୭ ନୂଆ ପ୍ରତିରକ୍ଷା କମ୍ପାନୀ: ପ୍ରଧାନମନ୍ତ୍ରୀ କଲେ ଶୁଭ ଉଦଘାଟନ

0

  • ନୂଆଦିଲ୍ଲୀ // TATKAL ODHISHA//

ଭାରତର ସମରିକ ଶକ୍ତିରେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଜୟାଦଶମୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଶୁଭ ଉଦଘାଟନ କରିଛନ୍ତି I

ସେହି ୭ଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ହେଉଛି

  • ମୁନିସନ ଇଣ୍ଡିଆ ଲିମିଟେଡ଼୍(ଏମ୍ଆଇଏଲ),
  • ଆରମୋର୍ଡ଼ ଭେଇକଲ୍ ନିଗମ ଲିମିଟେଡ(ଏଭିଏଏନ୍ଆଇ)
  • , ଆଡ଼ଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ଼(ଏଡ଼ବ୍ଲ୍ୟୁଇ ଇଣ୍ଡିଆ),
  • ଟ୍ରୁପ କମ୍ଫଟ୍ସ ଲିମିଟେଡ଼୍ (ଟିସିଏଲ),
  • ଯନ୍ତ୍ର ଇଣ୍ଡିଆ ଲିମିଟେଡ଼(ୱାଇଆଇଏଲ),
  • ଇଣ୍ଡିଆ ଅପ୍ଟେଲ ଲିମିଟେଡ଼(ଆଇଓଏଲ୍)
  • ଗ୍ଲାଇଡ଼ର୍ସ ଇଣ୍ଡିଆ ଲିମିଟେଡ଼୍(ଜିଆଇଏଲ୍)।

 ଗୁରୁବାର ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ  ମୋଦୀ କହିଛନ୍ତି,ଭାରତ ଏକ ନୂତନ ଭବିଷ୍ୟତ ଗଠନ ପାଇଁ ନୂଆ ନିଷ୍ପତ୍ତି ନେଇଛି।୪୧ଟି ଆର୍ଡ଼ନାନ୍ସ କାରଖାନାର ନବୀକରଣ ଏବଂ ଏହି ୭ଟି କମ୍ପାନୀର ଶୁଭାରମ୍ଭ ଏହି ଯାତ୍ରାର ଏକ ଅଂଶ। ବିଶ୍ୱଯୁଦ୍ଧ ସମୟରେ ବିଶ୍ୱ ଭାରତର ଅର୍ଡ଼ାନ୍ସ କାରଖାନାର ଶକ୍ତି ଦେଖିଥିଲା।

 ମୋଦୀ କହିଛନ୍ତି, ଆମର ଉନ୍ନତ ଉତ୍ସବ ଓ ବିଶ୍ୱସ୍ତରୀୟ ଦକ୍ଷତା ଥିଲା। ଆମକୁ ଏହି କାରଖାନାର ନବୀକରଣ, ନୂତନ ଯୁଗର ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ଏଥିରେ ଅଧିକ ଧ୍ୟାନ ଦିଆଯାଇନାହିଁ I

  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ପୃଥିବୀର ଶୀର୍ଷ ଦେଶମାନଙ୍କ ମଧ୍ୟରେ ଆଣିବା ପାଇଁ କେନ୍ଦ୍ର ଲକ୍ଷ୍ୟ ରଖିଛି। 

Leave A Reply

Your email address will not be published.