ହିମାଳୟର ଚାଦର, ଖରଡୁଙ୍ଗଲା ଶୀର୍ଷରେ ଓଡ଼ିଆ ପୁଅ ଯୋଗଭ୍ୟାସ : ଶୁଣନ୍ତୁ ତାଙ୍କ କଥା
ଆଉ ଏକ ବିରଳ ସଫଳତା
ଶ୍ରୀନଗର /ଜାମ୍ମୁ /ନୂଆଦିଲ୍ଲୀ /ଭୁବନେଶ୍ୱର//ତତ୍କାଳ ଓଡିଶା //
ଭାରତର ଆଇଏମଫ ଦ୍ୱାରା ଅନୁମତି ପ୍ରାପ୍ତ ଓଡିଶାର ପ୍ରଥମ ଭାବରେ ଗତ ୨୦ ଜାନୁଆରୀ ରୁ ୦୫ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ମୁଁ ଲେହ ଲଦାଖ ସ୍ଥିତ ହିମାଳୟନ ଚାଦର ଅଭିଯାନ ଓ ଖରଡୁଙ୍ଗଲା ଟପ ଅଭିଯାନରେ ଯିବା ସହିତ ବିଭିନ୍ନ ହିମାଳୟନ ଅଞ୍ଚଳକୁ ଗସ୍ତ କରିଥିଲି । ଏହି ସମୟରେ ମୁଁ କାରଗିଲ ଯୁଦ୍ଧ ସ୍ମୃତି, ଦ୍ରାସ, କାରଗିଲ ତଥା ସିଆଚେନ ଅଞ୍ଚଳର ଟ୍ରାନଜିଟ କ୍ଯାମ୍ପ ପ୍ରତାପପୁର, ଦୀକ୍ଷିତ, ହୁନ୍ଧର, ଇନ୍ଦିରା କଲ, ଭାରତ ଓ ପାକିସ୍ତାନ ସୀମାରେ ଥିବା ଭାରତର ଶେଷ ହିମାଳୟନ ଗ୍ରାମ ଥାଙ୍ଗ, ତୁରତୁକ ସହିତ ଭାରତ ଓ ଚୀନ ସୀମାନ୍ତରେ ଥିବା ୧୭୦୦୦ଫୁଟ ଉଚ୍ଚତାରେ ଅବସ୍ଥିତ ରିଯାଙ୍ଗଲା ଯୁଦ୍ଧ ସ୍ମୃତି ଯାହାକି ଏହି ସ୍ଥାନରେ ୧୯୬୨ ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ସମୟରେ ୧୧୪ ଜଣ ବୀର ଅହୀର ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ, ସେଥିପାଇଁ ଏଠାରେ ଅହୀର ଧାମ ମଧ୍ୟ ରହିଛି।
ମୁଁ ପ୍ରଥମ ଓଡିଆ ଏଭରେଷ୍ଟ ଆରୋହୀ ତଥା ବେସାମରିକ ବ୍ୟକ୍ତି ଭାବରେ ଏହି ସୀମାନ୍ତ ଅଞ୍ଚଳରେ ପହଞ୍ଚିଲି । ଶିକ୍ଷା ସମ୍ବନ୍ଧୀୟ ଜ୍ଞାନ ଆହରଣ ଓ ପର୍ବତାରୋହଣ ଜ୍ଞାନ ତଥା ଦେଶ ଭକ୍ତି ଉଦେଶ୍ଯରେ ମୋତେ ଯିବା ପାଇଁ ଅନୁମତି ମିଳିଥିଲା । ତତ୍ ସଙ୍ଗେ ଗତ ୨୬ ଜାନୁଆରୀରେ ବିଶ୍ଵର ଉଚ୍ଚତମ ମୋଟରେବୁଲ ପାସ ଯାହାକି ସମୁଦ୍ର ପତନ ଠାରୁ ୧୮,୩୮୦ଫୁଟ ଉଚ୍ଚତା ହିମାଳୟନରେ ଥିବା ଖରଡୁଙ୍ଗଲା ଟପରେ ମୁଁ ପହଞ୍ଚିବା ସହିତ ଜାତୀୟ ପତାକା ଉଡାଇ ଥିଲି । ତାପରେ ମୁଁ ପ୍ରଥମ ଓଡିଆ ଶିକ୍ଷକ ପର୍ବତାରୋହୀ ତଥା ଏଭରେଷ୍ଟ ଆରୋହୀ ଭାବରେ ହିମାଳୟନ ଚାଦର ଅଭିଯାନ ଭାଗନେଲି ।
