୧୫ ବର୍ଷର ପୁରୁଣା ଗାଡି ଅକାମି, ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡ଼ିବ

0
  • କ୍ୟାବିନେଟ ନିଷ୍ପତ୍ତି

ଭୁବନେଶ୍ୱର//TATKAL ODISHA //

ଆପଣଙ୍କ ପାଖରେ ୧୫ ବର୍ଷର ପୁରୁଣା ଗାଡି ଅଛିକି? ଥିଲେ ତାକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରନ୍ତୁ । ନୂଆ ଗାଡି କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉ ଥିବା ପ୍ରୋତ୍ସାହନ ବ୍ୟବସ୍ଥା ସୁଫଳ ନିଅନ୍ତୁ I

ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ମୋହର ବାଜିଛି I ମଙ୍ଗଳବାର ଏହି ବୈଠକ ବସିଥିଲେ ହେଁ ବିଧାନସଭା ଶୀତ ଅଧିବେଶନ କାରଣରୁ ତାହା ପ୍ରକାଶ କରାଯାଇ ନ ଥିଲା I ବୁଧବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କ ଅନୁମତି କ୍ରମେ ଏହା ଘୋଷଣା କରିଛନ୍ତି I 

ସେ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ ଏକ ନୂତନ Registered Vehicle Scrapping Facility Policy-୨୦୨୨କୁ  ଅନୁମୋଦନ କରିଛି ।

ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍‌ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ବାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ। ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି 

Leave A Reply

Your email address will not be published.