ହକି ବିଶ୍ୱକପ-2023 ପାଇଁ ‘ଆନ୍ଥେମ’ ପ୍ରସ୍ତୁତ କରି ମୁଁ ଧନ୍ୟ: ପ୍ରେମ ଆନନ୍ଦ
- TATKAL ODISHA //EXCLUSIVE INTERVIEW//
- ସଂଗୀତା ମହାନ୍ତି, ସମ୍ପାଦିକା
+++++++++++++++++++++++++++++++++
ଟ୍ରାଇବାଲ ‘ଆନ୍ଥେମ’ ପ୍ରସ୍ତୁତ କରି ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଲଚଲ କରି ଦେଇଥିବା ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଓଡ଼ିଆ ସିନେମାରେ ସଂଗୀତ ନିର୍ଦେଶନା ଦେଇଛନ୍ତି I ଏଥିସହ ଦଶଟି ହିନ୍ଦୀ, ମରାଠୀ, ବେଙ୍ଗଲୀ ଫିଲ୍ମର ବି ସଂଗୀତ ନିର୍ଦେଶନା ଦେଇଛନ୍ତି I ଏବେ ହକି ବିଶ୍ୱ କପ-2023 ପାଇଁ ‘ଆନ୍ଥେମ’ ପ୍ରସ୍ତୁତ କରି ସେ କେବଳ ଓଡ଼ିଶାର ନୁହେଁ ଭାରତର ଟେକ ବି ରଖିଛନ୍ତି..
ଆସନ୍ତୁ ଭେଟିବା….
++++++++++++++++++++++++++++++++++
“ମହାପ୍ରଭୁ ଜଗନ୍ନାଥ ମୋର ପ୍ରାର୍ଥନା ଶୁଣିଛନ୍ତି I ହକି ବିଶ୍ୱକପ-2023 ପାଇଁ ‘ଆନ୍ଥେମ’ ପ୍ରସ୍ତୁତ କରି ମୁଁ ଧନ୍ୟ I ମୋର ସ୍ବପ୍ନ ସାକାର ହୋଇଛି I ବଲିଉଡରେ ପାଦ ଥାପିବାକୁ ଯେଉଁ ସଂଘର୍ଷ କରୁଥିଲି ଏହା ଦ୍ୱାରା ପଥ ପରିଷ୍କାର ହୋଇଛି I ଆଗକୁ ଏମିତି ଆଉ କିଛି ଭଲ କାର୍ଯ୍ୟ କରିବାକୁ ମୁଁ ଚାହେଁ”
TATKAL ODISHAକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ I
ସେ କହିଛନ୍ତି ଯେ, ଏବେ ଦେଶର ପ୍ରମୁଖ ଓ ଶୀର୍ଷ ପଦବୀରେ ବହୁ ଓଡ଼ିଆ ଆସୀନ ହୋଇଛନ୍ତି I ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ଗର୍ବିତ ହୋଇଛି I ମୁଁ ତାଙ୍କ ସଫଳତାରେ ଅନୁପ୍ରାଣିତ ହୋଇ ଆଗକୁ ବଢିବାକୁ ସ୍ବପ୍ନ ଦେଖିଥିଲି I କିଛି କରିବାକୁ ଭାବିବା ବେଳେ ଏଇ ସୁଯୋଗ ମିଳିଲା I
– ହକି ବିଶ୍ୱକପ-2023ରେ ‘ଆନ୍ଥେମ’ ପ୍ରସ୍ତୁତ ପାଇଁ କେମିତି ସୁଯୋଗ ପାଇଲେ? ବୋଲି ପ୍ରଶ୍ନର ଉତ୍ତରରେ ପ୍ରେମ ଆନନ୍ଦ କହିଛନ୍ତି ଯେ, ହକି ଇଣ୍ଡିଆ ଏନେଇ ବିଜ୍ଞାପନ ଦେଇଥିଲା I ସେଥିରେ ବାଓଡାଟା ଉପରେ ଗୁରୁତ୍ୱ ନ ଦେଇ ଗୀତ ଉପରେ ଫୋକସ ଦିଆ ଯାଇଥିଲା I ମୁଁ ସେଇ ସୁଯୋଗକୁ ହାତଛଡା କଲି ନାହିଁ I ମୁମ୍ବାଇ ଯାଇ ଗୋଟିଏ ବିଜ୍ଞାପନ ସଂସ୍ଥା ସହାୟତାରେ ଆନ୍ଥେମ ପ୍ରସ୍ତୁତ କରି ହକି ଇଣ୍ଡିଆକୁ ପଠାଇଲି I ମୋର ପ୍ରତିଦ୍ବନ୍ଦୀ ଥିଲେ ବଲିଉଡର ବହୁ ନାମୀଦାମୀ ହସ୍ତୀ I 2018 ହକି ବିଶ୍ୱକପରେ ଥିମ ଆନ୍ଥେମ କରିଥିବା ମହାନ ସଂଗୀତ ନିର୍ଦେଶକ ଏ ଆର ରହମନ ବି ଥିଲେ I ହେଲେ ମୋ ଆନ୍ଥେମ ହକି ଇଣ୍ଡିଆ ଜୁରୀ ସଭ୍ୟଙ୍କର ପସନ୍ଦ ଆସିବାରୁ ମୋତେ ସୁଯୋଗ ମିଳିଲା I
କିଏ ଗୀତ ରଚନା କରିଛନ୍ତି? ବୋଲି ପ୍ରଶ୍ନର ଉତ୍ତରରେ ପ୍ରେମ ଆନନ୍ଦ କହିଛନ୍ତି…
- ହକି ବିଶ୍ୱ କପ ‘ଆନ୍ଥେମ‘କୁ ବଲିଉଡର ଖ୍ୟାତନାମା ଗୀତିକାର ସମୀର ରଚନା କରିଥିବା ବେଳେ ସୁଖ୍ ବିନ୍ଦର ସିଂ କଣ୍ଠ ଦାନ କରିଛନ୍ତି I
- ଗୁରୁବାର ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବହୁ ଚର୍ଚ୍ଚିତ ଆନ୍ଥେମ ଲୋକାର୍ପିତ ହୋଇଛି I
କାହାକୁ ଧନ୍ୟବାଦ ଦେବେ?
ହକି ଇଣ୍ଡିଆକୁ ହୃଦୟରୁ ମୁଁ ଧନ୍ୟବାଦ ଦେବି I ବିନା ଲବିରେ ଉକ୍ତ ସଂସ୍ଥା ଏତେବଡ଼ ସୁଯୋଗ ଦେଇଛି I ମୁଁ ଧନ୍ୟ ହୋଇଛି I ଏହା କହିଛନ୍ତି ପ୍ରେମ ଆନନ୍ଦ I
- ଦେଖନ୍ତୁ/ଶୁଣନ୍ତୁ ଆନ୍ଥେମ…