ଆଚରଣ ଵିଧି ଉଲ୍ଲଘଂନ :3 ଅଧ୍ୟାପକ ନିଲମ୍ବିତ

0
  • ପଦ୍ମପୁର//TATKAL ODISHA//

ନିର୍ବାଚନ ଆଚରଣ ଵିଧି ଉଲ୍ଲଘଂନ ଅଭିଯୋଗରେ ପଦ୍ମପୁରରେ ତିନି ଅଧ୍ୟାପକ ନିଲମ୍ବିତ ହୋଇଛନ୍ତି I ସେମାନେ ହେଉଛନ୍ତି ପଦ୍ମପୁରର ଅଂଚଳ କଲେଜର ଇତିହାସ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ମାଣ୍ଡୋଶିଳ ଡିଗ୍ରୀ କଲେଜର ଇନଚାର୍ଜ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡା ଏବଂ ଦଭା ଉଚ୍ଚ ମାଧ୍ୟମିକ ସ୍କୁଲର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର କୁମାର ରଥ I ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ I

ତିନିଜଣଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି | ସରକାରୀ ଚାକିରୀରେ ଥାଇ ନିୟମ ବିରୁଧ କାର୍ଯ କରୁଥିଲେ ଏହି ଅଧିକାରୀ | ତଦନ୍ତ କରି ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି |

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗତ ୧୯ ନଭେମ୍ବରରେ ସରକାରୀ ସ୍କୁଲ ଓ ସରକାରୀ କଲେଜରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରିନ୍ସିପାଲଙ୍କ ସହ ବୈଠକ କରାଇଲେ ମନ୍ତ୍ରୀ ରୋହିତ ପୂଜାରୀ | ନିର୍ବାଚନ ସଂକ୍ରIନ୍ତରେ ବୈଠକ ହୋଇଥିଲା | ତାରକା ପ୍ରଚାରକ ଥାଇ ନୀୟମ ଭାଙ୍ଗିଥିଲେ I ତଥ୍ୟ ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ଦଳ | ବିଜେପି ଯେଉଁ ଅଭିଯୋଗ ଆଣିଥିଲା, ତାହା ସତ୍ୟ ପ୍ରମାଣିତ ହୋଇଛି |

Leave A Reply

Your email address will not be published.