୧୪ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂଆ ଅଧ୍ୟକ୍ଷ: ବାଲେଶ୍ୱରରେ ମଦନ ମାଝୀ

0

ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ୱର//TATKALODISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଆଯାଇଛି ।

୧୪ ଜଣ ନୂତନ ଅଧ୍ୟକ୍ଷ ହେଉଛନ୍ତି..

* ଅନୁଗୁଳ – ସଦାଶିବ ନାୟକ
* ବାଲେଶ୍ବର – ମଦନ ମୋହନ ମାଝୀ
* ବଲାଙ୍ଗୀର – ବ୍ରଜମୋହନ ବିଶୋଇ
* ବୌଦ୍ଦ – ଭଗବାନ କହଁର
* ଢେଙ୍କାନାଳ – ସୁରେନ୍ଦ୍ର ହେମ୍ବ୍ରମ
* ଯାଜପୁର – ଲମ୍ବୋଦର ମୁଣ୍ଡା
* କଳାହାଣ୍ଡି – ଶିବାଜୀ ମାଝୀ
* ନୂଆପଡା – ଭଗତରାମ ମାଝୀ
* ସମ୍ବଲପୁର – ଶୋଭାରାମ ପ୍ରଧାନ
* ଦେବଗଡ – ପାଞ୍ଜିଆ ଭୋଇ
* ବରଗଡ – ସୁଶୀଳା ଭୋଇ
* ଝାରସୁଗୁଡା – ମୋହନ କିଶାନ
* ନୟାଗଡ – ଜାନକୀ ଦେହୁରୀ
* ଗଞ୍ଜାମ – ବିଦ୍ୟାଧର ଜାନୀ

୨୦୧୭ରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସମ୍ପ୍ରସାରିତ କରିଛନ୍ତି । ଏହି ପରିଷଦଗୁଡ଼ିକ ଜରିଆରେ ରାଜ୍ୟର ଜନଜାତିମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି I 

Leave A Reply

Your email address will not be published.