୧୯୩୬ରୁ ୨୦୩୬: ଶତାବ୍ଦୀର ଓଡ଼ିଶା ପାଇଁ ‘ଭିଜନ୍ ଡକ୍ୟୁମେଣ୍ଟ’

0
  • ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ ପକ୍ଷରୁ ଅଭିନବ ପ୍ରୟାସ
  • କର୍ମଶାଳାକୁ ରାଜ୍ୟପାଳ କରିବେ ଉଦ୍‌ଘାଟନ

+++++++++++++++++++++++++++++++++++++++

ଭୌଗଳିକ ଦୃଷ୍ଟିକୋଣରୁ ଓଡ଼ିଶା ଗୋଟିଏ ପରିପୂର୍ଣ୍ଣ ରାଜ୍ୟ । ସୁବିସ୍ତୃତ ବେଳାଭୂମି । ମାଳ ମାଳ ପାହାଡ଼ । ଦେଶର ସର୍ବାଧିକ ପ୍ରଜାତିର ଜନଜାତି । ଖଣି ଖାଦନରେ ଭରପୁର । ହେଲେ ଆମେ ଯେତେ ଉନ୍ନତି କରିବା କଥା ହୋଇପାରିନାହୁଁ । ଦାରିଦ୍ର୍ୟ, ଦାଦନ ଓ ବେକାରୀ ଶବ୍ଦ ଯେପରି ଆମ ରାଜ୍ୟ ସହ ଯୋଡ଼ି ହୋଇରହିଛି । କେବଳ ଏକାକି ସରକାର ନୁହେଁ ଆମେ ସମସ୍ତେ ଏକାଠି ହୋଇ ନିଜ ପାଇଁ ବିକାଶର ଖସଡ଼ା ପ୍ରସ୍ତୁତ କରିବା ଦରକାର । ଏହାକୁ ଆଧାର କରି ପ୍ରସ୍ତୁତ ହେବ ‘ଭିଜନ୍ ଡକ୍ୟୁମେଣ୍ଟ’

  • ଭୁବନେଶ୍ୱର,//TATKAL ODISHA//

 ଶହେ ବର୍ଷରେ ଓଡ଼ିଶା ପଦାର୍ପଣ କରିବାକୁଯାଉଛି । ୧୯୩୬ରେ ନୂଆ ଓଡ଼ିଶା ଜନ୍ମ ଗ୍ରହଣ କରିଥିଲା । ୨୦୩୬ରେ ୧୦୦ ବର୍ଷ ପୂର୍ଣ୍ଣ ହେବ । ଏଇ ବକେୟା ବର୍ଷ ଭିତରେ ରାଜ୍ୟ ପାଇଁ ଏକ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏହା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ‘ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ।

ସାମ୍ବାଦିକ ସମ୍ମିଳନୀରେ ବିଜୟ କୁମାର ପଟ୍ଟନାୟକ, ଜଗଦାନନ୍ଦ ଓ ଅଶୋକ ଦାସ


 ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ, ‘ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ ଓ ‘ସଂକଳ୍ପ’ର ସହଯୋଗରେ ୩୧ ମଇରେ ଏବଂ ଜୁନ୍ ପହିଲାରେ ‘ଶତାବ୍ଦୀର ଓଡ଼ିିଶା’ ଶୀର୍ଷକ ଏକ ଦୁଇ ଦିନିଆ କନ୍‌କ୍ଲେଭ୍ ଆୟୋଜନ କରିବାକୁ ଯାଉଛି । ଓଡ଼ିିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମ ଦିବସରେ ମଧ୍ୟାହ୍ନ ୧୨ଟାରେ କର୍ମଶାଳାକୁ ଇନଫୋକସିଟିରେ ସଂକଳ୍ପ ମିଡିଆ ଆଣ୍ଡ କନ୍‌ଭେନସନରେ ଉଦ୍‌ଘାଟନ କରିବେ । ଏଥିରେ ଯୋଗଦେବାକୁ ସେ ଅନୁରୋଧ କରିଥିଲେ ।


 ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ କହିଥିଲେ, କର୍ମଶାଳାରେ ଛଅଟି ଭିନ୍ନ ବିଷୟବସ୍ତୁ ଉପରେ ବିଚାରବିମର୍ଶ କରାଯିବ । ରାଜ୍ୟର ଅଭିବୃଦ୍ଧିର କାହାଣୀ ଲିପିବଦ୍ଧ ହେବ । କୃଷି, ଶିକ୍ଷା ସହ ସାମାଜିକ ପ୍ରସଙ୍ଗ ଯେପରିକି ମହିଳା ସଶକ୍ତିକରଣ, ସ୍ଥାନାନ୍ତରଣ, ପୁଷ୍ଟିକର ଖାଦ୍ୟ ଇତ୍ୟାଦି, ମାଇକ୍ରୋ ସ୍କୁଲ ଆଣ୍ଡ୍ ମିଡିଅମ୍ ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍ ଏବଂ ପର୍ଯ୍ୟଟନ ଉପରେ ଫୋକସ୍ କରାଯିବ । ଏହି କର୍ମଶାଳାର ସ୍ୱତନ୍ତ୍ରତା ହେଉଛି ଭିନ୍ନ ବିଷୟବସ୍ତୁ ଉପରେ ବକ୍ତାମାନେ ନିଜ ନିଜ କ୍ଷେତ୍ରରେ ଅଭିଜ୍ଞତା ଏବଂ ଅଭିଜ୍ଞତାରୁ ଜନ୍ମିତ ଦୃଷ୍ଟିକୋଣର ବିଚାରିବିମର୍ଶ କରିବେ ।
 ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.