୨୦୨୩ ସୁଦ୍ଧା ତାରା ତାରିଣୀ ମନ୍ଦିର ବିକାଶ କାର୍ଯ୍ୟ ହେବ ସମ୍ପୂର୍ଣ୍ଣ

0

  • ହିଞିଳିରୁ ମୁଖ୍ୟମନ୍ତ୍ରୀ ପତାକା  ଦେଖାଇ ଗଞ୍ଜାମ ଦର୍ଶନ ବସର କଲେ ଶୁଭଯାତ୍ରା

ଭୁବନେଶ୍ୱର,//TATKAL ODISHA//

୨୦୨୩ ସୁଦ୍ଧା ତାରା ତାରିଣୀ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


   ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେଠାରେ ମନ୍ଦିର ବିକାଶ କାମର ସମୀକ୍ଷା କରିଥିଲେ I ତାରାତରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ହିଞିଳି ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ଗଞ୍ଜାମରେ ମିଶନ ଶକ୍ତି ମା ମାନଙ୍କ କାମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଶହେ କୋଟି ଟଙ୍କାର ଋଣ ବଣ୍ଟନ କରିଥିଲେ ।


    5ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରିତ ବୃନ୍ଦାବନ ବିଦ୍ୟାପୀଠର ସ୍ମାର୍ଟ କ୍ଲାସ ରୁମ ଓ  ଇ ଲାଇବ୍ରେରୀ ମୁଖ୍ୟମନ୍ତ୍ରୀ ବୁଲି ଦେଖି ଥିଲେ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ କିଛି ସମୟ ବିତାଇ ଥିଲେ । ହିଞିଳିରୁ ମୁଖ୍ୟମନ୍ତ୍ରୀ ପତାକା  ଦେଖାଇ ଗଞ୍ଜାମ ଦର୍ଶନ ବସର ଶୁଭଯାତ୍ରା ଆରମ୍ଭ କରିଥିଲେ I

Leave A Reply

Your email address will not be published.