ହକି ଟିକେଟ୍ ଥିଲେ ଷ୍ଟାଡିୟମକୁ ମୋ ବସ୍ରେ ମାଗଣା ଯାତ୍ରା
- ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ: ମୁଖ୍ୟ ସଚିବ
- ଭୁବନେଶ୍ୱର,//TATKAL ODISHA//
ହକି ବିଶ୍ୱକପ ପାଇଁ ଚଳିତ ଆର୍ôଥକ ବର୍ଷରେ କ୍ରୀଡ଼ା ବିଭାଗ ୭୫ କୋଟି ଟଙ୍କା ବ୍ୟୟ କରିବ । ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ହେବ । ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସ୍ରେ ଯାଇପାରିବେ ।
ବିଶ୍ୱକପ ଆୟୋଜନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର ଓ ରାଉରକେଲାରେ ଯୋଗାଯୋଗ, ଚିକିତ୍ସା, ଟ୍ରାଫିକ ଓ ଗହଳି ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି । ଏଥିସହ ସାରା ରାଜ୍ୟରେ ସିଟି ଫେଷ୍ଟିଭାଲ ଆୟୋଜନ ହେବ । ସବୁ ଜିଲ୍ଲାରେ ନଗର କ୍ରୀଡ଼ା ଆୟୋଜନ କରାଯିବ । ସ୍କୁଲ, କଲେଜରେ ହକି ଖେଳକୁ ପ୍ରମୋସନ କରାଯିବ । ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରାଯିବର ବ୍ୟବସ୍ଥା ରହିଛି ।
ଉକ୍ତ ବୈଠକରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।