ୟୁରୋଲୋଜି, ନେଫ୍ରୋଲୋଜି ପାଇଁ ଉତ୍ସର୍ଗୀକୃତ ସୁପର ସ୍ପେସିଆଲିଟି କେନ୍ଦ୍ର ହେବ ୟୁଏନସିଇ
ଭୁବନେଶ୍ୱର//TATKAL ODISHA//
ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନାହିଁ । ନେଫ୍ରୋଲୋଜି ଓ ୟୁରୋଲୋଜି ରୋଗୀ ଭୁବନେଶ୍ୱରସ୍ଥ ପଟିଆ ଠାରେ ନୂଆ ‘ୟୁରୋ ନେଫ୍ରୋ ସେଣ୍ଟର ଅଫ୍ ଏକ୍ସେଲେନ୍ସ’ ହସ୍ପିଟାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି ୟୁନିଟ୍ ୟୁଟିଆଇ, ପ୍ରୋଷ୍ଟେଟ୍, ଷ୍ଟୋନ୍, କ୍ୟାନ୍ସର ଓ କିଡ୍ନୀ ସମସ୍ୟା ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ବର୍ତ୍ତମାନ ସମୟରେ ଉପଲବ୍ଧ ଥିବା ସମସ୍ତ ଆଧୁନିକ ଯନ୍ତ୍ରପାତି ସହିତ ଏଣ୍ଡୋସ୍କୋପି, ଲାପ୍ରୋସ୍କୋପି, ଲେଜର ଓ ରୋବୋଟିକ୍ ଭଳି ଚିକିତ୍ସା ପାଇଁ ଆରମ୍ଭ କରାଯାଇଛି।
ଏହି ୟୁନିଟ୍ରେ ଅଭିଜ୍ଞ ଡ଼ାକ୍ତରଙ୍କ ଏକ ଦଳ ସମାଜର ପ୍ରତ୍ୟେକ ସ୍ତରରେ ସୁଲଭ ମୂଲ୍ୟରେ ତୃତୀୟ ସ୍ତରର ଚିକିତ୍ସା ଯୋଗାଇଦେବା ପାଇଁ ଏକ ମିସନ୍ ରହିଛି । ‘ବିଏସ୍କେୱାଇ’ ସହିତ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ବୀମାକୁ ଅନ୍ତର୍ଭୁକ୍ତ କରି ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବ।ୟୁରୋଲୋଜି ଓ ନେଫ୍ରୋଲୋଜି ପାଇଁ ଏହା ଏକ ଉତ୍ସଗୀକୃତ ସୁପର ସ୍ପେସିଆଲିଟି କେନ୍ଦ୍ର ହେବ ।
ମଙ୍ଗଳବାର ପବିତ୍ର ରଥଯାତ୍ରାର ଶୁଭ ଅବସରରେ ‘ଆଡ଼ଭାନ୍ସଡ ୟୁରୋକେୟା ପ୍ରାଇଭେଟ୍ ଲିମିଟେଡ଼’ କମ୍ପାନୀ ପକ୍ଷରୁ ଭୁବନେଶ୍ୱରର ଆଇଓସିଏଲ୍ ଅଫିସ୍ ସମ୍ମୁଖ ଶ୍ରୀବିହାର, ପଟିଆ ଠାରେ ‘ୟୁରୋ ନେଫ୍ରୋ ସେଣ୍ଟର ଅଫ୍ ଏକ୍ସେଲେନ୍ସ’ ଭାବରେ ସ୍ୱାସ୍ଥ୍ୟସେବାରେ ଏକ ନୂତନ ଦିଗ ଆରମ୍ଭ କରିଛି । ଏହି ଓପିଡି ବ୍ଲକ୍ଟି ଓଇଆରସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।ଏହି ୟୁନିଟ୍ର ଅଂଶୀଦାର ହେଉଛନ୍ତି ବରିଷ୍ଠ ଫିଜିସିଆନ୍ ଚିକିତ୍ସକ ଡ଼ଃ. ପୁର୍ଣ୍ଣଚନ୍ଦ୍ର ରଥ ଓ ବରିଷ୍ଠ ୟୁରୋଲଜିଷ୍ଟ ପରାମର୍ଶଦାତା ଡ଼ଃ. ଦେବଦର୍ଶୀ ରଥ । ଡ଼ଃ. ଦେବଦର୍ଶୀ ଭୁବନେଶ୍ୱରରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜର ଉତ୍ତମ ଚିକିତ୍ସା ପାଇଁ ବେଶ ପରିଚିତ ଅଟନ୍ତି । ପୂର୍ବରୁ ସମ୍, କେୟାର, ଆମ୍ରି, ଉତ୍କଳ, କଳିଙ୍ଗ, ସ୍ପର୍ଶ ହସ୍ପିଟାଲ୍ ଓ କର କ୍ଲିନିକ୍ ଭଳି ବିଭିନ୍ନ ପ୍ରତିଷ୍ଠିତ ସଂଗଠନ ସହିତ ଜଡ଼ିତ ଥିଲେ । ସେ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀମାନଙ୍କୁ ପଟିଆସ୍ଥିତ ଡ଼ିଡ଼ିଏୟୁସି କେନ୍ଦ୍ରରେ ୫ ବର୍ଷରୁ ଅଧିକ ସମୟ ଧରି ଚିକିତ୍ସା କରି ଆସୁଥିଲେ । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ଜମି ଯୋଗାଇ ଦିଆଯାଇଥିବାରୁ ହସ୍ପପିଟାଲ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।