260 କିମି ଦୂରରେ ବାତ୍ୟା ‘ଦାନା’ : ପବନ କମ, ବର୍ଷା ଅଧିକ

0

ଭୁବନେଶ୍ବର// TATKAL ODISHA L// 

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ 260 କିମି ଦୂରରେ ରହିଛି I  ଏହି ସାମୁଦ୍ରିକ ଝଡ଼  ପ୍ରଭାବରେ ବର୍ଷା ଆରମ୍ଭ ହୋଇ ଯାଇଛି I ହେଲେ ପବନର ବେଗ କମ ରହିଛି I 

24 ମଧ୍ଯରାତ୍ରି ଓ 25 ପୂର୍ବାହ୍ନ ସୁଦ୍ଧା  ‘ଭୀଷଣ ବାତ୍ୟା’ରେ ରୂପାନ୍ତରିତ ହୋଇଥିବା ଦାନା ଭିତରକନିକା- ଧାମରା ଉପକୂଳ ଛୁଇଁବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଲ୍ୟାଣ୍ଡ ବେଳେ ପବନର ବେଗ ଘଣ୍ଟା ପ୍ରତି 100 କିମିରୁ 110 କିମି ରହିବI 

“ଗୁରୁବାର ସକାଳରୁ ଉପକୂଳ ଓଡ଼ିଶାରେ ହାଲକା ବର୍ଷା ଲାଗି ରହିଛି.. ସମୁଦ୍ର ତତବର୍ତ୍ତୀ ଇଲାକାରେ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିମି ରହିଛି”..

ପାଣିପାଗ ବିଭାଗ ପକ୍ଷରୁ ପୁରୀ, ଗୋପାଳପୁର, ପାରାଦୀପ ଓ  ଧାମରା ବନ୍ଦରକୁ ଦୁଇ  ନମ୍ୱର ବିପଦ ସଙ୍କେତ ଦିଆହୋଇଛି।  ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ବର୍ଷା ,ପବନରେ ଅସ୍ତରଙ୍ଗରେ ଭାଙ୍ଗିଲା ଗଛ । ବିଜୁଳୀ ତାର ଉପରେ ପଡ଼ିଛି ଗଛଡ଼ାଳ

  ରାଜ୍ୟର  ଆଠ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଉଛି..

  • ଭଦ୍ରକ,
  • ବାଲେଶ୍ବର,
  • ଜଗତସିଂପୁର,
  • କେନ୍ଦ୍ରାପଡା,
  • ଯାଜପୁର,
  • ପୁରୀ,
  • ଗଞ୍ଜାମ,
  • ଖୋର୍ଦ୍ଧା

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜରୁରୀ ଚିଠି ଦେଇ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି I ଯେମିତି କେହି ମୃତାହତ ହେବେ ନାହିଁ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି I 

ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..

// SUPER EXCLUSIVE //

ବାତ୍ୟା ‘ଦାନା’ : ଭିତରକନିକା-ଧାମରା ମଧ୍ୟରେ “ଲ୍ୟାଣ୍ଡଫଲ୍”

Leave A Reply

Your email address will not be published.