ସାବିତ୍ରୀ ବ୍ରତ କାହିଁକି?

0
  • //ଶ୍ରୀକାନ୍ତ ଦାଶ//
  • //TATKAL ODISHA//

+++++++++++++++++++++++++++++++++++++++++

ସାବିତ୍ରୀ ବ୍ରତର ଉଦ୍ଦେଶ୍ୟ


ସାବିତ୍ରୀ ବ୍ରତ ହିନ୍ଦୁ ସଧବା ମହିଳାଙ୍କ ଏକ ପବିତ୍ର ବ୍ରତ |

ଜ୍ୟେଷ୍ଠ ଅମାବାସ୍ୟାରେ ଭାରତୀୟ ରାଜ୍ୟ ଓଡିଶା, ବିହାର, ଉତ୍ତର ପ୍ରଦେଶ ଓ ,ପଡୋଶୀ ଦେଶ ନେପାଳରେ ପାଳିତ ହୁଏ |ଲୋକ କଥା ଅନୁସାରେ ମଦ୍ରଦେଶର ରାଜା ଅଶ୍ୱପତିଙ୍କ କନ୍ୟା ଅନ୍ଧ ତଥା ରାଜ୍ୟ ହରେଇଥିଵା ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କୁ ବିବାହ କରିଥିଲେ | ସତ୍ୟବାନ ଅଳ୍ପ ବୟସରେ ଜଙ୍ଗଲରେ ପ୍ରାଣ ତ୍ୟାଗ କଲେ| ସାଥିରେ ସାବିତ୍ରୀ ଥିଲେ |

ମାତ୍ର ସେ ଏକାଗ୍ରତାର ସହ ନିଜର ଭକ୍ତିପୂର୍ଣ୍ଣ କଥାରେ ଯମଙ୍କୁ ପ୍ରୀତକରି ନିଜ ପିତାଙ୍କ ଦୃଷ୍ଟି ଶକ୍ତି, ଓ ରାଜ୍ୟ ଉଦ୍ଧାର କରିଥିଲେ |ନିଜ ପିତାମାତାଙ୍କୁ ଶତ ପୁତ୍ର ପ୍ରଦାନ କରେଇ ଥିଲେ ଓ ନିଜେ ଶତ ପୁତ୍ରର ଜନନୀ ହେବାର ବର ପ୍ରାପ୍ତ କରି ଯମରାଜଙ୍କୁ ଭ୍ରମିତ କରିଥିଲେ | ଶେଷରେ ଯମ ସତ୍ୟବାନଙ୍କୁ ଜୀବନ୍ୟାସ ଦେଇଥିଲେ |


ସ୍ୱାମୀମାନଙ୍କ ମଙ୍ଗଳ କାମନା କରି ସଧବା ନାରୀମାନେ ଏ ବ୍ରତ ପାଳନ କରନ୍ତି |


ଅଧିକାଂଶ ନାରୀ ନୂଆ ଶାଢ଼ୀ, ଚୁଡି, /ଶଙ୍ଖା ତଥା ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ସଜେଇ ହୋଇ ଫଳ ମୂଳ ଖାଇ ଦେବ ଦର୍ଶନ କରିଦେଲେ ଏ ବ୍ରତପାଳନ ହୋଇଗଲା ବୋଲି ଆତ୍ମ ତୃପ୍ତି ଅନୁଭବ କରନ୍ତି | ସାବିତ୍ରୀଙ୍କ ଜୀବନକୁ ଅନୁସରଣ କରୁଥିଲେ ହୁଏତ ଆଜିକାଲି ସମାଜରେ, ଘରେ ଅଶାନ୍ତ ପରିସ୍ଥିତି ଦେଖା ଯାଉ ନଥାନ୍ତା |

