ଖୋର୍ଦ୍ଧାରେ ଜଣେ ଭାସିଯାଇ ମୃତ

0
  • କଟକ ଏସସିବି ସର୍ଜରୀ ଆଉଟଡୋର ଟିକେଟ ଛାତ ସିଲିଂ ଖସିଲା
  • ଜଗତସିଂହପୁରରେ ପ୍ରଶାସନ ପକ୍ଷରୁ ୧୮୭୮ ବିପନ୍ନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର
  • ବ୍ରହ୍ମପୁର ସହର ଗିରିମାର୍କେଟ ନିକଟରେ ଶତାଧିକ ବର୍ଷର କୋଠା ଭୁଶୁଡ଼ିଛି

ଭୁବନେଶ୍ୱର, କଟକ,ଖୋର୍ଦ୍ଧା, ଜଗତସିଂହପୁର, ବ୍ରହ୍ମପୁର

// TATKAL ODISHA //

ଲଘୁଚାପ ଜନିତ ଲଗାଣ ଲଗାଣ ବର୍ଷା ଜାରି ରହିଛି I କଟକ – ଭୁବନେଶ୍ୱର ଟ୍ୱିନ ସିଟିର ଅବସ୍ଥା ବେହାଲ ହୋଇଥିଲାବେଳେ ଉପକୂଳ ଓଡ଼ିଶାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ରହିଛି I ଖୋର୍ଦ୍ଧାରେ ନାଳରେ ଭାସିଯାଇ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଥିଲାବେଳେ ଜଗତସିଂହପୁର ଜିଲ୍ଲାରେ ଲଗାଣ ବର୍ଷା ପାଇଁ ଜଳବନ୍ଦୀ ସ୍ଥିତି ଯୋଗୁଁ ପ୍ରଶାସନ ପକ୍ଷରୁ ୧୮୭୮ ବିପନ୍ନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି I

     ମିଳିଥିବା ସୂଚାନୁସାରେ ଖୋର୍ଦ୍ଧାରେ ନୂଆଗଡ଼ ପଞ୍ଚାୟତ ମୋରମରସିଂ ଗାଁରେ ଅଘଟଣ ଘଟିଛି I  ବିଲ ଦେଖିବାକୁ ନାଳ ପାର ହେଉ ଥିଲା ବେଳେ ଜଣେ ଚାଷୀ ସୁଅରେ ଭାସି ମୃତ୍ୟୁ ବରଣ କରିଛନ୍ତି I ଜିଲ୍ଲାର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି I ଜଗତସିଂହପୁର ଜିଲ୍ଲାରେ ଲଗାଣ ବର୍ଷା ପାଇଁ ଜଳବନ୍ଦୀ ସ୍ଥିତି ଉପୁଜିଛି I ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮୭୮ ଜଣଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି I ଜିଲ୍ଲାର ଅନେକ ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ଥିବାରୁ ଲୋକଙ୍କୁ ସତର୍କ କରି ଦିଆଯାଇଛି I ଜିଲ୍ଲାର ପାରାଦ୍ୱୀପର ସମୁଦ୍ର ତଟବର୍ତ୍ତୀ ଇଲାକାରେ ଲୋକେ ଜଳ ବନ୍ଦୀ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରସ୍ଥ ଗିରିମାର୍କେଟ ନିକଟରେ ଥିବା ଶତାଧିକ ବର୍ଷର ଆନ୍ଧ୍ର ଏକ କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ଥିବା ବହୁ ପୁରୁଣା ବହି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ସହରର ତଳିଆ ଅଞ୍ଚଳରେ ନାଆ ଖେଳୁଛି I
    ଭୁବନେଶ୍ୱର ଓ କଟକ କଥା ନ କହିଲେ ଭଲ I ଟ୍ୱିନ ସିଟି ଏବେ ଉବୁଟୁବୁ I ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିଯିବାରୁ ଲୋକଙ୍କୁଉଦ୍ଧାର କରାଇଛି I ଭୁବନେଶ୍ୱର ରେଳ ଷ୍ଟେସନରେ ଆଣ୍ଠୁଏ ଉଚ୍ଚାର ଜଳ ପ୍ରବାହିତ ହେଉଥିବାବେଳେ କଟକ ବାଦାମଵାଡି ବସଷ୍ଟାଣ୍ଡରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି I
    କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପଶିଛି ବର୍ଷା  ପାଣି I ରେଡିଓ ଅନକୋଲୋଜି ବିଭାଗରେ ରୋଗୀ ସେବା ବ୍ୟାହତ ହୋଇଛି I ଲଗାଣ ବର୍ଷା ଯୋଗୁଁ ଓପିଡିରେ ମଧ୍ୟ ଚାଲିପାରୁନି ରୋଗୀ ସେବା I ସେହିପରି କଟକ ଏସସିବି ସର୍ଜରୀ ଆଉଟଡୋର ଟିକେଟ ଛାତ ସିଲିଂ ଖସିଛି I ଓପିଡିରେ ଟିକେଟ କଟାଯାଉଥିବାବେଳେ ଏହି ଅଘଟଣ ଘଟିଥିଲା I ତେବେ କେହି ଆହତ ହୋଇ ନଥିଲେ ହେଁ ଆସବାବପତ୍ର ଓ କଂପ୍ୟୁଟର ନଷ୍ଟ ହୋଇଥିବା ଜଣା ପଡ଼ିଛି I  
ଲଘୁଚାପ ଅବପାତ ରୂପ ନେଇଥିବାରୁ ପ୍ରବଳ ବର୍ଷା ଜାରି ରହିବ I ତେଣୁ ଆଗାମୀ 24 ଘଣ୍ଟା ଭିତରେ ସ୍ଥିତି ଆହୁରି ଭୟଙ୍କର ହେବ I 

Leave A Reply

Your email address will not be published.