ସ୍ଵର୍ଣରଥ ମହାପାତ୍ରଙ୍କ କବିତା-‘ଶବ୍ଦ ତାଲିକା’

0
  • //TATKAL ODISHA//

*****************************

🌟 ଶବ୍ଦ ତାଲିକା 🌟
🌟🌟🌟⭐⭐🌟🌟🌟
ତୁମକୁ ଭେଟିବା ଆଗରୁ
ଶବ୍ଦର ଚିଠା ତିଆରୁଛି
ଯେଉଁ ଶବ୍ଦ ସବୁ ତୁମ ମନରେ
ଫୁଲ ଫୁଟେଇ ପାରିବ ରାତି ବିରାତିରେ
ଆଉ ମୋ ବ୍ୟକ୍ତିତ୍ଵର ଚାରା କଅଁଳେଇବ
ଦିନ ଦ୍ଵିପହରରେ
ମୁଁ କାଳେ ବହିଯିବି ଶବ୍ଦର ପ୍ରବାହରେ
ଅସମତଳ ଶଯ୍ୟାରୁ ଅତଡ଼ା ଖସି ପଡିବ
ବୁଝାମଣା ଆନିକଟ ବାନ୍ଧି ପାରିବନି ଆମକୁ
ସେଥିପାଇଁ ଅତରଲଗା ଶବ୍ଦ ସବୁ
ମୋ ତାଲିକାଭୃକ୍ତ
ବରଂ ତୁମେ କହିଚାଲ
ମୁଁ ଶୁଣୁ ଥିବି
ଏଣ୍ଡୁଅ ହେଇ ମୁଣ୍ଡ ଟୁଙ୍ଗାରୁ ଥିବି ।
ମୁଁ ଜାଣେନା ମୋ ନୀରବତା
ତୁମକୁ ସଂଶୟ ଝାଳରେ ବୁଡ଼ାଏ କି ନାହିଁ
ତୁମ ନୀରବତା ମୋ ଦେହରେ
ଘିମିରି ହେଇ ଛାଇଯାଏ, ଛୁଞ୍ଚି ଫୋଡେ
ଗୋଟାଏ ଗଛର ଡାଳ ହେଇ
ଆମେ ଶାଖା ପ୍ରଶାଖା ମେଲି
ବଢି ଚାଲିଛେ ଆଗକୁ ଆଗକୁ
ନିଜ ନିଜଠୁ ଦୂରେଇ ଦୂରେଇ
କେବେ କେବେ ଲାଗେ
ସଂପର୍କର ଭାଗ ବଣ୍ଟା ହେଲା ବେଳେ
ଆମେ ନିଜ ନିଜ ଭାଗ ମାପି ଚୁପି
କଡ଼ା ଗଣ୍ଡା ହିସାବ କରି ନେଇ ସାରିଛେ
ଆଉ କିଛି ମିଳିବାର ନାହିଁ ।
ମୁରୁକି ହସିବାର କଳା
ଏବେ ଏବେ ମୁଁ ଶିଖୁଛି
ମୋ ପାଟି ମେଲା ହସ
ପବନରେ ଗଛ ପତ୍ରରେ ଯେବେ ବସେ
ତୁମକୁ ଲାଗେ ଗୋଟା ପଣେ ଛଳନା
ହସକୁ ବାଣ୍ଟିବାକୁ ଏବେ
ଖୋଜିବାକୁ ପଡୁଛି ହସକୁରା ଶବ୍ଦ
ମୁଁ ଜାଣେନା ଏ ଖୋଜା, ମାପ ଚୁପ ହସ
ତୁମକୁ ଲାଗେ କି ନାହିଁ ଛଳନା
ଦିନୁଁ ଦିନ ତୁମେ ଲାଗ ଅଚିହ୍ନା ଅଚିହ୍ନା ।

  • Swarna Rath Mahapatra
    Jamshedpur

Leave A Reply

Your email address will not be published.