ସାବିତ୍ରୀ ଥିଲେ ସ୍ନେହ, ପ୍ରେମ, ଭକ୍ତି, ଧୈର୍ଯ୍ୟ ର ପ୍ରତୀକ |ଯୁବତୀ ଅବସ୍ଥାରେ ବଣରେ ସତ୍ୟବାନଙ୍କୁ ଦେଖି ତାଙ୍କୁ ଭଲ ପାଇଲେ ଓ ପିତାଙ୍କୁ ତାଙ୍କୁ ବିବାହ କରିବାକୁ ଜଣେଇଲେ | ପିତା ଋଷି ମାନଙ୍କ ସହ ପରାମର୍ଶ କରି ଜାଣିଲେ ଯେ ସତ୍ୟବାନଙ୍କ ଆୟୁଷ କମ ଓ ଠିକ ବର୍ଷକ ପରେ ତାଙ୍କ ମୃତ୍ୟୁ ସୁନିଶ୍ଚିତ |ପିତା ମାତା ସାବିତ୍ରୀଙ୍କୁ ଅନ୍ୟ ପାତ୍ର ସନ୍ଧାନ କରିବାକୁ କହିଲେ, ମାତ୍ର ସେ ମନାକରି ସତ୍ୟବାନଙ୍କୁ ବିବାହ କରିବାକୁ ଇଚ୍ଛା କଲେ | ସେ ବିବାହ କରି ବଣରେ ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କ ସହ ରହିଲେ ଓ ଦିନ ଗଣି ସତ୍ୟବାନଙ୍କ ମୃତ୍ୟୁ କିପରି ନ ହେବ ସେଥିପାଇଁ ଅନ୍ତର ମଧ୍ୟରେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ |

ଶେଷରେ ସେ ଦିନ ଆସିଲା ଓ ସେ ନିଜର ନିଷ୍ଠା, ଅଚଳା ଭକ୍ତି, ତତ୍ତ୍ୱପୂର୍ଣ୍ଣ ଯୁକ୍ତିରେ ଯମରାଜାଙ୍କୁ ପ୍ରୀତ କରି ସତ୍ୟବାନଙ୍କ ଜୀବନ ଫେରେଇ ଆଣିବାରେ ସଫଳ ହେଲେ | ଶ୍ୱଶୁର ଘର ଓ ନିଜ ପିତା ମାତାଙ୍କ ପାଇଁ ସୁଖଦ ଖବର ଆଣିଲେ | ଉଭୟ ପରିବାରରେ ଖୁସି ଭରିଗଲା | ସାବିତ୍ରୀଙ୍କ ନିଷ୍ଠା ପାଇଁ ଦୁଇ କୁଳର ମଙ୍ଗଳ ହେଲା |ସେଥିପାଇଁ କୁହାଯାଏ “ଦୁହିତା, ଦୁଇ କୂଳକୁ ହିତା “


ଆଜିର ସମାଜରେ ଗୋଟିଏ ଶୃଙ୍ଖଳିତ ଘର ପାଇବା ସ୍ୱପ୍ନ |
“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର “

ଘରକୁ ବୈକୁଣ୍ଠ କରିବା ଦାୟିତ୍ୱ ଗୃହିଣୀ ଉପରେ | ପୁରୁଷ ତାକୁ ସହଯୋଗ ଦେଇ ତା କାର୍ଯ୍ୟକୁ ସଫଳ କରେ |ଏ ସବୁ ଏବେ ବିରଳ | ଆଜିର ସାବିତ୍ରୀ ସତ୍ୟବାନମାନଙ୍କୁ ନିବେଦନ ସେମାନେ ସାବିତ୍ରୀ ସତ୍ୟବାନଙ୍କ ଚରିତ୍ରରୁ ଶିକ୍ଷା ଲାଭ କରନ୍ତୁ |ପିତା ମାତାଙ୍କୁ ଜରାଶ୍ରମରେ ନ ରଖି ନିଜେ ସେମାନଙ୍କୁ ଦେଖାରଖା କରନ୍ତୁ |ଟିକେ ନିଜ ପିଲାଦିନକୁ ମନେ ପକାନ୍ତୁ | ପିତା ମାତା ଅନ୍ୟ ଗୁରୁଜନମାନେ ସେ ମାନଙ୍କ ଯତ୍ନ କେମିତି ନେଉଥିଲେ | ଖାଲି କଥାରେ “ବାଳ ବୃଦ୍ଧ ସମାନ “ନ କହି କାର୍ଯ୍ୟରେ କରନ୍ତୁ | ଆଉ ସମସ୍ତେ ଦୁଇ ସନ୍ତାନ ନୀତି ଗ୍ରହଣ କରନ୍ତୁ |ନଚେତ ସମାଜରେ ଅନେକ ସମ୍ପର୍କ ଯେମିତି ଦାଦା, ଖୁଡି, ମାମୁଁ, ମାଇଁ, ବଡ଼ ବାପା ଓ ମା’, ମଉସା, ମାଉସୀ ଇତ୍ୟାଦି |ଆଉ ଗୋଟିଏ ପିଲା ସ୍ନେହ ପାଇ ବିପଥ ଗାମୀ ହେବା ସମ୍ଭାବନା ଅଧିକ |ସେ କାହା ସହ ନିଜ ଭାବ ଆଦାନ ପ୍ରଦାନ କରିପାରିବନି | ସାମାନ୍ୟ ଅସୁବିଧାରେ ମନ ଭାଙ୍ଗି ଵିମର୍ଷ ଭାବର ଶିକାର ହେବ ଓ ଆତ୍ମହତ୍ୟା ପ୍ରବଣତା ତା ଭିତରେ ସୃଷ୍ଟି ହେବ |


