ନିରଞ୍ଜନ ସାହୁଙ୍କ ‘କଥା ନିରବଧି’- କୋମଳମତିଙ୍କୁ ସମ୍ଭାଷଣ

0
  • TATKAL ODISHA//GUEST EDITOR//
  • ଆଲେଖ୍ୟ : ନିରଞ୍ଜନ ସାହୁ
  • ++++++++++++++++++++
  • କୋମଳମତିଙ୍କୁ ସମ୍ଭାଷଣ
  • ++++++++++++++++++++

କିଛିଦିନ ତଳେ ଗୋଟିଏ ଛୋଟ ହ୍ୱାଟସ୍‌ଆପ ଭିଡ଼ିଓ ମୋର ହସ୍ତଗତ ହୋଇଥିଲା; ମାତ୍ର ମିନିଟିଏରୁକମ୍ ଅବଧିର ଏଇ ଆଲୋକ ଚିତ୍ରଭିତରେ ଦୁଇଟି ଭିନ୍ନ ପରିବେଶ ଦିଶିଯାଉଥିଲା ।

ଗୋଟିଏ ଥିଲା ବିଦେଶରେ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଶ୍ରଦ୍ଧାଶୀଳ ସମ୍ଭାଷଣ ଓ ଆରଟି ଦେଖାଇ ଦେଉଥିଲା ଶିକ୍ଷକମାନଙ୍କର କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତିକ୍ରୁର ଆଚରଣ, କହିବା ବାହୁଲ୍ୟ ଦ୍ୱିତୀୟ ପ୍ରକାରର ଚିତ୍ରଟିରେ ଭାରତ ବୋଲି କୌଣସି ସ୍ଥାନରେ ଟିପ୍‌ପଣୀ ଦିଆଯାଇନଥିଲେ ମଧ୍ୟ ଯେ କେହି ତାହା ଦେଖିଲେ ଆଖି ମୁଜିଦେଇ କହିପାରିବେ ଏହା ଭାରତର କୌଣସିବିଦ୍ୟାଳୟର ଚିତ୍ର ସମ୍ଭବତଃ ।

ସରକାରୀ ସ୍କୁଲ

ବିଦେଶୀ ପରିବେଶରେ ତୋଳାଯାଇଥିବା ଚିତ୍ରରେ ଆପଣ ଦେଖିବେ କୁନିକୁନି ପିଲାଟିମାନ ତାଙ୍କରବିଦ୍ୟାଳୟକୁ ପ୍ରବେଶ କଲାବେଳେ ତାଙ୍କର ଶିକ୍ଷୟିତ୍ରୀସେମାନଙ୍କୁ ଗେଲକରି ଦେଉଛନ୍ତି ।କେତେବେଳେ ଛାତିରେ ଜଡ଼ାଇ ଧରୁଛନ୍ତି ତ କେତେବେଳେ ମୁହଁରେ କପାଳରେ ଦେଉଛନ୍ତି ଚୁମ୍ବନ, କେତେବେଳେ କୌତୁକରେ ଖେଳି ଦେଉଛନ୍ତି ପାଦେ ଯେ ଛାତ୍ରଛାତ୍ରୀ ପାଳି ଧରି ଦେଉଛନ୍ତି ଏକ ପରିଚିତଗୀତର ପରବର୍ତ୍ତୀ ପଂକ୍ତି ପରି । ଏକ ଆନନ୍ଦର ପ୍ରବାହ ଛୁଟି ଯାଉଛି ଦିଗରୁ ବିଦିଗ, ପ୍ରସାରି ଯାଉଛି ମାଟିରୁ ଆକାଶ ଯାଏ । ଦୈନିକ ପଢ଼ାପଢ଼ି ଏହାଠାରୁ ଅଧିକ ସୁଖଦ ଅନୁଭୂତିରୁ କ’ଣ ଆରମ୍ଭ କରାଯାଇପାରିବ!

