ଅତାବିରା ଏନଏସି ନିର୍ବାଚନ ପାଇଁ ଅତନୁ ସବ୍ୟସାଚୀ ବିଜେଡି ପର୍ଯ୍ୟବେକ୍ଷକ
- ତାଲିକାରେ ଆଉ 5 ନେତା
ଭୁବନେଶ୍ୱର//TATKAL ODISHA//
ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାଚନ ପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ଜଣ ବି ତାଲିକାରେ ଅଛନ୍ତି I ସେମାନେ ହେଉଛନ୍ତି..
- ସୁଶାନ୍ତ ସିଂ
- ଦେବେଶ ଆଚାର୍ଯ୍ୟ
ସେହିପରି ଢ଼େଙ୍କନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ପାଇଁ 3 ଜଣିଆ ଅବଜରଭର ନିଯୁୂକ୍ତି ପାଇଛନ୍ତି । ସେମାନେ ହେଉଛନ୍ତି..
- ସୁଧୀର ସାମଲ
- ସୁଶାନ୍ତ ରାଉତ
- କୁନା ବିହାରୀ ଦାସ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାଚନ ପାଇଁ ମତଦାନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ଏବଂ ଏପ୍ରିଲ ୫ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ସେହିଭଳି ଏପ୍ରିଲ ୧୯ରେ ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ହେବ । ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୨ ଗୋଟି ୱାର୍ଡର ୧୬ଟି ବୁଥ୍ ଥିବାବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୧୩୫୨୦ । ସେହିପରି ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୬ଟି ୱାର୍ଡର ୧୬ଟି ବୁଥ୍ ରହିଥିବାବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭ । ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ଓ ଉଭୟ କ୍ଷେତ୍ର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି ।