ଶୋଭନୀୟ ସମାଜ ପାଇଁ ଜରୁରୀ-‘ସୃଷ୍ଟି, ଶିକ୍ଷା ଓ ମାନବିକତା’

0
  • ଉଦୟଗିରିରେ ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-2023
  • ଉଦୟଗିରି//TATKAL ODISHA//

ସୃଷ୍ଟି, ଶିକ୍ଷା ଓ ମାନବିକତା I ଜୀବନରେ ଏଇ ତିନୋଟି ମାର୍ଗ ଶୋଭନୀୟ ସମାଜ ପାଇଁ ଅନିବାର୍ଯ୍ୟ I ପୂଜ୍ୟଶ୍ରୀ କୁମାର ଭାଇ ବହୁ ବର୍ଷ ପୂର୍ବରୁ ଏହାକୁ ଅନୁଭବ କରି ‘ଯୁଗଶ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ’ ଆରମ୍ଭ କରିଥିଲେ I ତାହା ଆଜି ଆନ୍ଦୋଳନରେ ପରିଣତ ହୋଇଛି I ଏହା କହିଛନ୍ତି ଭାରତର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ଅଲ ଇଣ୍ଡିଆ ଅପଥ ସୋସାଇଟିର ପୂର୍ବତନ ସଭାପତି ଡାକ୍ତର ଅନିତା ପଣ୍ଡା

I

ଯୁବ ପ୍ରତିଭା ଶୋଭନ କଲ୍ୟାଣ ପଟ୍ଟନାୟକଙ୍କୁ ବଡ଼ଗୁରୁମା ଓ ଅନ୍ୟମାନେ ସମ୍ଭର୍ଦ୍ଧିତ କରୁଛନ୍ତି..
ଉଦ୍ଘାଟନୀ ସଭାରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ

ବୌଦ୍ଧ ପୀଠ ଉଦୟଗିରି ଠାରେ ଥିବା ଯୁଗସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ‘ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-2023’କୁ ବୌଦ୍ଧ ଭିକ୍ଷୁ ଭି ଡି ଭାଣ୍ଟେ ଉଦଘାଟିତ କରିଥିଲେ I ଶୋଭନୀୟ ଆନ୍ଦୋଳନର ମୁଖ୍ୟ ତଥା ବଡ଼ ଗୁରୁମା ଡ଼ ଅରୁନ୍ଧତୀ ଦେବୀଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ I ମୁଖ୍ୟଅତିଥି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅନିତା ପଣ୍ଡାଙ୍କ ବ୍ୟତୀତ କଟକ ଲିଙ୍କ ଆୟୀ ହସ୍ପିଟାଲର ସିଏଓ ରୋଟାରୀଆନ ଡାକ୍ତର ଆଲୋକ କୁମାର ସାହୁ, ଆମେରିକାରେ ସିଟିଏସର ପୂର୍ବତନ ପ୍ରୋଗ୍ରାମ ହେଡ ସମ୍ବିତ କୁମାର ଦାସ ଏବଂ ବିଶିଷ୍ଟ ସାମ୍ବାଦିକ, ଲେଖକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ I

ସଭାପତିତ୍ବ ଭାଷଣରେ ବଡ଼ଗୁରୁମା ଡ. ଅରୁନ୍ଧତୀ ଦେବୀ କହିଥିଲେ, ପୂଜ୍ୟଶ୍ରୀ କୁମାର ଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଶୋଭନୀୟ ଶିକ୍ଷାଶ୍ରମ 1974ରେ ପ୍ରାଥମିକ ଓ ପରେ ଇଂରାଜୀ ଏବଂ 1982ରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ସ୍ୱୀକୃତି ଲାଭ କରିଛି I ଏବେ ସାରା ଦେଶରେ 35 ଶାଖା ରହିଛି I ସେଦିନର ସେହି ଶିଶୁ ଅନୁଷ୍ଠାନଟି ଏବେ ଶୋଭନୀୟ ଆନ୍ଦୋଳନର ପରିଣତ ହୋଇଛି I

ଭାରତର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଆଲୋକ କୁମାର ସାହୁ କହିଥିଲେ, 1974ରେ ପୂଜ୍ୟଶ୍ରୀ କୁମାର ଭାଇ ମାନବିକତାକୁ ଗୁରୁତ୍ୱ ଦେଇ ଯୁଗସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ ତିଆରି କରିଥିଲେ I ତାହା ଆଜି ସଫଳ I କୁମାର ଭାଇ ମରି ବି ଅମର I ତେଣୁ ଯିଏ ସମାଜ ପାଇଁ ଭଲ କାମ କରିଛି ସେ ନିଶ୍ଚିତ ଭାବେ ବଡ଼ ହେବ ବୋଲି ସେ ପ୍ରକାଶ କରିଥିଲେ I

ସେହିପରି ଶିକ୍ଷାବିତ ସମ୍ବିତ ଦାସ ପିଲାମାନଙ୍କୁ ସତ ମାର୍ଗରେ ରହି କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲାବେଳେ ସାମ୍ୱାଦିକ ଜିତେନ୍ଦ୍ର ପଟ୍ଟନାୟକ ଶୋଭନୀୟ ଶିକ୍ଷାଶ୍ରମରେ ସେ କରିଥିବା ପ୍ରାମାଣିକ ଚଳଚିତ୍ର ଉପରେ ନିଜର ଅଭିଜ୍ଞତା ବଖାଣିଥିଲେ I

ଶେଷରେ ବଡ଼ଗୁରୁମା ମଞ୍ଚାସିନ ସମସ୍ତ ଅତିଥି ଏବଂ ଯୁବ ପ୍ରତିଭା ଶୋଭନ କଲ୍ୟାଣ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ I ସଭାରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ I ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ନୃତ୍ୟ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ I

Leave A Reply

Your email address will not be published.