ଭାରତ ବା ସେଇଭଳି କୌଣସି ପରିବେଶ ସମ୍ବଳିତ ଦେଶରେ କୁନିକୁନି ପିଲାଙ୍କୁ ସ୍ୱାଗତ କରୁଛନ୍ତି ଶିକ୍ଷକ ବେତ୍ରହସ୍ତେ । ଯାହାକୁ ଇଚ୍ଛା ପିଟି ଦେଉଛନ୍ତି ପାହାରେ । ପ୍ରତ୍ୟେକ ପିଟା ଖାଆନ୍ତୁବା ନ ଖାଆନ୍ତୁ ଭୟରେ ଜଡ଼ସଡ଼ ହୋଇଯାଉଛନ୍ତି ।କିଏତ୍ରସ୍ତହୋଇ ଦଉଡ଼ି ଯାଉଛି, ବେତ ପାହାରରୁବର୍ତ୍ତି ଯାଉଛି ସିନା କଟୁବାକ୍ୟରୁ ମୁକୁଳି ପାରୁନି । ଏଇ କ୍ଷୁଦ୍ର ଭିଡ଼ିଓଟି ଦେଖିବାମାତ୍ରେ ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି ମନ ଭିତରେ ଏକ ବିକ୍ଷୋଭ ଦାନାବାନ୍ଧେ । ଅବଶ୍ୟ ଆମ ଭିତରୁ କେହିକହିବେ ଯେ ଭାରତକୁ ବିଶ୍ୱସମୁଦାୟ ପାଖରେ ନ୍ୟୁନ କରିବା ପାଇଁକେହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏପରି ଚିତ୍ର ଉତ୍ତୋଳନ କରିଛନ୍ତି – ଏହାକୁ ଶତପ୍ରତିଶତ ଆମେ ଅବଶ୍ୟ ଖାରଜ କରିପାରିବା ନାହିଁ; ମାତ୍ର ନିଜକୁ ପଚାରିବା, ସତରେ ଆମର ପ୍ରାଥମିକ ଶ୍ରେଣୀଗୃହରେ ଦଣ୍ଡମୁକ୍ତ ଅଞ୍ଚଳ ଭାବରେଯେତେବିଜ୍ଞାପନପତ୍ର ଆମେ ଟାଙ୍ଗିଲେସୁଦ୍ଧା ‘ଛାଟ ନାହିଁ ତ ପାଠ ନାହିଁ’ ଏଇ ତତ୍ତ୍ୱକୁକେତେ ଜଣ ଭୁଲି ପାରିଛନ୍ତି! ଅନେକ ଶିକ୍ଷକ ଅଛନ୍ତି ସେମାନେ ଆଗକାଳ ପରିବାଡ଼ି ଧରୁ ନାହାନ୍ତି ସିନା, ହେଲେ ଆବଶ୍ୟକ ବେଳେ ତାଙ୍କହାତ ସେଇ ଦଣ୍ଡର କାମକରିବାରେ ଟିକିଏବି ହେଳା କରେ ନାହିଁ ।

