ମନେ ପଡ଼ନ୍ତି ଜାତୀୟ କବି ବାଞ୍ଛାନିଧି

  • TATKAL ODISHAର ଶ୍ରଦ୍ଧାଞ୍ଜଳି
  • 125 ତମ ଜୟନ୍ତୀ ପାଳିବାକୁ ଭୁଲିଗଲା ଓଡ଼ିଶା ସାହିତ୍ୟ ଏକାଡେମୀ

————————————-

ଗାଅ ସ୍ୱାଧୀନ ଭାରତ…ସ୍ୱାଧୀନ, ସ୍ୱାଧୀନ.. ସ୍ୱାଧୀନରେ…

**********************************************

  • ଗୁରୁକଲ୍ୟାଣ ମହାପାତ୍ର

+++++++++++++++++++++++++++++++++++

ସ୍ୱାଧୀନ ଭାରତକୁ ଏବେ ପଞ୍ଚସ୍ତରୀ ବର୍ଷ।ଏଥିପାଇଁ ଭାରତ ସର୍କରଙ୍କସମେତ ରାଜ୍ୟ ସରକାରମାନେ ‘ଅମୃତ ମହୋତ୍ସବ’ ପାଳନରେ ଯେତେବେଳେ ଆତ୍ମହରା ହୋଇ ପଡୁଛନ୍ତି,ସେତେବେଳେ ମନେପଡୁଛନ୍ତି ୧୨୫ ବର୍ଷ ତଳେ ଏଇ ଓଡ଼ିଶାର ଭଦ୍ରକ ଅନ୍ତର୍ଗତ ବସୁଦେବପୁରର ଇରମ ଗ୍ରାମରେ ଆମର ଜାତୀୟ କବି ବାଞ୍ଛାନିଧି ମହାନ୍ତି,ଏପ୍ରିଲ ୨୦ ତାରିଖ ୧୮୯୭ ମସିହାରେ

ତାଙ୍କ ରଚିତ ସେହି ବଳିଷ୍ଠ ସଙ୍ଗୀତର ପ୍ରଥମ ପଦଟି ଥିଲା-‘

ଗାଅ ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ..

ଗାଏ ସାଗର ଭୂଧର ଅମ୍ବର  ଚୁମ୍ବିତ,ଭାଲ ହିମାଚଳ ଗରିବର କମ୍ପିତ,ସ୍ୱାଧୀନ, ସ୍ୱାଧୀନ ସ୍ୱାଧୀନରେ“…


ଏପରି ଜଣେ ଶକ୍ତିଶାଳୀ କବି,ଗାୟକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଅବିସ୍ମରଣୀୟ।ଅଥଚ ଆଜି ଓଡିଶା ସାହିତ୍ୟ ଏକାଡେମୀ ତାଙ୍କର ୧୨୫ତମ ଜୟନ୍ତୀ ପାଳନ ନକରିବା କିମ୍ବା ଭାରତ ସରକାର ତାଙ୍କୁ ଏହି ପବିତ୍ର ଜନ୍ମ ଦିବସରେ ସ୍ମରଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।ଅବଶ୍ୟ ବେସରକାରୀ ଉଦ୍ୟମରେ ରାଜଧାନୀ ଭୁବନେଶ୍ବର ଓ ଅନ୍ୟ କେତେକ ସ୍ଥାନରେ ତାଙ୍କ ଜୟନ୍ତି ପାଳନ ହେଉଥିବା ଆନନ୍ଦର ବିଷୟ।

‘ଉତ୍କଳ ସମ୍ମିଳନୀ’ ଜରିଆରେ ସେ ମଧ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପ।ତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ତାଙ୍କ ସୁଲଳିତ କଣ୍ଠରେ ବୋଲି ସେ ସମସ୍ତଙ୍କଦ୍ୱାରା ଆଦୃତ ହୋଇ ପାରିଥିଲେ।


ତାଙ୍କ ରଚିତ ପ୍ରସିଦ୍ଧ ଗୀତଟି ‘ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।ସେ ଗୀତଟି ହେଉଛି-‘କହ କହ କେଉଁ ଜାତି ପାଇଛି ମୁକତି କରି ହୁରି ହାରି ଗୁହାରୀ/କହ ପାଇଛି କେ ସୁଖ, ଲିଭାଇଛି ଦୁଃଖ ମାଗି ମାଗି ପଥ ଭିକାରୀ।’


ଅବଶ୍ୟ ୧୯୬୩ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ‘ତାଙ୍କ ଗୀତଗୁଡିକ ସଂଗ୍ରହ କରି ‘ବାଞ୍ଛାନିଧି ପଦ୍ୟାବଳୀ’ ନାମକ ଏକ ଗ୍ରନ୍ଥ ପ୍ରକାଶ କରିଛନ୍ତି।ମାତ୍ର ତାହା ମଧ୍ୟ ଦୁଷ୍ପ୍ରାପ୍ୟ।


ଏହି କିଛି ବର୍ଷ ତଳେ ତାଙ୍କ ପୁତ୍ର ଭଦ୍ରକର ଆଡଭୋକେଟ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଦେହାନ୍ତ ହୋଇଛି।ସେ ଏକଦା ଲେଖିଥିଲେ,’ଭଙ୍ଗା କୁଡ଼ିଆରେ କାହିଁକି କେଜାଣି ଭଙ୍ଗା ଜୀବନକୁ କବିତା ଦଙ୍ଗାରେ ଭସାଇ ଦେବା ନିମନ୍ତେ ସ୍ୱପ୍ନଦେଖି ଭାବିଥିଲେ ଓକିଲାତି କରି ତାଙ୍କ ସଂସାରର ଦଦରା ନାବଟିକୁ ପାର କରି ନେବେ।ଓକିଲାତି ଲାଇସେନ୍ସ ଆସିଥିଲା।ମାତ୍ର ତାହା ଭଦ୍ରକରେ ୧୯୩୮ ମସିହା ଜୁଲାଇ ୨୮ ତାରିଖରେ ପହଂଚିବା ପୂର୍ବରୁ କବିଙ୍କର ଦଦରା ନାଵ ଜୁଲାଇ ୧୯ ତାରିଖରେ ବୁଡି ଯାଇଥିଲା।’


ପ୍ରକୃତରେ କବିଙ୍କ ଦେହବସାନରେ ସମସ୍ତ ଓଡ଼ିଶାବାସୀ ଶୋକାଭିଭୁତ ହୋଇ ଯାଇଥିଲେ ।

Comments are closed.