୭୧ ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟ ଭୋଟ୍

0

  • ୨୦୦ ଜିଲ୍ଲାପରିଷଦ
  • -୧୬୬୯ ସରପଞ୍ଚ,
  • -୨୨୩୭୯ ୱାର୍ଡ଼ ସଭ୍ୟ ପାଇଁ ମତଦାନ
  • – ମତଦେବେ ୬୭.୫୧ ଲକ୍ଷ ଭୋଟର୍
  • – ୩,୩୫୭ ବୁଥ୍ ଉତ୍ତେଜନା ପ୍ରବଣ

ଭୁବନେଶ୍ୱର,ବାଲେଶ୍ୱର,ସମ୍ବଲପୁର, ବ୍ରହ୍ମପୁର,କଳାହାଣ୍ଡି, କୋରାପୁଟ ବାରିପଦା//TATKAL ODISHA//

 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ୩୦ ଜିଲ୍ଲାରେ ୭୧ ବ୍ଲକ୍‌ରେ ମୋଟ୍ ୬୭ ଲକ୍ଷ ୫୧ ହଜାର ୬୮ ଭୋଟର ୨୦୦ ଜିଲ୍ଲାପରିଷଦ,୧୬୬୯ ସରପଞ୍ଚ, ୨୨୩୭୯ ୱାର୍ଡ଼ ସଭ୍ୟ ପାଇଁ ହେବ ଭୋଟ୍ ଦେବେ । ଏଥିମଧ୍ୟରୁ ଚିହ୍ନଟ ୩,୩୫୭ ଉତ୍ତେଜନା ପ୍ରବଣ ବୁଥ୍‌ରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି ।

  • କେଉଁ ବ୍ଲକରେ ହେବ ଭୋଟ୍‌?

 ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନଗୋଳ ଜିଲ୍ଲାରେ ଦୁଇ ବ୍ଲକ୍ ଅର୍ଥାତ ଅନଗୋଳ ଓ ବଅଁରପାଳରେ ଭୋଟ୍ ହେଉଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ ଓ ଜଳେଶ୍ୱର, ବଲାଙ୍ଗିର ଜିଲ୍ଲାରେ ପାଟଣାଗଡ଼,ବେଲପାଡ଼ ଓ ଖପ୍ରାଖୋଲ ବ୍ଲକ୍‌, ବରଗଡ଼ ଜିଲ୍ଲାରେ ଝାରବନ୍ଧ, ପାଇକମାଳ, ଭଟଲି ଓ ଅମ୍ବାଧୋନା ବ୍ଲକ୍‌, ଭଦ୍ରକ ଜିଲ୍ଲାରେ ବନ୍ତ ଓ ଭଦ୍ରକ ବ୍ଲକ୍‌, ବୌଦ୍ଧ ଜିଲ୍ଲାରେ କଣ୍ଟାମାଳ ବ୍ଲକ୍ ଏବଂ କଟକ ଜିଲ୍ଲାରେ ମାହାଙ୍ଗା, କଟକ ସଦର ଓ ନରସିଂହପୁର ବ୍ଲକ୍‌ରେ ହେଉଛି ମତଦାନ ।

ସେହିପରି ଢେଙ୍କାନାଳ ଜିଲ୍ଲାରେ ହିନ୍ଦୋଳ ଓ ଗନ୍ଦିଆ ବ୍ଲକ୍‌, ଗଜପତି ଜିଲ୍ଲାରେ ମୋହନା, ଗଞ୍ଜାମ ଜିଲ୍ଲାରେ ଶେରଗଡ଼,ହିଞ୍ଜିଳିକାଟୁ, ଦିଗପହଣ୍ଡି ଓ ପୋଲସରା ବ୍ଲକ୍‌, ଜଗସିଂହପୁର ଜିଲ୍ଲାରେ ବାଲିକୂଦା ବ୍ଲକ୍‌, ଯାଜପୁର ଜିଲ୍ଲାରେ ଧର୍ମଶାଳା ଓ ଯାଜପୁର, ଝାରସୁଗୁଡ଼ା ଜିଲ୍ଲରେ ଲଇକେରା,କିରିମିରା ଓ ଝାରସୁଗୁଡ଼ା ବ୍ଲକ୍‌, କଳାହାଣ୍ଡ ଜିଲ୍ଲାରେ ଗୋଲମୁଣ୍ଡା ଓ ଜୁନାଗଡ଼ ବ୍ଲକ୍‌, କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ଓ କେ ନୂଆଗାଁ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳି,ଢେରାବିଶି ବ୍ଲକ୍‌, କେନ୍ଦୁଝର ଜିଲ୍ଲାରେ ଘସିପୁରା,ଘଟଗାଁ ଓ ବାଂଶପାଳ ବ୍ଳକ୍‌, ଖୋର୍ଦ୍ଧା ଜିଲ୍ଳାରେ ଟାଙ୍ଗି ଓ ବୋଲଗଡ଼ ବ୍ଲକ୍‌, କୋରାପୁଟ ଜିଲ୍ଲାରେ ବୋରିଗୁମା,ସେମିଳିଗୁଡ଼ା ଓ ବନ୍ଧୁଗାଁ ବ୍ଳକ୍ ମାଲକାନାଗିରିିରେ ମାଲାକାନାଗିରି ବ୍ଲକ୍ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଖୁଣ୍ଟା,ଜିବି ନଗର, ଶାମାଖୁଣ୍ଟା,ବାଙ୍ଗ୍ରିପୋଷି, କୁଳିଅଣା, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକ୍‌ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ।


 ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି, ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ପୁରୀ ଜିଲ୍ଲାରେ କଣାସ,ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ, ରାୟଗଡ଼ା ଜିଲ୍ଲାରେ ବିଷମକଟକ,ଚନ୍ଦ୍ରପୁର ଓ ମୁନିଗୁଡ଼ା, ସମ୍ବଲପୁର ଜିଲ୍ଲାରେ ଜୁଜୁମରା, ରଇରାଖୋଲ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗ୍ରିପାଲି ଓ ସୁନ୍ଦରଗଡ଼ ଜିଲ୍ଲାରେ ବଡ଼ଗାଁ,କୁଆଁରମୁଣ୍ଡା,ଲାଠିକଟା ଓ ବଣାଇଗଡ଼ ବ୍ଲକ୍‌ରେ ହେବ ପ୍ରଥମପର୍ଯ୍ୟାୟ ମତଦାନ ।

ରାଜ୍ୟ ନିର୍ବାଚନ ଆୟୋଗ ଭୋଟରଙ୍କ ପାଇଁ ଶୃଙ୍ଗଳିତ ବ୍ୟବସ୍ଥା କରିଛନ୍ତି । ସବୁ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.