ସେନାକୁ ଅଭିନନ୍ଦନ ଜଣାଇଲେ RSS ମୁଖ୍ୟ ମୋହନ ଭାଗବତ
- ନାଗପୁର//TATKAL ODISHA//
ଭାରତ ଓ ପାକିସ୍ତାନ ମଧ୍ୟର ଜୋରଦାର ଲଢେଇ ଚାଲିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ ) ମୁଖ୍ୟ ମୋହନ ଭାଗବତ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ।
ସୋସିଆଲ ମେଡ଼ିଆ ଇନଷ୍ଟାଗ୍ରାମରେ ମୋହନ ଭାଗବତ କହିଛନ୍ତି ଯେ, “ଅପରେସନ ସିନ୍ଦୂର ପାଇଁ ଭାରତ ସରକାର ଏବଂ ସଶସ୍ତ୍ର ବାହିନୀର ନେତୃତ୍ୱକୁ ହାର୍ଦ୍ଦିକ ଅଭିନନ୍ଦନ। ପହେଲାଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟାକାଣ୍ଡରେ ପୀଡିତ ପରିବାର ଓ ସମଗ୍ର ଦେଶକୁ ନ୍ୟାୟ ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟ ସମଗ୍ର ଦେଶର ଆତ୍ମସମ୍ମାନ ଓ ସାହସ ବୃଦ୍ଧି କରିଛି।”