2047 ସୁଦ୍ଧା ‘ବିକଶିତ ଭାରତ’ : ପ୍ରଧାନମନ୍ତ୍ରୀ ମୋଦୀ

0
  • ଓଡ଼ିଶାର କଳା ସଂସ୍କୃତି ବେଶ ସମୃଦ୍ଧ : ଟ୍ରିନିଦାଦ ରାଷ୍ଟ୍ରପତି
  • ଓଡ଼ିଶାର ସାଂସ୍କୃତିକ ସମ୍ପର୍କ  ଆହୁରି ମଜଭୁତ ହେବ : ବୈଦେଶିକ ମନ୍ତ୍ରୀ
  • ପ୍ରଧାନମନ୍ତ୍ରୀଙ୍କ ପୁର୍ବଦ୍ୟୋୟ ସ୍ବପ୍ନ ଓ ତାଙ୍କ ମାର୍ଗ ଦର୍ଶନରେ  ଓଡ଼ିଶାର ବିକାଶ ଯାତ୍ରାର ସୁବର୍ଣ୍ଣ ସମୟ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର// TATKAL ODISHA//: 

 ଭାରତର ଆଦର୍ଶ ହେଉଛି ଭିନ୍ନତାରୁ ଏକତା I ଭାରତ ଏବେ ଆଗେଇ ଚାଲିଛି I ଆର୍ଥିକ ସ୍ଥିତି ବିଶ୍ୱର ଚତୁର୍ଥ ହେବାକୁ ଯାଉଛି I ଚନ୍ଦ୍ରାୟନ -2 ସଫଳତା ପରେ ଭାରତୀୟ ବୈଜ୍ଞାନିକଙ୍କ ଗୁରୁତ୍ୱ ବଢ଼ିଛି I ଭାରତର ‘ଟେଲେଣ୍ଟ’ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ I ବିଶ୍ୱର ସବୁ ବଡ଼ କମ୍ପାନୀରେ ଭାରତୀୟ ପ୍ରଫେଶନାଲ ସର୍ବୋଚ୍ଚ ଆସନରେ ସଫଳତା ସହ କାର୍ଯ୍ୟ କରି ଦେଶର ନାଁକୁ ଉଚ୍ଚା କରିଛନ୍ତି I ତେଣୁ ପ୍ରବାସୀ ଭାରତୀୟ ମାନଙ୍କର ଏକ ‘ଡାଟା ବେଶ’ କରାଯିବାର ଆବଶ୍ୟକତା ରହିଛି I ସେମାନେ ଯେଉଁ ଗାଁରୁ ଯାଇଥିବେ ସେହି ଗାଁକୁ ଚିହ୍ନଟ କରି ନୂତନ ପୀଢ଼ିଙ୍କୁ ଅବଗତ କରିବା ଉପରେ ସରକାର ଚିନ୍ତା କରୁଛନ୍ତି I ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଭୁବନେଶ୍ବରରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଗୁରୁବାର ଅଠର ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇଛନ୍ତି I ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ, ଓଡ଼ିଶା ଭଳି ପବିତ୍ର କ୍ଷେତ୍ରରେ ପାଦ ଦେଇ ମୁଁ ନିଜକୁ ଧନ୍ୟ ମଣୁଛି I ଓଡ଼ିଶାର ସମୃଦ୍ଧ ଐତିହ୍ୟ, କୀର୍ତ୍ତିରାଜିକୁ ଯେତେ ଦେଖିଲେ ବି ମନ ପୁରିବ ନାହିଁ I ଧଉଳି ହେଉଛି ଶାନ୍ତିର ପ୍ରତୀକ I ମୌର୍ଯ୍ୟ ସମ୍ରାଟ ଅଶୋକ ଏଠି ଚଣ୍ଡା ଶୋକରୁ ଧର୍ମା ଶୋକରେ ପରିଣତ ହୋଇଥିଲେ I କଳିଙ୍ଗ ଯୁଦ୍ଧ ପରେ ଅଶୋକ ସାରା ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ I ଏଇଠୁ ଆରମ୍ଭ ହୋଇ ଥିଲା ବୌଦ୍ଧ ଧର୍ମ I “

