ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

0

ଭୁବନେଶ୍ୱର//TATKAL ODISHA//

କୋଭିଡ ମାର୍ଗଦର୍ଶିକା ଆଧାରରେ ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବ।ଅକ୍ଟୋବର ୩ରେ ଭୋଟ ଗଣତି ହେବ । ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତ ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ୩ଟି ଆସନ ସହିତ ପିପିଲି ଉପନିର୍ବାଚନ ହେବ ।

ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

    ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି। ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ହେଲେ କଂଗ୍ରେସ ପାର୍ଥି ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପୁଣି ନିର୍ବାଚନ ଘୁଞ୍ଚି ଥିଲା। ଇତି ମଧ୍ୟରେ କରୋନା ମହାମାରୀ ରାଜ୍ୟରେ ସ୍ଥିତି ବିଗାଡି ଦେଇଥିଲା।

  ଏହାକୁ ଦୃଷ୍ଟିରେ ରଖି ସରକାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। ଏବେ କରୋନା କମିବ ପରେ ପୁଣି ନିର୍ବାଚନ ତାରିଖ ଘୋଷଣା କରାଯାଇଛି।

Leave A Reply

Your email address will not be published.