ଜୀବନ ସହ ସଂଗ୍ରାମ କରି ହାରିଗଲେ ‘ସଂଗ୍ରାମ ଜେନା’

0
  • କରୋନାରେ ଆକ୍ରାନ୍ତ ହୋଇ ପରଲୋକ ଗମନ
  • ଚିକିତ୍ସାର 84 ଦିନ ପରେ ମୁତ୍ୟୁ
  • ମୃତ୍ୟୁ ବେଳକୁ ସଂଗ୍ରାମଙ୍କୁ 44 ବର୍ଷ ହୋଇଥିଲା

ଭୁବନେଶ୍ୱର //TATKAL ODISHA//

ଜୀବନ ସହ ସଂଗ୍ରାମ କରି ହାରିଗଲେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କ ପରଲୋକ ହୋଇଛି I ସେ ଥିଲେ ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ I କରୋନାରେ ଆକ୍ରାନ୍ତ ହୋଇ ସେ  ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା। 

  ସ୍ବର୍ଗତ ଜେନା କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ତାଙ୍କୁ ମେ’ ଶେଷ ସପ୍ତାହରେ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ଏଥି ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ଦୀର୍ଘ ୮୪ ଦିନ ହେଲା ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା । ଗୁରୁବାର ପୂର୍ବାହ୍ନରେ  ତାଙ୍କର  ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଛି I

 ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ପାଇ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । 

Leave A Reply

Your email address will not be published.