ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ: ଦୁର୍ନୀତିଗ୍ରସ୍ତ ବାବୁ ଛାନିଆଁ
- ସିବିଆଇ ତଦନ୍ତ ପାଇଁ ଆଉ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର ନାହିଁ
ନୂଆଦିଲ୍ଲୀ//TATKAL ODISHA//
ଦୁର୍ନୀତି ଅଭିଯୁକ୍ତ ବରିଷ୍ଠ IAS ଓ IPS ଅଫିସରଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଆଉ କେନ୍ଦ୍ର ସରକାରଙ୍କ ଅନୁମତି (sanction) ଦରକାର ନାହିଁ। ସୁପ୍ରିମକୋର୍ଟଙ୍କ ୫-ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଦେଇଛନ୍ତି I
ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କର ୫-ଜଣିଆ ସମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ ରାୟ ଦେଇଛନ୍ତି।
ରାୟରେ କୁହାଯାଇଛି ଯେ, କେବଳ ବର୍ତ୍ତମାନ ସ୍ଥିତିରେ ନୁହେଁ, ୨୦୦୩ରୁ ଅଭିଯୁକ୍ତ ଥିବା ବରିଷ୍ଠ ବାବୁ(IAS)ଙ୍କ ବିରୋଧରେ ସରକାରଙ୍କ ବିନା ଅନୁମତିରେ ସିବିଆଇ ତଦନ କରିପାରିବ I ଅର୍ଥାତ ସେଇ ଦିନରୁ ତଦନ୍ତ ଚାଲୁ ରହିବ I
୨୦୦୩ରୁ ଦୁର୍ନୀତିରେ ଅଭିଯୁକ୍ତ ଥିବା ବରିଷ୍ଠ ବାବୁଙ୍କ ବିରୋଧରେ ସରକାରଙ୍କ ବିନା ଅନୁମତିରେ ତଦନ୍ତ ହୋଇପାରିବ ନାହିଁ ବୋଲି ଯେଉଁ ବ୍ୟବସ୍ଥା ଥିଲା (Section 6(A) of DPSE Act, 1946) ତାହାକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ।
“ଏବେ ସିବିଆଇ ହାତରୁ ବର୍ତ୍ତି ପାରିବେ ନାହିଁ ବରିଷ୍ଠ IAS/ IPS ବାବୁ”
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ସେମାନଙ୍କ ବିରୋଧରେ ପଡ଼ିରହିଥିବା ପୁରୁଣା ମମଲାରେ ତଦନ୍ତ ପାଇଁ ବାଟ ସଫା କରିଦେଇଛି। ସରକାର ଅନୁମତି ନଦେଲେ ଯେଭଳି ସେମାନଙ୍କ ବିରୋଧରେ ତଦନ୍ତ ଅଟକି ରହୁଥିଲା ତାହା ହେବ ନାହିଁ। ଦୁର୍ନୀତି ଦେଶର ବଡ଼ ଶତ୍ରୁ ବୋଲି ସୁପ୍ରିମକୋର୍ଟ କହିଥିବା ବେଳେ ଶୋଇ ପଡ଼ିଥିବା ସିବିଆଇ ଏବେ ସିସୋର ଚିଟଫଣ୍ଡ ଭଳି ସ୍କାମରେ ଅଧିକ ସ୍ୱାଧୀନତାର ସହ ତଦନ୍ତରେ ଆଗେଇବ ବୋଲି କୁହାଯାଉଛି।
ଉକ୍ତ ରାୟ ଆସିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ଦୁର୍ନୀତିଗ୍ରସ୍ତ ବାବୁମାନେ ଟେନସନରେ ରହିଛନ୍ତି I ବିଶେଷ କରି ଓଡ଼ିଶାରେ 12ରୁ ଅଧିକ ଏଭଳି କାର୍ପଟଦାର ଅଧିକାରୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି I ସେମାନେ ଛାନିଆ ହେବା ବି ସ୍ୱାଭାବିକ I