1.09 କୋଟି ମହିଳା ସୁଭଦ୍ରାରେ ଡିଜିଟାଲୀ ପଞ୍ଜିକୃତ

0
  • ଭୁବନେଶ୍ୱର//TATKAL ODISHA//

‘ସୁଭଦ୍ରା’ ଯୋଜନା ରାଜ୍ୟରେ ଏବେ ଆନ୍ଦୋଳନରେ ପରିଣତ ହୋଇଛି I ବର୍ତ୍ତମାନ ସୁଦ୍ଧା 1,09,87,894 ମହିଳା ଡିଜିଟାଲୀ ପଞ୍ଜିକୃତ ହୋଇଛି I ଏକ ଲକ୍ଷ ଦରଖାସ୍ତ ଖାରଜ ହୋଇଛି I 1,42,000 ଦରଖାସ୍ତ ଉପରେ ତଦନ୍ତ ଚାଲୁଛି I 5,189 ଇ-କେୱାଇସି ଯୋଗୁଁ ଲଟକି ରହିଛି I

ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I ସେ କହିଛନ୍ତି ଯେ, ଓଡ଼ିଶା ସରକାର ରାଜ୍ୟର ଉତ୍ସାହୀ ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟରେ କାର୍ଯ୍ୟ କରିଛନ୍ତି I ଏଥିପାଇଁ ସ୍ୱତନ୍ତ୍ର ଭାବେ ଋଣ ଛାଡ଼ ବ୍ୟବସ୍ଥା ହୋଇଛି I ମିଶନ ଶକ୍ତି ବିଭାଗ ସହ 19 ବିଭାଗ ସଂଯୁକ୍ତ ରହିଛି I ଆଗାମୀ ଦିନରେ ଏହି ଲକ୍ଷ୍ୟ ନିଶ୍ଚିତ ଭାବରେ ପୂରଣ କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସ୍ପଷ୍ଟ କରିଛନ୍ତି I

କଣ ପାଇଁ କିଛି ମହିଳା ସୁଭଦ୍ରା କିସ୍ତି ପାଇବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀମତି ପରିଡା କହିଛନ୍ତି ଯେ, ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା କିସ୍ତି ଯିବାରେ ସମସ୍ୟା ନାହିଁ I ତେଣୁ ହିତାଧିକାରୀ ଏଥିପ୍ରତି ଯତ୍ନଶୀଳ ହେବା ଦରକାର I

ଉକ୍ତ କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦେଶକ ମନୀଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ I ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ, ନିୟୁଜ 7ର ନିର୍ଦେଶକା ଶାଶ୍ଵତୀ ଦାସ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ I

Leave A Reply

Your email address will not be published.