ହୀରାକୁଦ ଜଳ ପରିଚାଳନା, ସହଯୋଗ କରୁନି ଛତିଶଗଡ଼

0
  • 4 ଜିଲ୍ଲା ପାଇଁ ହୀରାକୁଦରୁ ବରଗଡ଼ ମେନ କେନାଲ ଓ ଶାସନ ମେନ କେନାଳ ପାଣି ଛଡ଼ାଯିବ

ଭୁବନେଶ୍ୱର, ସମ୍ବଲପୁର //TATKAL ODISHA//

ହୀରାକୁଦ ଜଳ ପରିଚାଳନା ପାଇଁ ଛତିଶଗଡ଼ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବୁର୍ଲା ମୁଖ୍ୟ ଯନ୍ତ୍ରୀ ଯୁଗ୍ମ ବୈଠକ ପାଇଁ ଅନୁରୋଧ କରିଥିଲେ। ପୂର୍ବରୁ ଏ ଦିଗରେ ଚିଠି ବି କରିଥିଲୁ। ହେଲେ ଏ ଯାଏ ଛତିଶଗଡ ଜଳ ସମ୍ପଦ ବିଭାଗ ଉତ୍ତର ଦେବା ତ ଦୂରେ ଥାଉ କିଛି ସହଯୋଗ ବି କରୁନାହିଁ ।

TATKAL ODISHAକୁ ଏହି ସୂଚନା ଦେଇଛନ୍ତି ଜଲସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର I

ଶ୍ରୀ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦରେ 600.12 ଫୁଟ ପାଣି ଅଛି। ସେପଟେ ବ୍ୟାରେଜର ଗେଟ ଖୋଲିବା ଆରମ୍ଭ କଲା ଛତିଶଗଡ଼। ଛତିଶଗଡ଼ କଲମା ବ୍ୟାରେଜର 66ରୁ 10 ଗେଟ 0.5 ମିଟର ଲେଖାଏ ଖୋଲିଛି। ସେହିପରି ସାରଡ଼ିହି ବ୍ୟାରେଜର 81ରୁ 11ଟା ଗେଟ 0.2 ମିଟର ଯାଏ ଖୋଲା ହୋଇଛି। ମିରନିର 81ରୁ 9 ଗେଟ 15.15 ମିଟର ଲେଖାଏ ଖୋଲା ହୋଇଛି।

ହୀରାକୁଦ ଡ୍ୟାମ… ରାତ୍ରିର ଦୃଶ୍ୟ

ସେହିପରି ବସନ୍ତପୁର ବ୍ୟାରେଜର 64 ଗେଟରୁ 15 ଗେଟ 0.15 ମିଟର ଯାଏ ଖୋଲା ହୋଇଛି। ସବୁବେଳେ ଆମେ ଜଳସ୍ତରର ତଥ୍ୟ ଉପରେ ନଜର ରଖିଛୁ। ବର୍ତ୍ତମାନ ହୀରାକୁଦରେ କମ ପାଣି ଥିବାରୁ ସେତେଟା ପ୍ରଭାବ ପଡ଼ିବ ନାହିଁ। ପାଣି ଛଡ଼ା ଯିବା ସମୟରେ 14 ଜିଲ୍ଲାକୁ ସତର୍କ ମେସେଜ ଦିଆଯିବ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ହୀରାକୁଦରୁ ବରଗଡ଼ ମେନ କେନାଲ ଓ ଶାସନ ମେନ କେନାଳ ଆସନ୍ତକାଲିଠାରୁ ଜଳସେଚନ ପାଇଁ ପାଣି ଛଡ଼ା ଯିବ। ଏଥରୁ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର କିଛି ଅଂଶ ଉପକୃତ ହେବେ।

Leave A Reply

Your email address will not be published.