‘ସ୍ୱର୍ଗ’ ସହ ସମ୍ପର୍କ ଯୋଡ଼ିଲା ଚେନାବ ସେତୁ

0
  • ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
  • ୪୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ
  • ଭାରତର ଶକ୍ତିର ବଡ଼ ନିଦର୍ଶନ ହେବ ଏହି ବ୍ରିଜ

ଶ୍ରୀନଗର,//TATKAL ODISHA//

ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କାଶ୍ମୀର ଉପତ୍ୟକା ଭାରତର ରେଳ ନେଟୱାର୍କ ସହିତ ଯୋଡ଼ି ହୋଇଛି। ଆମେ କଶ୍ମୀରରୁ କନ୍ୟାକୁମାରୀ ବୋଲି କହି ଆସୁଥିଲୁ I ଏବେ ରେଳ ନେଟୱାର୍କ ଯୋଗୁଁ ବାସ୍ତବତାରେ ପରିଣତ ହୋଇଛି।”

ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଏବଂ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I  

କଟରା ଠାରେ ପ୍ରଧାନମନ୍ତ୍ରୀ ୪୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ।

 ପରେ, ପ୍ରଧାନମନ୍ତ୍ରୀ ଟ୍ରେନ ଇଞ୍ଜିନରେ ବସି ଚେନାବ ବ୍ରିଜର ପରିଦର୍ଶନ ସହ ନିରିକ୍ଷଣ କରିଥିଲେ ।

 ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଶୀତଦିନେ ତୁଷାରପାତ ହେତୁ ରାସ୍ତାକୁ ବନ୍ଦ କରିବାକୁ ପଡୁଥିଲା ।

ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଯୋଗୁଁ ଏବେ କଶ୍ମୀର ଉପତ୍ୟକା ବର୍ଷସାରା ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୁକ୍ତ ରହିବ। ଭାରତର ଶକ୍ତିର ବଡ଼ ନିଦର୍ଶନ ହେବ ଏହି ବ୍ରିଜ I

Leave A Reply

Your email address will not be published.