ସୁରେଶ ମହାପାତ୍ର ନୂଆ OERC ଅଧ୍ୟକ୍ଷ? ନୂଆ CS କିଏ??

0
  • ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି,ଘୋଷଣା ଖୁବଶୀଘ୍ର !
  • ନୂଆ ମୁଖ୍ୟ ସଚିବ ଦୌଡ଼ରେ 6, ଦୁଇ ସର୍ବାଗ୍ରେ
  • ଭୁବନେଶ୍ୱର//TATKAL ODISHA//EXCLUSIVE//

ବରିଷ୍ଠ ଆଇଏଏସ ତଥା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ‘ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ’ ବା ‘ଓଇଆରସି’ର ଅଧ୍ୟକ୍ଷ ହେବେ?

ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇସାରିଛନ୍ତି I ଖୁବଶୀଘ୍ର ଘୋଷଣା ହେବ I ସୁରେଶ ବାବୁଙ୍କ ପାଇଁ ତାହା ହେବ ରଜ ଭେଟି I

ଅଗଷ୍ଟରେ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଛି I ତାଙ୍କର କାର୍ଯ୍ୟକାଳ 6 ମାସ ବଢ଼ିଥିଲା I  ସରକାର ସେତେବେଳେ କ୍ରମବର୍ଦ୍ଧିଷ୍ଣୁ ଓମିକ୍ରନ ସଂକ୍ରମଣ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନ ଝାମେଲା ଯୋଗୁଁ ରିସ୍କ ନେବାକୁ ଚାହୁଁ ନଥିଲେ I 

ଦ୍ଵିତୀୟରେ ସିଏସ ଲବିରେ ବହୁ ଆଶାୟୀ ଥିବାରୁ  “ମୁଳୁ ମାରିଲେ ଯିବ ସରି ” ନ୍ୟାୟରେ ରଣନୀତି ଆପଣେଇଥିଲେ I  ସୁରେଶ ବାବୁଙ୍କ ଚାକିରି ଅବଧି ବଢ଼ିବା ପରେ କିଛି ଆଶାୟୀ ଅବସର ନେଇଥିଲେ I ସେମାନଙ୍କୁ ଅସନ୍ତୁଷ୍ଟ ନ କରି ହାତରେ ନୁହେଁ, ଭାତରେ ମରାଯାଇଥିବା ନବୀନଙ୍କ ରଣନୀତିର ଥିଲା ଅଂଶ ବିଶେଷ I

ଜାନୁଆରୀ 15ରେ ଓଇଆରସି ଅଧ୍ୟକ୍ଷ ପଦରୁ ୟୁ ଏନ ବେହେରା ଅବସର ନେଇଥିବାରୁ ତାଙ୍କ ସ୍ଥାନରେ ସୁରେଶ ବାବୁ ପରବର୍ତ୍ତୀ ଓଇଆରସିର ଅଧ୍ୟକ୍ଷ ହେବେ I 

ସୁରେଶ ବାବୁ ଯିବା ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା ହେବ I

– ତେବେ ରାଜ୍ୟରେ ନୂଆ  ମୁଖ୍ୟଶାସନ ସଚିବ ହେବେ  କିଏ?

ଏଭଳି ଏକ ଅସମାହିତ ପ୍ରଶ୍ନକୁ ନେଇ ପାୱାର କରିଡରରେ ଖୁବ ଚର୍ଚ୍ଚା I ରାଜ୍ୟ ସରକାର ତିନି 1987,1988 ଓ 1989 ଆଇଏଏସ ବ୍ୟାଚରୁ 6 ଜଣଙ୍କ ଭିତରୁ CS ବାଛିବେ I ସେମାନେ ହେଉଛନ୍ତି..

  • ରାଜକୁମାର ଶର୍ମା
  • ରାଜେଶ ବର୍ମା
  • ସିଜେ ଭେନୁଗୋପାଳ
  • ପ୍ରଦୀପ୍ତ କୁମାର ମହାପାତ୍ର
  • ପ୍ରଦୀପ କୁମାର ଜେନା
  • ମୋନା ଶର୍ମା

ହେଲେ ଓଡ଼ିଶା ପ୍ରଶାସନର ଦୁଇ ଆଇଏସଙ୍କ ନାଁ ସର୍ବାଗ୍ରେ ରହିଛି? ସେମାନେ  ହେଉଛନ୍ତି.. 