କୋମଳମତି ଶିଶୁଟିକୁବାଡ଼ିଟିଏହଲେଇଦେଲେତାଭିତରେଯେଉଁ ଭୟ ଓ ଅନାଗ୍ରହ ସୃଷ୍ଟିହୁଏତାକୁଜୀବନସାରା ବଦଳେଇବାକଷ୍ଟ ।ତାର ଶାରୀରିକ କ୍ଷମତା ନଥାଏ ପ୍ରତିବାଦ କରିବା ପାଇଁ; ମାତ୍ର ମନ ଭିତରେ ଅନିଚ୍ଛାକୃତ ଭାବରେସୃଷ୍ଟିହୋଇଯାଏଘୃଣା ଓ ବିଦ୍ୱେଷ ।କେବଳ ଏଇ ଭାବନା ସଂପୃକ୍ତ ଶିକ୍ଷକଙ୍କ ପ୍ରତି ନହୋଇସମଗ୍ର ପରିବେଶ ପ୍ରତିଏବଂ ମୋଟାମୋଟି ପଢ଼ାପଢ଼ି ପ୍ରତିସୃଷ୍ଟିହୁଏ । ପରବର୍ତ୍ତୀ କାଳରେ ଯେଉଁମାନେ ପାଠପ୍ରତି ବିମୁଖ ହୋଇଛନ୍ତି ସେମାନଙ୍କୁ ଅନୁଶୀଳନ କଲେ ଏପରି କୌଣସି ଭୟଙ୍କର ଘଟଣାର ପ୍ରେକ୍ଷାପଟ ଉନ୍ମୋଚିତ ହେବାର ସମ୍ଭାବନା ଅଧିକ ।
ଗୋଟିଏଶିଶୁ ପାଇଁସବୁଠୁ ପ୍ରିୟ ତାର ମା’ । ଯିଏ ମା’ କୋଳରେ ରହୁଥିଲା, ମା’ର କ୍ଷୀରସମ ଅମୃତ ପାନ କରୁଥିଲା, ସେଥିରୁ କିଛି ବିରତି ନେଇ ସେ ଗୋଟିଏ ନୂତନ ସ୍ଥାନକୁ ଗଲାବେଳେ, ସେଠାରେ ତାକୁଏପରି ସମ୍ଭାଷଣ ହେବା ଦରକାର, ସେ ଅନୁଭବ କରିବ ଯେ ତାକୁ ସମସ୍ତେ ଆଦର କରନ୍ତି ।
ସ୍ନେହ ସୋହାଗ ଆଦରର ସ୍ପର୍ଶ ବାରିହୋଇ ପଡ଼େ ସବୁଠି । ତା’ ପାଇଁକିଛି ନିର୍ଦ୍ଦିଷ୍ଟ ରଙ୍ଗରେ ଚିହ୍ନିତହେବା ଆବଶ୍ୟକ ପଡ଼େ ନାହିଁ ।ତାର ଭାଷାବି ଆପେ ଆପେ ଚିହ୍ନିହୋଇଯାଏ । ସେଇ ହସ ଖାଲି ଓଠରେ ନଥାଏ ଆଖିରୁ ଓଠଯାଏ ପ୍ରସାରିତ ସେହସର ପାଖୁଡ଼ା ।

କଥା ଉଠୁଛି – ଆମର କତିପୟ ଶିକ୍ଷକ କାହିଁକି କୁନିକୁନିଛାତ୍ରଛାତ୍ରୀଙ୍କ ପ୍ରତି ନିର୍ଦ୍ଦୟ ଆଚରଣ କରନ୍ତି । ସେଥିପ୍ରତି ଅନ୍ୟମାନେ କଣ ସଚେତନ ନୁହନ୍ତି! ଏପରିକି ସଂପୃକ୍ତବିଦ୍ୟାଳୟର ପରିଚାଳନା ମଣ୍ଡଳି, ପିଲାମାନଙ୍କର ଅଭିଭାବକମାନେ କ’ଣ ସେମାନଙ୍କର ଦାୟିତ୍ୱ ସୁଚାରୁରୂପେ ସଂପାଦନ କରିବାରେ ଅସମର୍ଥ ହେଉଛନ୍ତି!

ଆମର ଦେଶରେ ପ୍ରାଥମିକ ଶିକ୍ଷା ଗୋଟିଏ ହୋଇନାହିଁ ।ସହରର ସରକାରୀ ସ୍କୁଲରେ ସାଧାରଣତଃକମ୍ ଆୟସମ୍ପର୍ଣ୍ଣ ପିଲାଙ୍କର ବାପାମାଆମାନେ ତାଙ୍କର ପିଲାଟିମାନ ଛାଡ଼ି ଦେଇ ଦାୟିତ୍ୱମୁକ୍ତ ହୋଇଗଲା ପରିଭାବନ୍ତି । ପ୍ରାଇଭେଟ୍‌ ସ୍କୁଲମାନେ ଅପେକ୍ଷାକୃତ ଭଲ ପରିବେଶ ସୃଷ୍ଟିକରନ୍ତି ଏବଂ ବାପାମାଆଙ୍କ ଠାରୁ ଅଧିକ ଅର୍ଥ ଦାବୀକରନ୍ତି ।ଗାଁ ଗହଳିରେ ଅଧିକାଂଶ ସରକାରୀ ସ୍କୁଲ । ଆଉ ସେହିଭଳି ସ୍କୁଲରେ ଶତକଡ଼ା ସତୁରୀଭାଗ ପିଲା ଅଧ୍ୟୟନ କରୁଛନ୍ତି ତାହା ପରିସଂଖ୍ୟାନରୁ ସୁସ୍ପଷ୍ଟ ।

ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଧିକ ପ୍ରତିଭାସମ୍ପର୍ଣ୍ଣ ସେ କଥା କେହି ମନାକରି ପାରିବେ ନାହିଁ । ସରକାର ଯେଉଁ ଦରମାବା ଭତ୍ତା ଦେଉଛନ୍ତି ତାହା ପ୍ରାଇଭେଟ୍ ‌ସ୍କୁଲର ଶିକ୍ଷକଶିକ୍ଷୟତ୍ରୀଙ୍କ ଠାରୁ ଯଥେଷ୍ଟ ଅଧିକ । ପ୍ରାଇଭେଟ୍ ‌ସ୍କୁଲର ଶିକ୍ଷକମାନଙ୍କର ଚାକିରୀ ସର୍ତ୍ତାବଳୀ ନଥିଲାବେଳେ ସରକାରୀସ୍କୁଲର ଶିକ୍ଷକମାନେ ସୁରକ୍ଷିତ ।ସେମାନଙ୍କୁ ବିଭିନ୍ନ ନ୍ୟାୟାଳୟ ମଧ୍ୟ ଆବଶ୍ୟକସ୍ଥଳେ ନ୍ୟାୟିକସୁରକ୍ଷା ଦେଇପାରନ୍ତି, ଯାହା ପ୍ରାଇଭେଟସ୍କୁଲ କ୍ଷେତ୍ରରେ ଦେଖିବାକୁ ମିଳେ ନାହିଁ ।ଏସବୁସତ୍ତ୍ୱେ ସରକାରୀସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଶ୍ରଦ୍ଧ ଦୃଷ୍ଟିଭଙ୍ଗୀ ରହୁ ନଥିବା ଏକ ସ୍ପର୍ଶକାତର ପ୍ରସଙ୍ଗ ।

ଆପଣ ଛୋଟଛୋଟ ପିଲାଙ୍କ ବିଷୟରେ କିଛି ବୁଝିବାକୁ ଆରମ୍ଭ କଲାମାତ୍ରେ ବିଦ୍ୟାଳୟର ଶିକ୍ଷକମାନେ ଆରମ୍ଭ କରିବେ ଆଜ୍ଞା ଆମେ କ’ଣ କରିବୁ ।ବିଦ୍ୟାଳୟରେ ମାତ୍ରଚାରି ପାଞ୍ଚଘଣ୍ଟା ଶିଶୁଟିଏ ରହୁଛି ବାକି ସମୟତକତାର ଅଭିଭାବକଙ୍କ ଦାୟିତ୍ୱରେ । ସେମାନେ ତାଙ୍କର ଦାୟିତ୍ୱ ନନେଲେ ତାହା ତ ଶିକ୍ଷକନେଇ ପାରିବେ ନାହିଁ ।

ଆଗରୁ ବିଦ୍ୟାଳୟ ପରିଦର୍ଶନ କଡ଼ାକଡ଼ି ହେଉଥିଲା ଓ ଶିକ୍ଷକମାନଙ୍କର ପରିଦର୍ଶକମାନଙ୍କ ପ୍ରତିଭୟଭ୍ରାନ୍ତି ଥିଲା – ଥିଲା ମଧ୍ୟ ସମ୍ମାନବୋଧ । ରାଜନୀତିଏତେବ୍ୟାପକକଳୁଷିତଏବଂ ପରିଦର୍ଶକମଣ୍ଡଳିଏତେ ଦୁର୍ନୀତିଗ୍ରସ୍ଥହେଲେଣି ଯେ ସେମାନେ ନିଜରକର୍ତ୍ତୃତ୍ୱହରେଇଛନ୍ତି, ସେମାନଙ୍କ କଥାକୁସାମାନ୍ୟତମଖାତିର ନାହିଁଶିକ୍ଷକମାନଙ୍କର ।

