ସ୍ଥିତିର ସୁଧାର ଶୂନ : ପୁଣି ଗୃହରେ ଘଣ୍ଟ, ବଂଶୀର ସ୍ୱର

0
  • ଗୃହ ବାହାରେ କଂଗ୍ରେସ ଓ ବିଜେଡିର ଧାରଣା

ଭୁବନେଶ୍ୱର//TATKAL ODISHA//

ଯଥା ପୂର୍ବଂ ତଥା ପର  I ସ୍ଥିତିର ସୁଧାର ଶୂନ I

ପୂର୍ବପରି ବିରୋଧୀ କଂଗ୍ରେସ ସଭ୍ୟମାନେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି କରି ଗୃହ ମଝିରେ ଘଣ୍ଟ, ଝାଞ୍ଜ ଓ ବଂଶୀ ବଜାଇ ହଟଗୋଳ କରିଛନ୍ତି I ଏପରିକି ସେମାନେ ଦେହରେ କଳା ପୋଷାକ ପିନ୍ଧି ପ୍ଲାକାର୍ଡ ଧରି ହୋହାଲ୍ଲା କରିଛନ୍ତି I

ଫଳରେ ଗୃହ ଚାଲିବା ଆଉ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ 10ଟା1ରୁ ସାଢ଼େ ଏଗାରଟା ଯାଏ ମୁଲତବୀ ଘୋଷଣା କରିଥିଲେ I

  • ପୁଣି ଗୃହ  ଆରମ୍ଭ ହେବା ମାତ୍ରେ  ମଧ୍ୟ ଭାଗକୁ କଂଗ୍ରେସ ବିଧାୟକମାନେ ଆସି ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି I ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ I ମାତ୍ର ସେମାନେ ତାହା ନ ଶୁଣି ଗୃହ ମଝିରେ ନାରାବାଜି ଜାରି ରଖିଛନ୍ତି I ଫଳରେ ବାଚସ୍ପତି ଗୃହକୁ ସାଢ଼େ 11ଟା ଯାଏ ମୁଲତବୀ କରିଛନ୍ତି I 

Leave A Reply

Your email address will not be published.