ସହ ସିଧାସଳଖ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି I 

ରାଜସ୍ୱ ସଚିବ କହିଛନ୍ତି ଯେ, ଲଗାତାର ଭାବେ ଆନ୍ଧ୍ର ପ୍ରଶାସନ ରାଜ୍ୟ ସରକାରଙ୍କ ବିନା ଅନୁମତିରେ  କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ବିଭ୍ରାଟ ସୃଷ୍ଟି କରୁଛନ୍ତି I ସେମାନେ ସଫଳ ହେବେ ନାହିଁ I କୋଟିଆ ଓଡ଼ିଶାର ଅଙ୍ଗ I ରାଜ୍ୟ ସରକାର ସବୁବେଳେ କୋଟିଆ ସହ ରହିଛିନ୍ତି, ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କିପରି ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଚେଷ୍ଟିତ ରହିଛନ୍ତି I ଏହି ଗ୍ରାମପୁଞ୍ଜର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ I 

Leave A Reply

Your email address will not be published.