ବିଦ୍ୟାଳୟ ପରିଚାଳନା ମଣ୍ଡଳୀରେ ସବୁଜାଗାରେ ନେତୃସ୍ଥାନୀୟ ଲୋକମାନେ ନରହି ଠିକାଦାର ଜାତୀୟ ଲୋକଙ୍କର ପ୍ରଭାବ ଅଧିକରହୁଛି । ଠିକାଦାରମାନେ ଗାଁଠାରୁ ସହରଯାଏ ପ୍ରତିପତ୍ତିଶାଳୀ – ପ୍ରଭାବଶାଳୀ ।ତେଣୁ ଶିକ୍ଷାପ୍ରେମୀ ଲୋକମାନେ ନେତୃତ୍ୱ ନେବାରେ କୁଣ୍ଠାବୋଧ କରୁଛନ୍ତି ।ଶିକ୍ଷକ ନିୟୋଜନ ଠିକଣା ସମୟରେ ହେଉନଥିବାରୁ ବହୁବିଦ୍ୟାଳୟରେ ଶିକ୍ଷକର ଅଭାବ ତାସାଙ୍ଗକୁରାଜନୈତିକ ପ୍ରଭାବହେତୁ ରାସ୍ତାକଡ଼ ସ୍କୁଲରେ ଅନୁପାତଠାରୁ ଅଧିକ ଶିକ୍ଷକ ଆସ୍ଥାନ ଜମେଇଥିଲାବେଳେ ଟିକିଏ ଦୂରସ୍ଥାନରେ ଶିକ୍ଷକମାନଙ୍କର ଘୋର ଅଭାବ ।

ଅନ୍ୟ ଉପରେ ଦାୟିତ୍ୱ ଲଦି ଦେବା ଖୁବ୍‌ସହଜ କାମ ।ଶିକ୍ଷକମାନେ ଏଇ ପରିସ୍ଥିତିରେ ନିଜେମୁଖ୍ୟ ଦାୟିତ୍ୱଗ୍ରହଣକରିବା ଦରକାର ଏବଂସେମାନଙ୍କୁ କର୍ତ୍ତୃପକ୍ଷ ଅଦରକାରୀ ବହୁକାଗଜ କାମରେବାନ୍ଧି ରଖୁଥିବାରୁ ସେମାନେ ଶ୍ରେଣୀଗୃହରେ ଯେତିକିସମୟ ଦେବାକଥା ତାହା ଦେଇପାରୁ ନାହାନ୍ତି ।ତେଣୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ଦିଗରେ ସଚେତନ ହେଲେ ପରିସ୍ଥିତିର ଉନ୍ନତିହେବ । ବିଶେଷତଃ ଶିକ୍ଷକମାନଙ୍କ ଭିତରେସୁସ୍ଥ ପ୍ରତିଯୋଗିତା କରାଇ ଭଲ ଶିକ୍ଷକମାନଙ୍କୁ ପ୍ରୋତ୍ସାହିତକଲେ ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଇପାରେ ।ସ୍କୁଲରେ ଘର, ପରିବେଶ, ଆସବାବପତ୍ର ଉଚ୍ଚମାନରକରିବାକୁଏବେତତ୍ପରତାବଢ଼ିଛି; ମାତ୍ରସେହି ଅନୁପାତରେ ଶିକ୍ଷକଙ୍କଭିତରେପ୍ରେରଣାସୃଷ୍ଟି ପାଇଁକିଛି ଉଦ୍ୟମ ନାହିଁ ।ଯେମିତି ହାର୍ଡ଼ଓୟାର ପ୍ରବଳ, ସଫ୍‌ଟଓୟାର ଦୁର୍ବଳ ।