  • ରାଜେଶ କୁମାର ବର୍ମା
  • ପ୍ରଦୀପ କୁମାର ଜେନା

ଭିତିରିଆ ସୂତ୍ରରୁ ଯାହା ଜଣାପଡ଼ିଛି ଯେ, ଉଭୟ ରାଜେଶ ଓ ପ୍ରଦୀପ – “ଉଣେଇଶ ବିଶ”ରେ ରହିଛନ୍ତି I ଆଉ ଦୁଇ ବର୍ଷ ନିର୍ବାଚନ ଥିବାରୁ ନୂଆ   ସିଏସ ପଦବୀରେ ବସିବା ନେଇ ତର୍ଜମା ଆରମ୍ଭ ହୋଇଛି I ତେବେ  ସରକାରଙ୍କ ସହ କେମିତି ତାଳମେଳ ରହିବ ତା’ଉପରେ ବେଶୀ ନଜର ଦିଆଯାଇଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  ଓଡ଼ିଶାର ଶାସନର ପରମ୍ପରା ଅନୁସାରେ ପୋଲିସ ମହାନିର୍ଦେଶକ (DG) ପଦବୀରେ ଜଣେ ଅଣ ଓଡ଼ିଆ ଆସୀନ ହେଲେ ମୁଖ୍ୟ ଶାସନ ସଚିବ ଓଡ଼ିଆ ହେବା କଥା I ସେଇ ଦୃଷ୍ଟିରୁ ଦୁଇ ଓଡ଼ିଆଙ୍କ ନାମ ତାଲିକାରେ ରହିଥିବା କୁହାଯାଉଛି I ତାଙ୍କ ନାଁ ଖୁବଶୀଘ୍ର  ପ୍ରକାଶ କରିବୁ I 

  • IAS ତାଲିକାରେ କେଉଁମାନେ ଜାଣନ୍ତୁ…
  • ++++++++++++++++++++++++
  • ୟୁ ପି ସିଂ -1985- କେନ୍ଦ୍ରୀୟ ଡେପୁଟେସନ(ଅକ୍ଟୋବର 22ରେ ଅବସର)
  • ଜି ଭି ଭେନୁଗୋପାଳ – 1986- ବୋର୍ଡ ଅଫ ରେଭେନ୍ୟୁ ସଭ୍ୟ(ଅକ୍ଟୋବର 2022ରେ ଅବସର)
  • ସୁଦର୍ଶନ ପାଳ ଠାକୁର -1986-ଡିଜି, ଗୋପବନ୍ଧୁ ଏକାଡେମୀ–ଭିଆରଏସ
  • ତୁହିନୀକାନ୍ତ ପାଣ୍ଡେ -1987-କେନ୍ଦ୍ରୀୟ ଡେପୁଟେସନ
  • ଡ଼ଃ ନିକୁଞ୍ଜ କିଶୋର ସୁନ୍ଦରରାୟ -1987- କେନ୍ଦ୍ରୀୟ ଡେପୁଟେସନ(ଜାନୁଆରୀ,2023ରେ ଅବସର)
  • ରାଜ କୁମାର ଶର୍ମା -1987- ଏପିସି(2023ରେ ଅବସର )
  • ରାଜେଶ ବର୍ମା – 1987- କେନ୍ଦ୍ରୀୟ ଡେପୁଟେସନ
  • ସି ଜେ ବେନୁଗୋପାଳ – 1988- କେବିକେ ମୁଖ୍ୟ ପ୍ରଶାସକ
  • ପ୍ରଦୀପ୍ତ ମହାପାତ୍ର – 1988-ସିଏମଡି, ଓଏଫଡିସି
  • ପ୍ରଦୀପ କୁମାର ଜେନା – 1989- ଉନ୍ନୟନ କମିଶନର
  • ମୋନା ଶର୍ମା – 1989- ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
  • ନୀତେନ ଚନ୍ଦ୍ର -1990-କେନ୍ଦ୍ରୀୟ ଡେପୁଟେସନ
  • ମନୋଜ ଆହୁଜା – 1990- କେନ୍ଦ୍ରୀୟ ଡେପୁଟେସନ

ସୁରେଶ ବାବୁଙ୍କ କାର୍ଯ୍ୟକାଳ ଆଉ ବଢ଼ିବ ନାହିଁ I ତେଣୁ ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦ ପାଇଁ ଏହି ତାଲିକାରୁ ହିଁ ବାଛିବେ I ତେଣୁ ରଜ ପରେ ରାଜ୍ୟ ସରକାର ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି I

Leave A Reply

Your email address will not be published.