ହୃଦୟସ୍ପର୍ଶୀ ଗୀତ ‘ନକର ନକର ମନ’…ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ..
- କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ନିଜ ଗୀତ ଶୁଣି ବିଭୋର
- ଆଶୀର୍ବାଦ ସହ ପ୍ରଶଂସାରେ ସତ୍ୟବ୍ରତଙ୍କୁ ପୋତିଲେ..
ଭୁବନେଶ୍ୱର// TATKAL ODISHA// MUSIC//
ନକର ନକର ମନ
ତିଳେ ଭାବନା
ଭାବିଲେ କି ଯିବ ଚାଲି.. ଦୁଃଖ ଯାତନା..
ଓଡ଼ିଶାର ସ୍ବନାମଧନ୍ୟ ଓ କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏହି କାଳଜୟୀ ଅଭୁଲା ଗୀତ ବୋଲି ଇତିହାସ ସୃଷ୍ଟି କରିଥିଲେ I
ପ୍ରାୟ ଚାରି ଦଶନ୍ଧି ପରେ ଏହି ସୁମଧର ଓ ହୃଦୟକୁ ଛୁଇଁ ଥିବା ଗୀତଟିକୁ ବୋଲିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ I ସେ ଏଭଳି ନିଖୁଣ ଭାବେ ଗାଇଛନ୍ତି ତାହାକୁ ଶୁଣି ପ୍ରଣବ ପଟ୍ଟନାୟକ ବିଭୋର ହେବା ସହ ପ୍ରଶଂସାରେ ପୋତିଛନ୍ତି I
ଆଉ କହିଛନ୍ତି… ସତ୍ୟବ୍ରତ… ତୁମ କଣ୍ଠରେ ସରସ୍ବତୀ ଅଛନ୍ତି…ତୁମେ ବହୁତ ଭଲ ଗାଉଛ..ତୁମ ଗଳା ଭାରି ମିଠା.. ଆଗକୁ ପ୍ରାକ୍ଟିସ କର… ଭଲ ଗାଇବ.. ମୋର ଆଶୀର୍ବାଦ ରହିଲା…
ଏହା ଶୁଣି ଗୁରୁ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଣାମ କରିଥିଲେ ସତ୍ୟବ୍ରତ..
ଶୁଣନ୍ତୁ ସେଇ ସୁମଧୁର ହୃଦୟସ୍ପର୍ଶୀ ଗୀତ…