ମା’ : ଶିବା ତୁ ଭୈରବୀ ତୁ

0

ଦୁର୍ଗତିନାଶିନୀ ମା’ ଦୁର୍ଗା I ସେ ସିଂହବାହିନୀ I ସେ ଶକ୍ତିପ୍ରଦାୟିନୀ I ସେ ମହୀଶୂରମର୍ଦିନୀ I ଆଉ ସେ ସ୍ନେହମୟୀ ମା’ ଭୁବନେଶ୍ୱରୀ I କାହିଁ କେଉଁ କାଳରୁ କେତେ ନାମରେ ସେ ପୁଜିତା I

ଓଡ଼ିଶା ସମେତ ସାରା ଦେଶରେ ମା’ଙ୍କର ପାରମ୍ପରିକ ରିତିରେ ପୂଜା ଚାଲିଛି

ଆସନ୍ତୁ ମା’ଙ୍କ ବନ୍ଦନା କରିବା…

ମା

**********

ହର୍ଷ ତୁ ଉତ୍କର୍ଷ ତୁ
ପ୍ରତି ନାରୀ ଆଦର୍ଶ ତୁ
କେତେ ରୂପରେ କେତେ ନାମରେ
କେତେ ରଙ୍ଗରେ କେତେ ଦୀପ୍ତିରେ
ବିବିଧତାରେ ଅଖଣ୍ଡ ତୁ ।
କଲ୍ୟାଣୀ ତୁ ଭବାନୀ ତୁ
ପାପର ଅସ୍ତାଚଳ ତୁ
ପୂଣ୍ୟର ଉଦୟନ ତୁ
ସତ୍ୟ ଧର୍ମର ପରିଭାଷା ତୁ
ସୃଷ୍ଟି ବିନାଶରେ ଆବିର୍ଭାବ ତୁ ।
ଅଭେଦ୍ୟ ତୁ ଅଚିନ୍ତ୍ୟ ତୁ
ସକଳ ଶକ୍ତିର ଆଧାର ତୁ
ହିଂସାର ପରିସମାପ୍ତି ତୁ
ସୁଖ ଶାନ୍ତିର ବିଭୂଷଣ ତୁ
ସତ୍ୟ ନ୍ୟାୟର ଆଭୂଷଣ ତୁ ।
ସିଦ୍ଧି ତୁ ସମୃଦ୍ଧି ତୁ
ଶ୍ରୀମୟୀ ତୁ ଶ୍ରୀସମ୍ପନ୍ନା ତୁ
ରୁଦ୍ରାଣୀ ତୁ ବ୍ରହ୍ମଚାରିଣୀ ତୁ
ପାପ ଦୁରାଚାର ସଂହାର ତୁ
ଦୁଃଖ କ୍ଳେଶର ଉପସଂହାର ତୁ ।
ଶିବା ତୁ ଭୈରବୀ ତୁ
ପ୍ରକାଶ ତୁ କାଳରାତ୍ରୀ ତୁ
ଜଗତ ଜନଙ୍କ ପ୍ରତୀକ୍ଷା ତୁ
ଧର୍ମ ସଂସ୍ଥାପନା ପ୍ରତୀକ ତୁ
ମହାବିଜୟର ଶ୍ରୀଧ୍ଵଜ ତୁ ।


©®Swarna Rath Mahapatra
Jamshedpur

Leave A Reply

Your email address will not be published.