ମାକ୍ସ ପିନ୍ଧିବା ସୁରକ୍ଷିତ ରହିବା ଏବଂ ୩୨ତମ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯାହାକି ଲେହ ଲଦାଖ ସ୍ଥିତ ହିମାଳୟନ ଜନସ୍କର ଫ୍ରୋଜନ ଅର୍ଥାତ୍ ବରଫ ନଦୀରେ ଚାଲିବାକୁ ହୁଏ । ଏହିଠାରେ ଅତିଶୟ ଥଣ୍ଡା ଅନୁଭୂତ ହେଉଥିଲା ଯାହା ବିଯୁକ୍ତ ୧୫ ଡିଗ୍ରୀ ରୁ ବିଯୁକ୍ତ ୩୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିଲା । ଏହି ହିମାଳୟନ ଅଭିଯାନରେ ଆମେ ୩ ଜଣିଆ ସଦସ୍ୟ ଦଳ ଥିଲୁ ଯେଉଁଠାରେ ମୋ ସହିତ ଝାରଖଣ୍ଡ ରାଜ୍ୟରେ କାର୍ଯ୍ୟରତ ଆଇଏଏସ ପ୍ରେରଣା ଦୀକ୍ଷିତ ଓ ଦିଲ୍ଲୀର ସାଇକାଷ୍ଟି ଡାକ୍ତର ସାଏରନ ଭାଗନେଇଥିଲେ ।
ଫ୍ରୋଜନ ରିଭର ତଥା ହିମାଳୟନ ବରଫ ନଦୀରେ ଚାଲିଲା ବେଲେ ଅନେକ ସମୟରେ ଖସି ପଡିବା ସହିତ ପାଣିରେ ଭିଜି ଯାଉଥିଲା । ଯାହାକି ଏହା ସଂପୂର୍ଣ୍ଣ ଦୁଃସାହସିକ ପର୍ବତାରୋହଣ ଯାତ୍ରା ଥିଲା। ଏହି ଦୁଃସାହସିକ ଜନସ୍କର ବରଫ ନଦୀରେ ଦୀର୍ଘ ୬୫ କି:ମି: ରୁ ଅଧିକ ବିଭିନ୍ନ କ୍ଯାମ୍ପ କରି ସଫଳତାର ସହିତ ଚଢିବା ଏବଂ ଚାଲିବା ପରେ ଆମେ ନେରକର ଜାଗାର ଗ୍ରାଣ୍ଡ ଆଇସ ଫଲ୍ ଠାରେ ପହଞ୍ଚିଥିଲୁ । ଯାହାକି ଏହା ସବୁଠାରୁ ବଡ ଫ୍ରୋଜନ ରିଭର ଆଇସ ଫଲ ଅଟେ । ନେରକ ସ୍ଥାନର ଏହି ଜାଗାକୁ ସମିଟ୍ ପଏଣ୍ଟ ବୋଲି ଲେହ ଲଦାଖ ସରକାର ଏବଂ ପର୍ବତାରୋହଣସଂସ୍ଥାନ ଦ୍ୱାରା ଚିହ୍ନଟ କରାଯାଇଛି । ସେଠାରେ ମୁଁ ଏବଂ ମୋର ସାଥୀ ସଦସ୍ୟ ଆଇଏଏସ ପ୍ରେରଣା ଦୀକ୍ଷିତ ଓ ଡକ୍ଟର ସାଏରନ ପହଞ୍ଚି ଜାତୀୟ ପତାକା ଉଡାଇବା ସହିତ ମାକ୍ସ ପିନ୍ଧିବା ସୁରକ୍ଷିତ ରହିବା ଏବଂ କରୋନା ମହାମାରୀ କୁ ଜୟ କରିବା ବାର୍ତ୍ତା ଦେଇଥିଲୁ । ମୋର ଏହି ଦୁଃସାହସିକ ହିମାଳୟନ ଚାଦର ଅଭିଯାନ ବଖୁଲାରୁ ଆରମ୍ଭ ହୋଇ ସିଙ୍ଗରା, ଟିବ କେଭ, ୟୋମାତା, ନେରକ ହୋଇ ବଖୁଲାରେ ଶେଷ ହୋଇଥିଲା। ଏହି ଦୁଃସାହସିକ ଅଭିଯାନ ପାଇଁ ଓଡିଶା ମାଇନିଙ୍ଗ କର୍ପୋରେସନ୍, ଓଡିଶା ସହଯୋଗର ହାତ ବଢାଇ ଥିବାରୁ ମୁଁ ଅନେକ କୃତଜ୍ଞତା ଜଣାଉଛି। ଏହି ଅଭିଯାନରେ ଲଦାଖ ପର୍ବତାରୋହଣ ଗାଇଡ ସଂସ୍ଥାନ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ ଥିଲେ । ସେମାନଙ୍କର ସହଯୋଗ ପାଇଁ ମୁଁ ଅନେକ କୃତଜ୍ଞତା ଜ୍ଞାପନ କରୁଛି । ତତ୍ ସଙ୍ଗେ ଓଡିଶା ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କ ଆର୍ଶିବାଦ ଏବଂ ସହାନୁଭୂତିର ସହଯୋଗ ପାଇଁ ଏହି ସଫଳତା ଅଟେ।
ଠିକଣା :ଯୋଗବ୍ଯାସ ଭୋଇ (ଏଭରେଷ୍ଟ ଆରୋହୀ), ରୁପ୍ରା, କଳାହାଣ୍ଡି