ହରି ଶୟନୀ ଏକାଦଶୀ : କାହିଁକି ପାଳିବେ?

0
  • ପୁରୀ//TATKAL ODISHA //ଐତିହ୍ୟ ଖୋଜ//
  • +++++++++++++++++++++++++++++++


ହରିଶୟନ ଏକାଦଶୀ I ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଏକାଦଶୀ ତିଥି ପର୍ଯ୍ୟନ୍ତ ପାଳନ ହୁଏ I ମହାପ୍ରଭୁ ବିଷ୍ଣୁ ଗଭୀର ନିଦ୍ରାକୁ ଯାଇଥାନ୍ତି। 

ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରିବାକୁ ବାରଣ କରାଯାଇଛି I ଏମିତିକି ଦୂର ଯାତ୍ରା ବି ମନା।

  • +++++++++++++++++++++++++++++++++

 ଏକାଦଶୀର ନାମ ହେଉଛି  ‘ହରି ଶୟନୀ ଏକାଦଶୀ ’ I ଏହାର ଅନ୍ୟନାମ ‘ ପଦ୍ମା ଏକାଦଶୀ’ । ଆଷାଢ଼ ମାସ ଶୁକ୍ଳପକ୍ଷରେ ‘ହରି ଶୟନୀ ଏକାଦଶୀ’ ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବ ତା’ର ମନୋସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ I

  • ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ ।
  • ଏହି ଏକାଦଶୀ ବ୍ରତ ସମସ୍ତେ କରିବା ଉଚିତ୍ ।
  • ଏକାଦଶୀ ରାତିରେ  ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ ।
  • ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ ।
  • ଯିଏ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ ।
  • ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ବିଷ୍ଣୁଙ୍କର ଅତି ପ୍ରିୟ ।
  • ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । କଣ ତ୍ୟାଗ କରିବା ଉଚିତ ଦେଖନ୍ତୁ….
  • ଶ୍ରାବଣ ମାସରେ ଶାଗ,
  • ଭାଦ୍ରବ ମାସରେ ଦହି
  • ଆଶ୍ୱିନ ମାସରେ ଦୁଧ
  • କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ
  • ବ୍ରତ ପାଳନକାରୀ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଦରକାର I ନିଷ୍ଠାର ସହ ପାଳନ କଲେ ପରମଗତି ପ୍ରାପ୍ତ ହୁଏ ।

ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । (ସଂଗୃହିତ)

Leave A Reply

Your email address will not be published.