ସ୍ମୃତିରେ ଖୋକା ଭାଇ… ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ‘ହେ ଫଗୁଣ ତୁମେ’..
ଭୁବନେଶ୍ୱର//TATKAL ODISHA//
ଖୋକା ଭାଇ I ଅକ୍ଷୟ ମହାନ୍ତି I ୧୯୩୬ ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିବା ଅକ୍ଷୟ l ୧୭ ନଭେମ୍ବର ୨୦୦୨ ମାତ୍ର ୬୬ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିଲେ I ହେଲେ ସେ ଅକ୍ଷୟ.. କ୍ଷୟ ହେବାର ନାହିଁ.. I
..ଖୋକା ଭାଇଙ୍କ 85 ତମ ଜୟନ୍ତୀ
ସଂଗୀତରେ ପିଲାଦିନୁ ଆତ୍ମଭରି ଭଲପାଉଥିବା ଖୋକା ଭାଇ ପ୍ରଥମେ ଆକାଶବାଣୀରେ ଗୀତ ଗାଇବା ଆରମ୍ଭ କଲେ I ପରେ ସେ ଓଡ଼ିଆ ସିନେମାରେ ଅନେକ କାଳଜୟୀ ଗୀତ ଗାଇ ଇତିହାସ ରଚିଲେ I ଗୀତ ଗାଇବା, ଗୀତ ଲେଖିବା ଓ ସ୍ବର ସଂଯୋଜନା କରିବା କଳା ତାଙ୍କର ବିରଳ I ଓଡିଆ ସଂଗୀତର ସେ ସୃଷ୍ଟି କରିଥିଲେ ଏକ ନୂଆ ଧାରା ।
ସତରେ ! ସେ ଓଡ଼ିଆ ସଂଗୀତ ଜଗତର ଥିଲେ ମୁକୁଟବିହୀନ ବାଦଶହ I
କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସେ ବିରାଜମାନ କରିଥିବେ I ତାଙ୍କ ସ୍ମୃତି ଏମିତି ଝଙ୍କୃତ ହେଉଥିବ ପ୍ରତିଟି ଓଡ଼ିଆଙ୍କ ହୃଦୟରେ।
ଆସନ୍ତୁ ଖୋକା ଭାଇଙ୍କ ସ୍ମୃତିରେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ଗାଇଛନ୍ତି… ହେ ଫଗୁଣ ତୁମେ…
ଶୁଣନ୍ତୁ…