୨ କୋଟି ଲୋକଙ୍କୁ ମାଗଣା ଟିକା

0
  • ହାତଯୋଡ଼ି କୋଭିଡ ନିୟମ ମାନିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
    ଭୁବନେଶ୍ୱର //ତତ୍କାଳ ଓଡିଶା//
  • ହାତଯୋଡି ଅନୁରୋଧ କରୁଛି I ଆପଣମାନେ କୋଭିଡ୍ ନିୟମକୁ ଠିକ୍ ଭାବରେ ପାଳନ କରନ୍ତୁ । ଅତି ଆବଶ୍ୟକ ନହେଲେ ବାହାରକୁ ଯାଆନ୍ତୁ ନାହିଁ । କିଏ ଜାଣେ ଫେରିବା ବେଳେ କରୋନା ଆପଣଙ୍କ ସାଥୀରେ ଘରକୁ ଆସି ନ ଥିବ?-  ସତର୍କ ରୁହନ୍ତୁ ।”
  • ସବୁବେଳେ ମାସ୍କ ପିନ୍ଧନ୍ତୁ ।
  • – ସାମାଜିକ ଦୂରତା ରକ୍ଷା କରନ୍ତୁ I
  •   – କୋଭିଡ୍ ନିୟମ ପାଳନ କରନ୍ତୁ ।
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ଓଡିଶାବାସୀଙ୍କୁ ଅନୁରୋଧ କରିଥିଲେ I ସେ କହିଥିଲେ, କୋଭିଡ ଭଳି ମହାମାରୀ ସମୟରେ ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟରେ ଗତ କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ ହେବନାହିଁ । କୋଭିଡ ସଂକ୍ରମଣରେ ଭାରତ ଆଜି ବିଶ୍ବରେ ସବୁଠୁ ଆଗରେ ଅଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମହାମାରୀରେ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କ ଜୀବନ ବି ଗଲାଣି । ତେଣୁ ଏଭଳି ଏକ କଠିନ ପରିସ୍ଥିତିରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ସମସ୍ତେ ମାନନ୍ତୁI ଲକଡାଉନ ଓ ସଟଡାଉନ ଏକ ମାତ୍ର ବିକଳ୍ପ ନୁହେଁ I ଏଥିଯୋଗୁଁ ଆର୍ଥିକ ସ୍ଥିତି ଦୋହଲି ଯାଉଛି I
  • ମୁଖ୍ୟମନ୍ତ୍ରୀ କହିଥିଲେ,ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦିଆଯିବ I କୋଭିଡ୍ ଟିକା ବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ

Leave A Reply

Your email address will not be published.