ମହିଳା ସଶକ୍ତିକରଣ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଆନ୍ତର୍ଜାତୀୟ ସମ୍ମାନ

0

•      ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମ୍ ଦ୍ଵାରା ପୁରସ୍କାର ପ୍ରଦାନ

•      ଟୋକିଓ ଅଲିମ୍ପିକରେ ଝିଅମାନେ ଦେଶ ପାଇଁ ଗୌରବ ଆଣିଛନ୍ତି : ସାବିତ୍ରୀ ଜିନ୍ଦଲ

•      ଜୀବନର ଲକ୍ଷ୍ୟ ହେଉଛି ସମାଜରେ ଖୁସି ଆଣିବା ପାଇଁ ଓପି ଜିନ୍ଦଲ ଜୀଙ୍କର ସ୍ଵପ୍ନକୁ ସାକାର କରିବା

ଭୁବନେଶ୍ବର,//TATKAL ODISHA//

ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର  ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଜିନ୍ଦଲଙ୍କୁ ଆନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି।

ଶିଳ୍ପ ପତି ନବୀନ ଜିନ୍ଦଲଙ୍କ ସହ ମା ସାବିତ୍ରୀ ଜିନ୍ଦଲ

ଏସିଆୱାନ ପତ୍ରିକା  ଦ୍ୱାରା ଆୟୋଜିତ  ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର 14 ତମ ସଂସ୍କରଣରେ ତାଙ୍କୁ ଏହି ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି | 

ମହିଳା ଜଗତକୁ ଏହି ସଂମନୁ ଉତ୍ସର୍ଗ କରି, ଏହି ଅବସରରେ ଶ୍ରୀମତୀ  ଜିନ୍ଦଲ କହିଛନ୍ତି ଯେ ଝିଅମାନଙ୍କୁ ଶିକ୍ଷିତ ତଥା ସମର୍ଥ କରିବା ପାଇଁ ସେ  ସଂକଳ୍ପବଦ୍ଧ। ତାଙ୍କର ସ୍ବପ୍ନ ହେଉଛି ଝିଅମାନେ ଦକ୍ଷତାର ସହ ଦେଶ ସେବା କରିବା ପାଇଁ ସମାନ ସୁଯୋଗ ପାଇବା ଉଚିତ୍ |  ଏବେ ଏକ ପରିବର୍ତ୍ତନ ଆସିଛି ଏବଂ ଝିଅମାନେ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଛନ୍ତି। ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ସେମାନଙ୍କୁ ସମାନ ସୁଯୋଗ ମିଳିଛି | ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ବୋଲି ସେ କହିଥିଲେ |

ଶ୍ରୀମତୀ ଜିନ୍ଦଲ କହିଥିଲେ ଯେ  ଯେ ସେ ଜଣେ ସାଧାରଣ  ଗୃହିଣୀ ଥିଲେ ଏବଂ ତାଙ୍କ ପରିବାରର ଯତ୍ନ ନେଉଥିଲେ, କିନ୍ତୁ ହଠାତ୍ ଶ୍ରୀ ଓପି ଜିନ୍ଦଲ ସାହେବଙ୍କ ମୃତ୍ୟୁ ହେତୁ ତାଙ୍କୁ ଆଗକୁ ଆସିବାକୁ ପଡିଲା। ଗରିବ, କୃଷକ, ଶ୍ରମିକ, ଯୁବକ ଓ ମହିଳାଙ୍କ ଉନ୍ନତି ପାଇଁ ଜିନ୍ଦଲ ସାହେବଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେ ସାମାଜିକ ସେବା କ୍ଷେତ୍ରରେ ଆସିଥିଲେ ଏବଂ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ସେ ସାଧାରଣ ଲୋକଙ୍କ ସେବାପାଇଁ ସମର୍ପିତ ରହିବେ ।

ସେ ଏସିଆୱାନ ପତ୍ରିକାର ଗ୍ଲୋବାଲ ମୁଖ୍ୟଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀମତୀ ଜିନ୍ଦଲ କହିଥଲେ ଯେ, ସାମ୍ବାଦିକତା ମାଧ୍ୟମରେ ଏସିଆୱାନ ପତ୍ରିକା ସମାଜକୁ ବିକାଶର ନୂତନ ଆଲୋକ ଦେଖାଇବା ଉଚିତ।

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ମୁଖତାର ଅବ୍ବାସ ନାକଭି, ଗଜେନ୍ଦ୍ର ସିଂ ଶେଖୱତ, କିରେନ ରିଜିଜୁ, ଡକ୍ଟର ରାମଦାସ ଅଠାୱାଲେ, ସାଧବୀ ନିରଂଜନ ଜ୍ୟୋତି, ସାଂସଦ ଗୌତମ ଗମ୍ଭୀର, ମନୋଜ ତିୱାରୀ, ହଂସରାଜ ହଂସ, ରବିକିଶନ ଏବଂ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ନିରଂଜନ ହିରାନନ୍ଦାନୀ, ଆଶିଷ କୁମାର ଚୌହାନ, ଅନନ୍ତ ଗୋଏଙ୍କା, ଋଷବ ମାରିୱାଲା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.