ସୃଷ୍ଟିଧର ପରିଡ଼ାଙ୍କ ଉପନ୍ୟାସ ପୁସ୍ତକ ‘ଏମିତି ଚାଲିଥିବ’ ଉନ୍ମୋଚିତ

0

ଭୁବନେଶ୍ୱର//TATKAL ODISHA//

ବିଶିଷ୍ଟ ସାମ୍ବାଦିକ ତଥା ଔପନ୍ୟାସିକ ସୃଷ୍ଟିଧର ପରିଡ଼ାଙ୍କ ରାଜନୈତିକ ଉପନ୍ୟାସ ‘ଏମିତି ଚାଲିଥିବ” ଲୋକସେବା ଭବନରେ ଲୋକାର୍ପିତ ହୋଇଯାଇଛି ।

ଓଡ଼ିଶା ସମେତ ରାଷ୍ଟ୍ରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଲିଖିତ ଏହି ପୁସ୍ତକରେ ସମାଳର ପ୍ରତିଟି ଦିଗକୁ ଦୃଷ୍ଟିପାତ କରାଯାଇଛି ବୋଲି ଅତିଥିମାନେ କହିଥିଲେ । ରାଜନୀତି ସହ ଜଡ଼ିତ ପ୍ରତିଟି ବିଭାଗର କାର୍ଯ୍ୟଧାରା ସାଙ୍ଗକୁ ସାଧାରଣ ଜନତାଙ୍କ ସ୍ଥିତି ଏହି ପୁସ୍ତକରେ ପ୍ରତିଫଳିତ ହୋଇଛି I

ସାମ୍ପ୍ରତିକ ସମାଜର ଦୟନୀୟ ବାସ୍ତବତା ରାଜନୀତିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଥିବା ନେତା, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କ କାର୍ଯ୍ୟଧାରା ଏବଂ ସାଧାରଣ ଜନତାଙ୍କ ବିକଳ ଚରିତ୍ର ବେଶ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି ବୋଲି ଅତିଥୁମାନେ ପ୍ରକାଶ କରିଥିଲେ ।

ସ୍ଵତନ୍ତ୍ର ନୂତନ ରୁଚିର ଏହି ରାଜନୈତିକ ଉପନ୍ୟାସ ପାଠକଙ୍କ ମନକୁ ଛୁଇଁବ ବୋଲି ସେମାନେ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଉନ୍ମୋଚନ ଉତ୍ସବରେ ସାମ୍ବାଦିକ ବୈଷବ ଜେନା, ବିପିନ ସିଂ, ବିଜୟ ପଣ୍ଡା,ପ୍ରଦ୍ୟୁମ୍ନ ମହାନ୍ତି, ରମେଶ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ପାର୍ଥ ସାରଥୀ ଜେନା ଓ ଦେବକାନ୍ତ ମହାପାତ୍ର ଏବଂ ସୂଚନାଅଧିକାରୀ ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ I

Leave A Reply

Your email address will not be published.