ନାରୀ ମାନେ ଜାଣିବା ଦରକାର ଯେ ସେମାନେ କେତେ ଶକ୍ତିର ଅଧିକାରିଣୀ |
ସେମାନେ ସବୁ କିଛି ସୁପରିବର୍ତ୍ତନ କରିପାରିବେ |ଚିନ୍ତାମଣି ବିଲ୍ଵ ମଙ୍ଗଳଙ୍କୁ କୁପଥରୁ ଆଣି ବିଶ୍ୱ ଚିନ୍ତାମଣିଙ୍କ ଦର୍ଶନ କରେଇ ପାରିଥିଲେ | ଲକ୍ଷ୍ୟହୀରା କିପରି ବିଷ୍ଣୁଦାସଙ୍କୁ ବେଶ୍ୟା ଶକ୍ତ ହେବାରୁ ନିବୃତ କରି ସତୀ ଅନସୂୟାଙ୍କ ମନରେ ଶାନ୍ତି ଭରିଥିଲେ ତାହା ଆମେ ଜାଣିଛେ |ସତୀ ଅନସୂୟା ସ୍ୱାମୀଙ୍କୁ ରାତିରେ ନେଇ ଯାଉଥିବା ବେଳେ ଶୁଳି ଦଣ୍ଡ ଭୋଗୁଥିବା ମାଣ୍ଡବ୍ୟ ଋଷିଙ୍କୁ ଝୁଣ୍ଟି ତାଙ୍କ ଠାରୁ ଅଭିଶାପ ପାଇଥିଲେ “ରାତି ପାହିଲେ ତୁ ବିଧବା ହେବୁ “ସତୀ ଏଥିରେ ବିଚଳିତ ନ ହୋଇ ରାତି ପାହିବନି ବୋଲି କହିଥିଲେ, ଯାହା ସତ ହେଲା ଏସବୁ ରାମାୟଣର କଥା |ତାକୁ ପଢନ୍ତୁ ଓ ନିଜ ଶକ୍ତି, ସାମର୍ଥ୍ୟକୁ ଜାଣନ୍ତୁ |.


ଦୁଃଖ ଲାଗେ ଆଧୁନିକତାର ଦ୍ୱାହି ଦେଇ ଅନେକ ଶଙ୍ଖା ସିନ୍ଦୁର ପିନ୍ଧୁନାହାନ୍ତି |ଆଜି ନାରୀଟିଏ ପାଠୁଆ ପତ୍ନୀ ହେଉଛି , ମାତ୍ର ମା’, ସେବିକା, ସ୍ନମୟୀ ଜନନୀ, ଧୈର୍ଯ୍ୟଶିଳା ଗୃହିଣୀ ହୋଇ ପାରୁନି |ଏ ସବୁ ତାଙ୍କୁ ବୋଝ ମନେ ହେଉଛି |


ମୁଖବାଦ୍ୟ ଵା ହୁଳହୁଳି ସ୍ବପ୍ନ ହେଲାଣି |ଏ ସବୁ ଭୂଷଣକୁ ନାରୀମାନେ ଆପଣାର କରନ୍ତୁ, ସମାଜ ଓ ଘର ସଜାଡି ହୋଇଯିବ |
ସାବିତ୍ରୀ ବ୍ରତ ପାଳନର ଉଦ୍ଦେଶ୍ୟ ପୂରଣ ହେବ 🙏

  • ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ,
    ଦୂରଭାଷ 9238304919

Leave A Reply

Your email address will not be published.