ବିଦେଶରେ ଛୋଟଛୁଆଙ୍କୁ ପଢ଼ାଉଥିବା ଶିକ୍ଷକମାନଙ୍କର ଦରମା ଅପେକ୍ଷାକୃତ ଅଧିକ । ଶିଶୁରମନସ୍ତତ୍ତ୍ୱକୁ ଲକ୍ଷ୍ୟକରି ସେମାନଙ୍କୁ ଅନେକ ସମୟରେ ନୂଆଗବେଷଣାକରିବାକୁ ପଡ଼େ । ପିଲାମାନଙ୍କୁକିପରି ପରିବେଶ ଏକ ସୁଖଦ ଅନୁଭବ ଦେବ ସେବିଷୟରେସେମାନେ ଚେଷ୍ଟିତହୁଅନ୍ତି । ଆମ ଦେଶରଶିକ୍ଷକମାନଙ୍କୁବାରମ୍ବାର ପରାମର୍ଶ ଦେଲେସେମାନେ ହୁଏତ ଅଧିକ ଫଳପ୍ରଦ ଭାବରେଶିଶୁମାନଙ୍କୁଶିକ୍ଷାଦେଇ ପାରନ୍ତେ ଯାହା ଫଳରେସେମାନଙ୍କରକୋମଳତାବ୍ୟାଘାତହୁଅନ୍ତା ନାହିଁ ।

ଯେଉଁଦିନ ଛୁଆଟି ଘରେ ରହିବାକୁ ନ ଚାହିଁସ୍କୁଲ ଯିବାକୁ ଆଗଭର ହେବ, ସେତେକହିଁଚିହ୍ନେଇ ଦେବ ଯେ ଶିକ୍ଷକ ତାଙ୍କ କାମରେ ସଫଳହୋଇଛନ୍ତି । ଅନ୍ୟ କୌଣସି ମାପଦଣ୍ଡ ଏଥିରେ କାମକରିବ ନାହିଁ – ଏହାମୋରବିଶ୍ୱାସ ।
ଗୋଟିଏ ଘରେଜଣେ ମାଆଟିଏତାର ଛୋଟଛୁଆଟିକୁ ଦୁଇ ଚଟକଣାଲଗେଇ ଦେଲେ ନୂଆ ନୂଆକଥା ଶିଖୁଥିବାଛୁଆଟି କାନ୍ଦିଉଠିଲା ।କାନ୍ଦ ବନ୍ଦ କରି ଖଣ୍ଡିଆ ଖଣ୍ଡିଆ ଭାଷାରେ କହିଲା – ମାଆ ତମେ ମଲିଯାଅ ।ଏତିକିରୁ ସ୍ପଷ୍ଟ ଯେ ଛୁଆଟି ମାଆକୁ ସବୁଠୁ ଭଲ ପାଏ ସତ; ମାତ୍ର ତାର ଦଣ୍ଡକୁ ନୁହେଁ । ଯଦି ବିଦ୍ୟାଳୟର ପରିବେଶକୁଶିଶୁଟି ଭଲ ନପାଏ, ତାକୁଶ୍ରଦ୍ଧା ନକରେ,ତାହେଲ ପାଠ କେଉଁଠୁ ଆସିବ – ଶ୍ରୀମଦ୍ ଭଗବଦ୍‌ଗୀତା ତ ଆମକୁ ଶିଖେଇଛି – ଶ୍ରଦ୍ଧାବାନ୍‌ଲଭତେଜ୍ଞାନମ୍ ।ଯେଉଁଠିଶ୍ରଦ୍ଧା ନାହିଁ, ସେଠି ପାଠକେଉଁଠୁ ଆସିବ!

  • ନିରଞ୍ଜନ ସାହୁ, EX IAS
    ଦୂରଭାଷ : ୯୪୩୮୪୮୨୯୧୧

Leave A Reply

Your email address will not be published.