“ଓଡ଼ିଶାର ସମୃଦ୍ଧ ଐତିହ୍ୟ, କୀର୍ତ୍ତିରାଜିକୁ ଯେତେ ଦେଖିଲେ ବି ମନ ପୁରିବ ନାହିଁ : ମୋଦୀ”

ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି I ଭାରତୀୟ ମାନେ ଯେଉଁଠି ଥିଲେ ହେଁ ସମସ୍ତେ ଗୋଟିଏ ଡୋରିରେ ବାନ୍ଧି ହୋଇଛନ୍ତି I ପ୍ରବାସୀ ଭାରତୀୟ ଦିବସ ସମାରୋହ ସେଇ ସମ୍ପର୍କକୁ ଆହୁରି ମଜଭୁତ କରିଛି, ଭବିଷ୍ୟତରେ ବି କରିବ I 2047 ସୁଦ୍ଧା ଭାରତକୁ ବିକଶିତ ଭାରତ କରିବାକୁ ବଦ୍ଧପରିକର I

” ପ୍ରତି ପ୍ରବାସୀ ଭାରତୀୟ ଅନ୍ତତଃ ପାଞ୍ଚ ଜଣଙ୍କୁ ସାଙ୍ଗରେ ନେଇ ଆସନ୍ତୁ : ମୋଦୀ “

ଟ୍ରିନିଦାଦ ଓ ଟବାଗୋ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର କଳା ସଂସ୍କୃତି ବେଶ ସମୃଦ୍ଧ I ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଥିବା ଅତିଥିମାନେ ତାହା ଦେଖି ବିଭୋର ହେବେ I 

   ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ପ୍ରାରମ୍ଭରେ କହିଛନ୍ତି ଯେ, ଓଡ଼ିଶାର ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବିଶ୍ୱସ୍ତରରେ ପ୍ରସିଦ୍ଧି ରହିଛି I ପ୍ରବାସୀ ଭାରତୀୟ ଦିବସ ସମାରୋହ ଓଡ଼ିଶାର ଏହି ସାଂସ୍କୃତିକ ସମ୍ପର୍କକୁ  ଆହୁରି ମଜଭୁତ କରିବ I’ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ଓଡିଶାର ଉଜ୍ବଳ ଭବିଷ୍ୟତ ଯାତ୍ରାରେ  ଆପଣମାନେ ସାମିଲ ହୁଅନ୍ତୁ I ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପୁର୍ବଦ୍ୟୋୟ ସ୍ବପ୍ନ ଓ ତାଙ୍କ ମାର୍ଗ ଦର୍ଶନରେ  ଓଡ଼ିଶାର ବିକାଶ ଯାତ୍ରାର ସୁବର୍ଣ୍ଣ ସମୟ ଆରମ୍ଭ ହୋଇଛି I ପୁଞ୍ଜିନିବେଶ ପାଇଁ ଏଠି ବ୍ୟାପକ ସୁଯୋଗ ରହିଛି I ବିସ୍ତୃତ  ଖଣି ଇଲାକା ରହିଛି I ଆସନ୍ତୁ ଏକାଠି ହୋଇ ବିକଶିତ ଓଡିଶା ଗଢିବା ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି I 

ଏହି ଅବସରରେ ପ୍ରବାସୀ ଭାରତୀୟ ଟ୍ରେନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି I ତାହା ଦିଲ୍ଲୀ ସବଦରଜଂଗରୁ ଅଗ୍ରା ଚାଲିବ I 

  ଉଲ୍ଲେଖନୀୟ ଯେ, ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଗତକାଲି  ପହଞ୍ଚିବା ପରେ ତାଙ୍କୁ  ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରେ ସେ ରାଜଭବନ ଯାଇ ସେଠାରେ ରାତ୍ରିଯାପନ କରିଥିଲେ। ଏହି ଅବସରରେ ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍‌ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ, ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ ସହିତ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ।

Leave A Reply

Your email address will not be published.