ଚିତ୍ରକଳାର କଥା : ହୃଦୟକୁ ଛୁଉଁଥିବା ‘ସତ କାହାଣୀ

0

  • ‘GUEST EDITOR//ସଞ୍ଜୟ ଭଟ୍ଟ//
  • ଭୁବନେଶ୍ୱର//TATKALODISHA//ART//
    +++++++++++++++++++++++++++++++++ଏଇ ଚିତ୍ରକଳାକୁ ବାରମ୍ବାର ଓ ନିରିଖେଇ ଦେଖନ୍ତୁ I ଜଣେ ବୃଦ୍ଧ ଲୋକ-ଜଣେ ତରୁଣୀର ବକ୍ଷରୁ କ୍ଷୀର ପିଉଛନ୍ତି I ସେ ତରୁଣୀଟି କିଏ? କାହିଁକି ବୃଦ୍ଧଙ୍କୁ କ୍ଷୀର ପିଆଉଛନ୍ତି? ଏହାକୁ ଯିଏ ଦେଖିଛି, ତା’ ମନରେ ଶତ ପ୍ରଶ୍ନ ଉଙ୍କି ମାରିଛି I ହେଲେ ଏହି ଚିତ୍ରର ପ୍ରକୃତ ସତ୍ୟକୁ ଜାଣିସରିଲା ପରେ କେବଳ ଆପଣ ନୁହେଁ, ଯେ’କେହିଙ୍କ ଚକ୍ଷୁ ଲୋତକାପ୍ଳୁତ ହୋଇ ଉଠିବ ,ଏଥିରେ ସନ୍ଦେହ ନାହିଁ…ଘଟଣାଟି ସତ…
  • +++++++++++++++++++++++++++++++++++
        “ଏକଦା ୟୁରୋପର ଗୋଟିଏ ଦେଶରେ ଜଣେ ଲୋକକୁ  ଅନାହାରରେ ରଖି ମୃତ୍ୟୁବରଣ କରିବାର ଦଣ୍ଡ ଦିଆଗଲା । ଦଣ୍ଡାଦେଶ ଅନୁସାରେ ଯେପର୍ଯ୍ୟନ୍ତ ସେ ମୃତ୍ୟୁକୁ ନ ଲଭିଛି ସେ ପର୍ଯ୍ୟନ୍ତ ତାକୁ ଭୋକ ଉପବାସ ମଧ୍ୟରେ ରଖାଯାଇ କାରାଗାରରେ ବନ୍ଦ କରି ରଖାଗଲା।  ବନ୍ଦୀଟିର ଝିଅ ନିଜ ପିତାଙ୍କୁ ପ୍ରତ୍ୟେକ ଦିନ ଦେଖା କରିବାକୁ ଅନୁରୋଧ କଲା । ଝିଅଟିକୁ ତା’ର ପିତାଙ୍କ ସହ ଦେଖା କରିବାକୁ ଅନୁମତି ମିଳିଗଲା । ପ୍ରତ୍ୟେକ ଦିନ ଯେତେବେଳେ ସେହି ଝିଅଟି ନିଜ ପିତାଙ୍କୁ ଦେଖା କରିବାକୁ ବନ୍ଦୀଶାଳାକୁ ଆସୁଥିଲା ସେତବେଳେ ତାହାର ଖାନତଲାସୀ ନିଆଯାଇ ତାକୁ ଭିତରକୁ ଯିବାକୁ ଦିଆଯାଉ ଥିଲା ଯେମିତିକି ସେ କୌଣସି ପ୍ରକାର ଖାଦ୍ୟ ପଦାର୍ଥ ସାଙ୍ଗରେ ନେଇ ପ୍ରବେଶ ନ କରେ ।   ଝିଅଟିକୁ ତା ପିତାଙ୍କର ଏହି ଅବସ୍ଥା ଅସହ୍ୟ ହେଉଥିଲା । ସେ ନିଜ ପିତାଙ୍କୁ ଜୀବିତ ରଖିବା ନିମନ୍ତେ ନିଜ ବକ୍ଷରୁ କ୍ଷୀର ପିଆଇବାକୁ ଲାଗିଲା !   
  • ଅନେକ ଦିନ ପର୍ଯ୍ୟନ୍ତ ଯେତେବେଳେ ସେହି ବନ୍ଦୀ ଟିର ମୃତ୍ୟୁ ହେଲା ନାହିଁ ସେତେବେଳେ ପ୍ରହରୀଙ୍କୁ ସନ୍ଦେହ ହେଲା ଏବଂ ସେମାନେ ଝିଅଟିକୁ ନିଜ ପିତାଙ୍କୁ କ୍ଷୀର ପିଆଇବା ଅବସ୍ଥାରେ ଧରି ପକାଇଲେ । ଝିଅଟି ଉପରେ ମକଦ୍ଦମା ଚାଲିଲା, କିନ୍ତୁ ସରକାର କାନୁନ ଭିତରେ ମଧ୍ୟ ଭାବନାତ୍ମକ ଫଇସଲା ଶୁଣାଇଥିଲେ, ଯାହାର ଫଳସ୍ୱରୂପ ପିତା ଓ ପୁତ୍ରୀ ଦୁହିଁଙ୍କୁ ଦଣ୍ଡାଦେଶ ପରିବର୍ତ୍ତେ ମୁକ୍ତି ମିଳିଥିଲା ।”         
  • ଏହି ଭାବ ବିହ୍ଵଳିତ କରି ପକାଉଥିବା ସତ୍ୟ ଘଟଣାକୁ ଆଧାର କରି ଚିତ୍ରପଟ ସବୁକୁ ୟୁରୋପର ପ୍ରସିଦ୍ଧ ଚିତ୍ରଶିଳ୍ପୀ  “ମୁରିଲୋ” ଆଙ୍କି ଥିଲେ । ରେକର୍ଡ ଅନୁସାରେ ଏହା ୟୁରୋପର ସବୁଠାରୁ ଦାମୀ ଚିତ୍ର ଅଟେ ।      
  •  ନାରୀର ଯେକୌଣସି ସ୍ୱରୂପ ଯଥା ମା’ ହେଉ କି ପତ୍ନୀ ହେଉ କିମ୍ବା ଝିଅ ହେଉ କି ଭଉଣୀ ହେଉ… ସମସ୍ତ ରୂପରେ ସିଏ ବାତ୍ସଲ୍ୟ ତ୍ୟାଗ ଓ ମମତାର ମୂର୍ତ୍ତି ଟିଏ…

Leave A Reply

Your email address will not be published.